ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର):

କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ମିଳିଛି। ସୂଚନାଥାଉ କି ମଣ୍ଡି ଖୋଲିବା ପୂର୍ବରୁ ମଣ୍ଡିରେ ଚାଷୀମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ବେପାରୀଙ୍କଠାରୁ ଧାନ ସଂଗ୍ରହ କରାଯିବ ନାହିଁ ଏବଂ ପ୍ରତ୍ୟେକ ଧାନମଣ୍ଡିରେ ଚାଷୀ ଧାନ ରଖିବାକୁ ଉପଯୁକ୍ତ ସ୍ଥାନ ନିରୂପଣ ସହ ସେଠାରେ ଟେଣ୍ଟ କରି ଛାଇ କରିବା ସହିତ ଧାନ ରଖିବା ପାଇଁ ବସ୍ତା, ପାଲ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଆଦି ଯୋଗାଇ ଦେବାକୁ ସରକାରୀ ନିର୍ଦ୍ଦେଶନାମା ଦିଆଯାଇଥିଲା। ପାକ୍ସର ସମ୍ପାଦକମାନେ ସରକାରୀ ନିୟମକୁ ବେଖାତିର କରି ସମ୍ପାଦକମାନେ ଖୋଲାଆକାଶ ତଳେ ମଣ୍ଡି ଖୋଲି ଧାନ ସଂଗ୍ରହ କରିଥିବା ଦେଖିବାକୁ ମିଳିଛି। ଧାନମଣ୍ଡି ଉଦ୍‌ଘାଟନ ସମୟରେ ବାଙ୍କୀ ଉପଖଣ୍ଡ ନିବନ୍ଧକ ଅଧିକାରୀ ସୁରେନ୍ଦ୍ର କୁମାର ଜେନାଙ୍କ ସହିତ ପାକ୍ସର ସମ୍ପାଦକ, ନୋଡାଲ ଅଧିକାରୀ ଭାବେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଆରଏମ୍‌ସି କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଧାନ ସଂଗ୍ରହ କରୁଥିବାବେଳେ ଉପସ୍ଥିତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କେହି ବି ସରକାରୀ ନିୟମ ମାନୁ ନ ଥିବା ଜଣାପଡ଼ିଛି। କାହା ସାହସରେ ଅଧିକାରୀମାନେ ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି। ଏସବୁର ବିଭାଗୀୟ ଅଧିକାରୀ ଏବଂ କଟକ ଜିଲାପାଳ ଯଦି ଏହାର ନିରପେକ୍ଷ ତଦନ୍ତ କରି ସରକାରୀ ନିୟମ ଉଲ୍ଲଂଘନକାରୀ କର୍ମଚାରୀମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକ୍ସଗୁଡ଼ିକର ଚାଷୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ବାଙ୍କୀ ଆରଏମ୍‌ସି ଅଧିକାରୀ ଅଶୋକ ପ୍ରଧାନଙ୍କୁ ପଚାରିବାରେ ପ୍ରତ୍ୟେକ ପାକ୍ସର ସମ୍ପାଦକମାନଙ୍କୁ ଆବଶ୍ୟକ ମୁତାବକ ପାଲ ଯୋଗାଇଦେବା, ସରକାରୀ ନିୟମ ମାନି ପ୍ରଥମେ ଚାଷୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସହ ମଣ୍ଡି ଖୋଲି ଧାନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବାଙ୍କୀ ଏଆର୍‌ସିସି ସୁରେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରେ ପଞ୍ଜୀକୃତ ଚାଷୀଙ୍କ ନାମ ଅନୁସାରେ ଯେଉଁ ଜମିର ପଟ୍ଟା ଜମା ଦିଆଯାଇଛି, ସେହି ଜମିରେ କେଉଁ ଧାନ ଚାଷ କରିଛନ୍ତି ଏବଂ ମଣ୍ଡିରେ କେଉଁ ଧାନ ସଂଗ୍ରହ କରାଯାଉଛି, ତାହାର ତଦନ୍ତ କରାଯିବ। ତ୍ରୁଟି ଥିଲେ ସମ୍ପାଦକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ପଚାରିବାରେ ପ୍ରତ୍ୟେକ ଧାନମଣ୍ଡିରେ ପାକ୍ସର ସମ୍ପାଦକମାନେ ଚାଷୀମାନଙ୍କ ସୁବ୍ୟବସ୍ଥା କରିବେ। ଯଦି ଏଥିରେ ତ୍ରୁଟି ହୋଇଥାଏ, ଜିଲା ସିଏସ୍‌ଓଙ୍କ ସହ ଆଲୋଚନା କରି ତଦନ୍ତ କରାଯିବା ସହ ସତ୍ୟତା ଅନୁସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗି ବ୍ଲକ ପଛ ପାହାଡ଼ରେ ଲାଗିଛି ନିଆଁ: ଲିଭାଇବା ପାଇଁ ଜଙ୍ଗଲ ବିଭାଗର ଜୋରଦାର କସରତ,ଏଯାଏ…

ପଟ୍ଟାଙ୍ଗି, ୧୦।୩ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ପଛ ଭାଗରେ ଥିବା ପାହାଡ଼ରେ ମଙ୍ଗଳବାର ସାରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ବିକୁଥିଲେ ଗୋ-ମାଂସ, ଗୁପ୍ତ ସୂଚନା ପାଇ ମାଡ଼ି ବସିଲା ପୋଲିସ

ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ…

ସଫଳତାର ସହ ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉଦଯାପିତ

ଭଞ୍ଜନଗର, ୧୦/୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଶିକ୍ଷଣ ସାମଗ୍ରୀ…

ଶିକ୍ଷକ ଅଭାବରୁ ଭୁଶୁଡ଼ିଛି ଶିକ୍ଷା ବ୍ୟବସ୍ଥା: ପରୀକ୍ଷା ବର୍ଜନ କରି ବିରିକୋଟ ବିଦ୍ୟାଳୟରେ ତାଲା ପକାଇଲେ ଶତାଧିକ ଅଭିଭାବକ

ଥୁଆମୂଳ ରାମପୁର, ୧୦ା୩ (ଦୁର୍ଗା କୀର୍ତ୍ତି): ସରକାରଙ୍କ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଏବେ କଳାହାଣ୍ଡି ଜିଲାରେ ପ୍ରହସନ ପାଲଟିଛି। ଶିକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ…

ଧରିତ୍ରୀ ପ୍ରଭାବ: ଓ୍ବାର୍ଡ ମେମ୍ବର ଉଆଁସୀଙ୍କ ଘରେ ପହଞ୍ଚିଲା ବ୍ଲକ ପ୍ରଶାସନ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ…

ଥୁଆମୂଳ ରାମପୁର, ୧୦।୩ (ଦୁର୍ଗା କୀର୍ତ୍ତି): ଗଣମାଧ୍ୟମର ଶକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ’ଧରିତ୍ରୀ’ ସମେତ ବିଭିନ୍ନ ଦୈନିକ…

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା: ଗୁଣାତ୍ମକ ଶିକ୍ଷାଦାନର ଅଭିବୃଦ୍ଧି…                

ଦିଗପହଣ୍ଡି,୧୦। ୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ମଙ୍ଗଳବାର ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘ…

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri