ଛାତ୍ରାବାସ ବନ୍ଦ ନିର୍ଦ୍ଦେଶ ପରେ ଅସନ୍ତୋଷ: ଅନ୍ତେବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଲାରେ ଏନ୍‌ଜିଓ ଦ୍ୱାରା ପରିଚାଳିତ ଏକ ଛାତ୍ରାବାସ ବନ୍ଦ କରିବାକୁ ପ୍ରଶାସନ ତଥା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଶିଶୁ ମଙ୍ଗଳ ସମିତି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସକୁ ବନ୍ଦ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ପ୍ରଶାସନ ପାଖରେ ଦେବାକୁ ନିର୍ଦ୍ଦେଶ ରହିଛି। ଏହାକୁ ନେଇ ସମ୍ପୃକ୍ତ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ଏବଂ ସେମାନଙ୍କ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି। ଏହି କ୍ରମରେ ବୁଧବାର ଛାତ୍ରାବାସ ପରିଚାଳକ, ଅନ୍ତେବାସୀ ଏବଂ ଅଭିଭାବକମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଛାତ୍ରାବାସରେ ସେମାନଙ୍କ କୌଣସି ସମସ୍ୟା ଉପୁଜୁ ନାହିଁ ଏବଂ ସେଠାରେ ସେମାନେ ସୁରକ୍ଷିତ, ନିରାପଦ ଭାବେ ଅବସ୍ଥାନ କରି ଉଚ୍ଚଶିକ୍ଷା ଲାଭ କରୁଥିବାରୁ ସମ୍ପୃକ୍ତ ଛାତ୍ରାବାସକୁ ବନ୍ଦ ନ କରିବା ପାଇଁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ଛାତ୍ରାବାସରେ ସମୁଦାୟ ୧୨୦ଜଣ ଅନ୍ତେବାସୀ ଅବସ୍ଥାନ କରୁଛନ୍ତି। ସେମାନେ ସେଠାରେ ରହି ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରଥମରୁ ସ୍ନାତକ ପର୍ଯ୍ୟନ୍ତ ପଢୁଥିବାବେଳେ ସମ୍ପୃକ୍ତ ଏନ୍‌ଜିଓ ସମସ୍ତ ଖର୍ଚ୍ଚ ବହନ କରୁଛି। ଜିଲା ପ୍ରଶାସନର କୌଣସି ଅନୁମତି ନିଆଯାଇ ନଥିବାରୁ ପ୍ରଶାସନ ପକ୍ଷରୁ ଛାତ୍ରାବାସକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ବାରମ୍ବାର ଅନୁମତି ପାଇଁ ଜିଲା ପ୍ରଶାସନକୁ ଲିଖିତ ଆବେଦନ କରାଯାଇଥିଲା। କିନ୍ତୁ ଅନୁମତି ମିଳି ନଥିଲା, ବରଂ ଆବେଦନ ପତ୍ରକୁ ଖାରଜ କରି ଦିଆଯାଇଛି ବୋଲି ଛାତ୍ରାବାସ ସୁପରିଣ୍ଟେଣ୍ଡାଣ୍ଟ କହିଛନ୍ତି।
ତେବେ ଛାତ୍ରାବାସ ବନ୍ଦ ନିର୍ଦ୍ଦେଶ ମିଳିବା ପରେ ଅନ୍ତେବାସୀମାନେ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଜଣେ ଅନ୍ତେବାସୀ ତେଜଶ୍ୱରୀ ମଙ୍ଗରାଜ କହିଛନ୍ତି, ସେ ଉକ୍ତ ଛାତ୍ରାବାସରେ ପ୍ରଥମ ଶ୍ରେଣୀରୁ ରହୁଛନ୍ତି। ସେ ଏବେ ଏକ ନର୍ସିଂ କଲେଜରେ ଦ୍ୱିତୀୟ ବର୍ଷ ଛାତ୍ରୀଭାବେ ପଢୁଛନ୍ତି। ସମ୍ପୃକ୍ତ ଏନ୍‌ଜିଓ ଖାଇବା, ପିଇବା, ପୋଷାକ ପରିଚ୍ଛଦଠାରୁ ଆରମ୍ଭ କରି ସମସ୍ତ ପଢ଼ାଖର୍ଚ୍ଚ ବହନ କରୁଛନ୍ତି। କେବେ କୌଣସି ଅସୁବିଧା ହୋଇ ନାହିଁ। ହେଲେ ଛାତ୍ରାବାସକୁ ପ୍ରଶାସନ କାହିଁକି ବନ୍ଦ କରି ଦେଉଛନ୍ତି। ଛାତ୍ରାବାସ ବନ୍ଦ କରିଦେଲେ ଆମେ ଏବେ କେଉଁଠି ପଢ଼ିବୁ ଏବଂ ଆମ ସମସ୍ତ ଖର୍ଚ୍ଚ କିଏ ବହନ କରିବ ବୋଲି ପ୍ରଶ୍ନ କରି ଉକ୍ତ ଛାତ୍ରାବାସକୁ ବନ୍ଦ କରିବା ପାଇଁ ସେ ନିବେଦନ କରିଛନ୍ତି। ସେହିପରି ଅନ୍ୟଜଣେ ଅନ୍ତେବାସୀ ସୁଶିଳା ନନ୍ଦ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି ଏବଂ ଛାତ୍ରାବାସ ବନ୍ଦ ହୋଇଗଲେ ଆମ ପଢ଼ା ଅଧାରେ ରହିଯିବ ଏବଂ ଭବିଷ୍ୟତ ଅନ୍ଧାର ହୋଇ ଯିବ ବୋଲି ସେ କହିଛନ୍ତି। ଛାତ୍ରାବାସ ବନ୍ଦ ନ କରିବା ପାଇଁ ଅନେକ ଅନ୍ତେବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri