ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ ଗ୍ରାମୀଣ ବିତରକଙ୍କ ନିକଟରେ ଆବେଦନ କରିଥିଲେ। ଗ୍ୟାସ ବିତରକ ମୃତ୍ୟୁଞ୍ଜୟ ନାଥ ମହିଳାଙ୍କୁ ତୁମର ଉଜ୍ଜ୍ୱଳା ଗ୍ୟାସ ହୋଇନାହିଁ, ପରବର୍ତ୍ତୀ ସମୟରେ ହେବ ବୋଲି କହିଥିଲେ। ତେବେ ମହିଳା ଜଣଙ୍କ ଦୀର୍ଘ ୮ ବର୍ଷ ହେଲା ବାରମ୍ବାର ଉକ୍ତ ଗ୍ୟାସ ବିତରକଙ୍କ ପାଖକୁ ଯାଇ ସମସ୍ତ କାଗଜପତ୍ର ଦେଉଥିଲେ ମଧ୍ୟ ତାଙ୍କର ଗ୍ୟାସ୍‌ ହୋଇନାହିଁ ବୋଲି ବିତରକ କହୁଥିଲେ।

ମହିଳାଙ୍କ ପୁଅ ଚଗଲା ଏହାର ସତ୍ୟାସତ୍ୟ ଜାଣିବାକୁ ତାଙ୍କ ମା’ଙ୍କ ରାଶନକାର୍ଡ ଏବଂ ଆଧାରକାର୍ଡ ଧରି ଜନସେବା କେନ୍ଦ୍ରକୁ ଯାଇ ଯାଞ୍ଚ କରିବା ବେଳେ ୨୦୧୮ରୁ ଉଜ୍ଜଳା ଗ୍ୟାସରେ ତାଙ୍କ ମା’ଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବା ଜାଣିବାକୁ ପାଇଥିଲେ, ଯାହାକି ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ ଗ୍ରାମୀଣ ବିତରକଙ୍କ କୋଡ ନଂ ୧୯୦୪୫୦ ଅଟେ। ଖଜୁରୀ କାଣ୍ଡିଙ୍କ କଞ୍ଜ୍ୟୁମର ନଂ. ୯୬୦୩୯୮୬୨ ହୋଇଥିବା ବେଳେ ଆଇଡି ନଂ. ୧୦୦୦୦୦୦୦୦୯୬୦୩୯୮୬୨ ବୋଲି ଜାଣିବାକୁ ପାଇଥିଲେ । ଏ ନେଇ ଉଜ୍ଜ୍ୱଳା ପୋର୍ଟାଲ ମାଧ୍ୟମରେ ଗ୍ୟାସ ବିତରକ ସଂସ୍ଥା ନାମରେ ଅଭିଯୋଗ କରିଥିଲେ। ପରେ ଗ୍ୟାସ ବିତରକ ସଂସ୍ଥା ମହିଳାଙ୍କୁ ଡକାଇ ତୁମ ଗ୍ୟାସ ଆମ ଏଜେଣ୍ଟ ନେଇଯାଇଛନ୍ତି, ତାଙ୍କୁ କହିଛି ତୁମକୁ ଦେଇଦେବେ ବୋଲି କହି ଏବେ ବି ଠକି ଚାଲିଛନ୍ତି।

ଶେଷରେ ମହିଳା ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏ ବିଷୟରେ ବିତରକ ମୃତ୍ୟୁଞ୍ଜୟ ନାଥ କହିଛନ୍ତି, ଉକ୍ତ ମହିଳାଙ୍କ ଗ୍ୟାସକୁ ଆମ ଏଜେଣ୍ଟ ନେଇଯାଇଛନ୍ତି। ତାଙ୍କୁ କହିଛି ଗ୍ୟାସ ମହିଳାଙ୍କୁ ଫେରେଇ ଦେବେ। ତେବେ ଦୀର୍ଘ ୮ ବର୍ଷ ହେବ ଉକ୍ତ ଗ୍ୟାସ ବିତରକ ସଂସ୍ଥା ମହିଳାଙ୍କ ଗ୍ୟାସ୍‌ ବିକ୍ରି କରିଦେଉଥିବା ଅଭିଯୋଗ ହୋଇଛି। ଏହିପରି ଆଉ କେତେ ଗ୍ୟାସ ବାଟମାରଣା ହୋଇଛି ଯୋଗାଣ ବିଭାଗ ତଦନ୍ତକଲେ ସତ୍ୟାସତ୍ୟ ଜଣାପଡିବ ବୋଲି ମହିଳାଙ୍କ ପୁଅ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ

ଭୁବନେଶ୍ୱର,୧୬।୩: ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ। ସେ ଭୋଟ ଦେଇ ଚୁପ୍‌ଚାପ୍‌ ଚାଲି ଯାଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେଇ ଚାଲଯାଇଥିଲେ।…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri