ସିଗାରେଟ ପ୍ୟାକେଟରେ କରତାରପୁର ସାହିବଙ୍କ ପ୍ରସାଦ ବଣ୍ଟନ, ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ…

ଲାହୋର/ନୂଆଦିଲ୍ଲୀ, ୧୮।୧୨: ପାକିସ୍ତାନରେ ଶିଖ୍‌ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ଏହା ଭାରତ ସମେତ ପୃଥିବୀର ସମସ୍ତ ଶିଖ୍‌ ସମ୍ପ୍ରଦାୟଙ୍କୁ ମର୍ମାହତ କରିଛି। କରତାରପୁରର ଗୁରୁଦ୍ୱାର ଦରବାର ସାହିବରେ ଶ୍ରଦ୍ଧାଳୁମାନଙ୍କୁ ସିଗାରେଟ ପ୍ୟାକେଜିଙ୍ଗ ସାମଗ୍ରୀରେ ନିର୍ମିତ ଡିସପୋଜେବଲ ପେପର ପ୍ଲେଟରେ ପ୍ରସାଦ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି।

ପ୍ରସାଦ ଦିଆଯାଉଥିବା ପ୍ଲେଟଗୁଡ଼ିକରେ ଗୋଟିଏ ପଟେ କରତାରପୁର ତୀର୍ଥସ୍ଥଳର ଚିତ୍ର ଥିବାେବେଳ ଏବଂ ଅନ୍ୟ ପଟେ ସିଗାରେଟ ବ୍ରାଣ୍ଡ ‘ଗୋଲ୍ଡ ଷ୍ଟ୍ରିଟ’ ର ଫଟୋ ରହିଛି। ସୂଚନା ଅନୁଯାୟୀ, କତାରପୁରରେ ପହଞ୍ଚିଥିବା କିଛି ଭକ୍ତ ଏହି ପ୍ରସଙ୍ଗ ଉଠାଇଥିଲେ। ଏନେଇ ପାକିସ୍ତାନ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ପିଏସଜିପିସି) ଅଧ୍ୟକ୍ଷ ଅମିର ସିଂ କହିଛନ୍ତି ଯେ ତିନି ଦିନ ପୂର୍ବେ ଏହି ମାମଲା ତାଙ୍କ ନଜରକୁ ଆସିଥିଲା। ତଥାପି, ସେ ଏହା କହି ଏଡ଼ାଇବାକୁ ଚେଷ୍ଟା କରିଛନ୍ତି ଯେ ଏହା କିଛି ଅସାମାଜିକ ଲୋକଙ୍କ କାଣ୍ଡ। ସେମାନେ କରତାରପୁର କରିଡ଼ୋର ଖୋଲିବାକୁ ଚାହୁଁନାହାଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସିଂ କହିଛନ୍ତି, ପ୍ରସାଦ ବଣ୍ଟନ କରିବା ପାଇଁ ଆମେ ଏପରି କୌଣସି ପ୍ୟାକେଜିଂ ସାମଗ୍ରୀ ବ୍ୟବହାର କରିନାହୁଁ। ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ। ସେହି ଆଧାରରେ ଆମେ କହିଛୁ ଯେ କେତେକ ଅସାମାଜିକ ଲୋକ ଏଭଳି କରିଛନ୍ତି।
ସେ କହିଛନ୍ତି ଯେ ‘ପିନ୍ନି ପ୍ରସାଦ’ ସାଧା ବ୍ୟାଗରେ ପିଏସଜିପିସି ଦ୍ୱାରା ବଣ୍ଟନ କରାଯାଇଥାଏ। ଅପରପକ୍ଷରେ ଏସଜିପିସି ସଭାପତି ହରିନ୍ଦର ସିଂ ଧାମି କହିଛନ୍ତି ଯେ ଯଦି ଏହା ସତ ତେବେ ଏହା ଦୁଃଖର କଥା। ସେ କହିଛନ୍ତି ଯେ ଆମେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସହିତ ଏହି ପ୍ରସଙ୍ଗରେ କଥାବାର୍ତ୍ତା କରିବୁ। ଆମେ ସେମାନଙ୍କୁ ଘଟଣାର ଅନୁସନ୍ଧାନ କରିବାକୁ ଏବଂ ଅପରାଧୀଙ୍କୁ ଚିହ୍ନଟ କରି କଡ଼ା ଦଣ୍ଡାଦେଶ କରିବାକୁ ଅନୁରୋଧ କରିବୁ।

ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ଭାଜପା ନେତା ମନଜିନ୍ଦର ସିଂ ର୍ସିସା ମଧ୍ୟ ଏହି ଘଟଣାର ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ଏପରି ଏକ ପ୍ଲେଟରେ ପ୍ରସାଦ ପାଇବା ପରେ ଜଣେ ଶ୍ରଦ୍ଧାଳୁ ତାଙ୍କ ମୋବାଇଲ ଫୋନରେ ଏହାର ଫଟୋ ଉଠାଇଥିଲେ। ଏହି କାର୍ଯ୍ୟ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଘୃଣ୍ୟ ମନୋଭୋବକୁ ପ୍ରକାଶ କରିଛି। ସଂଖ୍ୟାଲଘୁମାନଙ୍କୁ ଦମନ କରିବା ଏବଂ ଅପମାନିତ କରିବା ପାଇଁ ଏପରି କରାଯାଇଥିବା ସେ କହିଛନ୍ତି।

ପବିତ୍ର ଶିଖ ଧର୍ମସ୍ଥଳରେ ପ୍ରସାଦ ପାଇଁ ପ୍ଲେଟ ତିଆରି କରିବା ପାଇଁ ସିଗାରେଟର ପ୍ୟାକେଜିଂ ସାମଗ୍ରୀ କିପରି ବ୍ୟବହାର କରାଯାଏ ତାହା ଚିନ୍ତାର ବିଷୟ। ସେ କହିଛନ୍ତି ଯେ ପୂର୍ବରୁ ଜଣେ ପାକିସ୍ତାନୀ ମଡେଲ କତାରପୁର ଗୁରୁଦ୍ୱାର ପରିସରରେ ଏକ ଆପତ୍ତିଜନକ ଫଟୋ ଶୁଟ କରି ଏହାର ପବିତ୍ରତାକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri