ପ୍ରାଚୀନ ପଥର ଭାଙ୍ଗୁଥିବାରୁ ଅସନ୍ତୋଷ

ଢେଙ୍କାନାଳ,୩।୧(ରତନ ନାୟାର): ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଢେଙ୍କାନାଳ ଜିଲାର କପିଳାସସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମରାମତି ନିଷ୍ପତ୍ତିର ୫ ମାସ ପରେ କରାଯାଉଥିବା ଏହି କାର୍ଯ୍ୟକୁ ନେଇ ଆରମ୍ଭରୁ ସେବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାରଣ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରର ଚୂନ ଛଡ଼ାଯାଉଥିବା ବେଳେ ପ୍ରାଚୀନ ପଥରଗୁଡିକ ଭାଙ୍ଗି ଯାଉଛି। ଏ ସମ୍ପର୍କରେ ସେବାୟତ ଓ ସେବକମାନେ ପ୍ରତ୍ନତତ୍ତ୍ୱ ବିଭାଗ, ଜିଲା ପ୍ରଶାସନ ଓ ଜିଲା ଦେବୋତ୍ତର ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ମରାମତି କାମ ସମୟରେ ଅଭିଜ୍ଞ ଯନ୍ତ୍ରୀ, ଅଧିକାରୀମାନେ ଉପସ୍ଥିତ ରହିବା ପାଇଁ ସେବାୟତମାନେ ଦାବି କରିଛନ୍ତି ବୋଲି ବରିଷ୍ଠ ସେବାୟତ ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୦୫ ମସିହାରୁ ପ୍ରତ୍ନତତ୍ତ୍ୱ ବିଭାଗ କପିଳାସ ପୀଠର ଉନ୍ନତୀକରଣ ଦାୟିତ୍ୱ ହାତକୁ ନେଇଛି। କିନ୍ତୁ ଦାୟିତ୍ୱ ନେବାର ଦୀର୍ଘଦିନ ପରେ ମଧ୍ୟ କପିଳାସ ପୀଠର କୌଣସି ଉନ୍ନତିମୂଳକ କାମ ପାଇଁ ମାଟି ଗାଣ୍ଡୁଆଟିଏ ପଡିପାରି ନ ଥିଲା। ସେହିପରି ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଥିବାରୁ ନିୟମ ଅନୁଯାୟୀ ରାଜ୍ୟ ସରକାର, ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏଠାରେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିପାରୁନାହାନ୍ତି। ବାରମ୍ବାର ଦାବି ପରେ ଗତ ଜୁନ ୨୭ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କପିଳାସ ପୀଠରେ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ପୀଠର ଉନ୍ନତୀକରଣ ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କପିଳାସର ବିକାଶ ପାଇଁ ଭାରତ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ। ଏପରି କି ଡିସେମ୍ବର ସୁଦ୍ଧା କିଛି ଉନ୍ନତିମୂଳକ କାର୍ଯ୍ୟ ସରିବ ବୋଲି ସେତେବେଳେ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ସୂଚନା ଦେଇଥିଲେ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାର ୫ମାସ ପରେ ଅର୍ଥାତ ଗତ ଡିସେମ୍ବରରେ ମନ୍ଦିରର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଢେଙ୍କାନାଳ ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଡି.ବି. ଗଡ଼ନାୟକ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ଓ ବ୍ୟୟ ଅଟକଳ କାର୍ଯ୍ୟକୁ ନେଇ ବିଳମ୍ବ ହେବାରୁ ମରାମତିରେ ବିଳମ୍ବ ହୋଇଥିଲା। ମରାମତି ସମୟରେ ପ୍ରାଚୀନ ପଥର ଭାଙ୍ଗୁଥିବା ସମ୍ପର୍କରେ ଅବଗତ ରହିଛି। ପୁରୀ ମନ୍ଦିର କାର୍ଯ୍ୟ କରୁଥିବା ଅଭିଜ୍ଞ ଶିଳ୍ପୀମାନେ ଏଥିରେ ନିୟୋଜିତ ହୋଇଛନ୍ତି। ପାରମ୍ପରିକ ଉପାୟରେ ପୀଠର ଉନ୍ନତୀକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ବେଲ ଓ କେନ୍ଦୁ ଅଠା ବ୍ୟବହାର କରାଯିବ। ଆସନ୍ତା ୧୦ ତାରିଖରେ ଯନ୍ତ୍ରୀମାନଙ୍କ ସହ ଉନ୍ନତୀକରଣ କାର୍ଯ୍ୟ ତଦାରଖ କରାଯିବ। ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି, ପ୍ରାଚୀନ ପଥର ଭାଙ୍ଗୁଥିବା ସମ୍ପର୍କରେ କୌଣସି ଅଭିଯୋଗ ନାହିଁ। ଯେହେତୁ ଶୁଣିବାକୁ ପାଇଛୁ, ପୀଠକୁ ଯାଇ ମରାମତି କାର୍ଯ୍ୟ ଉପରେ ଅନୁଧ୍ୟାନ କରିବା ପରେ ଯାହା କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri