ସହଯୋଗ କଲାନି ବନ ବିଭାଗ, ଅସନ୍ତୁଷ୍ଟ ଭିଏସ୍‌ଏସ୍‌ କର୍ମକର୍ତ୍ତା ପାଳିଲେ ବନ୍ୟପ୍ରାଣୀ ସପ୍ତାହ

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛି ମାସ ହେବ ୧୫ରୁ ଊର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) କର୍ମକର୍ତ୍ତା ଓ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଧିରେ ଧିରେ ସମ୍ପର୍କର ଦୂରତା ବଢୁଥିବା ଯୋଗୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା ପରିବେଶବିତ୍‌ମାନଙ୍କୁ ଘାରିଛି।

ଏହିଭଳି ପରିସ୍ଥିତିରେ ଗତ ମାସରେ ଉକ୍ତ ୧୫ ଭିଏସ୍‌ଏସ୍‌ କର୍ମକର୍ତ୍ତା ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କୁ ଭେଟି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସହଯୋଗ କାମନା କରିଥିଲେ। ଦାବିପତ୍ରରେ ସେମାନେ ଦର୍ଶାଇଥିଲେ ଯେ, ସେପ୍ଟେମ୍ବର ମାସରେ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ଆମକୁ ଗାଡ଼ି, ପ୍ରଚାରପତ୍ର ପ୍ରମୁଖ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏହାହେଲେ ଆମମାନଙ୍କ ମନବଳ ବଢିବା ସହ ଆହୁରି ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ପି କେ ଗୌଡ, କୃଷ୍ଠ ଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ଗୌଡ, କେଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ବନ ବିଭାଗ ଉକ୍ତ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ କୌଣସି ସହଯୋଗ କରି ନ ଥିଲେ। ସେପ୍ଟେମ୍ବର ମାସ ସରିବା ସହ ବର୍ତ୍ତମାନ ଅକ୍ଟୋବର ମାସ ୨ରୁ ବନ୍ୟ ପ୍ରାଣୀ ସପ୍ତାହ ଆରମ୍ଭ ହୋଇଛି। ତଥାପି ବିଭାଗ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ କୌଣସି ସହଯୋଗ କରୁନାହିଁ। ତେଣୁ ବଣିଆପଲ୍ଲୀ ଭିଏସ୍‌ଏସ୍‌ ପକ୍ଷରୁ ନିଜସ୍ବ ଖର୍ଚ୍ଚରେ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଥିଲା। ରବିବାର ପୁଣି ଉକ୍ତ ୧୫ ଭିଏସ୍‌ଏସ୍‌ କର୍ମକର୍ତ୍ତା ମିଶି ବ୍ୟକ୍ତିଗତ ଆର୍ଥିକ ସହାୟତା ଦେଇ କେପିଟିଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରିଥିଲେ। ବନ ବିଭାଗ ସହଯୋଗ ନ କଲେ ମଧ୍ୟ ଭିଏସ୍‌ଏସ୍‌ କର୍ମକର୍ତ୍ତା ଆଜି ରେଞ୍ଜର ଏବଂ ବନପାଳଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ରେଞ୍ଜର ସୁଜାତା ରାଣୀ ପଣ୍ଡା ଅତିଥି ଭାବେ ଯୋଗଦେଇ ମଣିଷ ହିଁ ସବୁଠାରୁ ବଡ଼ ସ୍ବାର୍ଥପର ବୋଲି କହିଥିଲେ। ମଣିଷ ଜଙ୍ଗଲରେ ପଶି ବନ୍ୟପ୍ରାଣୀଙ୍କ ଖାଦ୍ୟ ନଷ୍ଟ କରୁଛି। ବନ୍ୟପ୍ରାଣୀମାନେ ପାଟି ଖୋଲି ପାରୁନାହାନ୍ତି କି ପ୍ରତିବାଦ ମଧ୍ୟ କରି ପାରୁନାହାନ୍ତି । ଦିନକୁ ଦିନ ଜଙ୍ଗଲ ଉପରେ ମଣିଷର ଅତ୍ୟାଚାର ବଢୁଛି। ଶେଷରେ ବନ୍ୟପ୍ରାଣୀ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଆସୁଛନ୍ତି। ଏହି ସମୟରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଲଢ଼େଇ ହେଉଛି। ଜଙ୍ଗଲ କ୍ଷତି ଆମେ ହିଁ କରୁଛେ। ତଥାପି ରାଜ୍ୟରେ ୩୭ ପ୍ରତିଶତ ଜଙ୍ଗଲ ଅଛି। ଯାହାକି ଭଲ ସୂଚନା। ପ୍ରକୃତିର ସନ୍ତାନ ସମସ୍ତେ। ବନ୍ୟପ୍ରାଣୀ ବଞ୍ଚିବେ ଆମେ ମଧ୍ୟ ବଞ୍ଚିବା। ତେଣୁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ ବୋଲି ରେଞ୍ଜର ପଣ୍ଡା କହିଥିଲେ।

ବୈଠକରେ ଭିଏସ୍‌ଏସ୍‌ ବରିଷ୍ଠ କର୍ମକର୍ତା ଲୋକନାଥ ଆଚାର୍ଯ୍ୟ ସଭାକୁ ସଂଯୋଜନା କରିଥିଲେ। ସମିତିସଭ୍ୟ ପ୍ରଭାସ ସାହୁ, ବନପାଳ ମିତା ପଲେଇ, କେପିଟି ଉପସଭାପତି ବୈଜୟନ୍ତ ପାତ୍ର, ପୂର୍ବତନ ସଭାପତି କେଳା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ବଣିଆପଲ୍ଲୀ ଭିଏସ୍‌ଏସ୍‌ ସଭାପତି ବିଶ୍ୱନାଥ ନାୟକ, ଜରିପଙ୍କାଳ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୋଠଲୁଣ୍ଡା ସଭାପତି ରଙ୍କନିଧି ଗୌଡ଼, ପାଟରାପଲ୍ଲୀ ସଭାପତି କାଶୀ ଗୌଡ଼ ସମେତ ନାରାୟଣପଲ୍ଲୀ, କପିଳପଲ୍ଲୀ, ହଜପଲ୍ଲୀ, ଗୋଠଲୁଣ୍ଡା, ଆଲମରା, ବିଲୁଆମରା, କେପିଟି, ଦୁବ ଭିଏସ୍‌ଏସ୍‌ର ଅନେକ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସେଥିମଧ୍ୟରୁ କିଛି କର୍ମକର୍ତ୍ତା ବିଭାଗର ଅବହେଳା ନେଇ ଅଭିଯୋଗ କରିଥିଲେ। ଦିନଥିଲା ବିଭାଗ ସହଯୋଗର ହାତ ବଢ଼ାଉଥିଲା ବର୍ତ୍ତମାନ ଆଉ ନାହିଁ। ଫସଲ କ୍ଷତି ହେଲେ ସହାୟତା ମିଳୁନାହିଁ। ବନ୍ୟପ୍ରାଣୀ ବିପଦ ସମୟରେ ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଏହିଭଳି ଅନେକ ଅଭିଯୋଗ ସେମାନେ କରିଥିଲେ। ତେଣୁ ବିଭାଗ ଓ ଭି ଏସଏସ ମଧ୍ୟରେ ସହଭାଗିତା ରହିଲେ ହିଁ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି ଅଧିକାଂଶ ସଭ୍ୟ ମତ ପ୍ରକାଶ କରିଥିଲେ। ଏଥିସହ ଆଗାମୀ ବୈଠକ ଗୋଠଲୁଣ୍ଡା ଠାରେ ହେବ । ଭ୍ରାମ୍ୟମାଣ ବୈଠକ ଦ୍ୱାରା ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ମଧ୍ୟରେ ଏକତାର ଭାବ ବଢିବା ସହ ଜଙ୍ଗଲ ମଧ୍ୟ ସୁରକ୍ଷିତ ରହିପାରିବେ। ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ ଭ୍ରାମ୍ୟମାଣ ବୈଠକ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅପରପକ୍ଷେ ସୋମବାର ବନ ବିଭାଗ ଲାଲସିଂ ନର୍ସରୀ ପରିସରରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri