ଜାତୀୟ ପତାକାକୁ ଅସମ୍ମାନ ଘଟଣା: ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନର ପ୍ରୟାସ

ଝାରସୁଗୁଡ଼ା ଅଫିସ,୨୬ା୮: ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଗୁରୁବାର ଏକ ମାଂସ ଦୋକାନୀ କଟାଛେଳିମୁଣ୍ଡକୁ ଜାତୀୟ ପତାକାରେ ଢାଙ୍କି ରଖି ଅସମ୍ମାନ କରିଥିଲେ। ଏହାକୁ ନେଇ ବନ୍ଧବାହାଲ ଶିଳ୍ପାଞ୍ଚଳରେ ୨ଦିନ ହେଲାଣି ଉତ୍ତେଜନା ଲାଗିରହିଛି। ଏନେଇ ଉତ୍ତ୍ୟେକ୍ତ ଲୋକେ ଭଙ୍ଗାରୁଜା କରିବା ସାଙ୍ଗକୁ ରାସ୍ତାରୋକୋ କରିଥିଲେ। ଜାତୀୟ ପତାକାକୁ ଅସମ୍ମାନ କରିଥିବା ଗିରଫ ଅଭିଯୁକ୍ତ ମହମ୍ମଦ ଶାହାଜାଦ ସରକାରୀ ଜମି ଜବର ଦଖଲକରି ମାଂସ ଦୋକାନ ରହିଥିବାବେଳେ ଏହାକୁ ସେଠାରୁ ଉଚ୍ଛେଦ କରିବା ପାଇଁ ଲୋକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଓ ରାଜସ୍ବ ବିଭାଗ ପଦକ୍ଷେପ ନେଇ ଏହାକୁ ଉଚ୍ଛେଦ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଏନେଇ ଲଖନପୁର ତହସିଲ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ବର ୨୦ରେ ଉପଜିଲାପାଳ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛି।

ଏନେଇ ବନ୍ଧବାହାଲ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ରହିଥିବାବେଳେ ସାମ୍ପ୍ରଦାୟିକ ଦୃଷ୍ଟି କୋଣରୁ ପୋଲିସ ତୀକ୍ଷ୍ଣ ନଜର ରଖିଛି। ଏବେ ମଧ୍ୟ ବନ୍ଧବାହାଲ ଶିଳ୍ପାଞ୍ଚଳର ବିଭିନ୍ନ ଅଞ୍ଚଳରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏସ୍‌ପି ରାହୁଲ ଜୈନ ବନ୍ଧବାହାଲରେ ପହଞ୍ଚି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବନ୍ଧବାହାଲ ଶିଳ୍ପାଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଡିଏସ୍‌ପି ବୈକୁଣ୍ଠ ବିହାରୀ ସେଠ୍‌ଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ ୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ନେଇ ଫ୍ଲାଗ୍‌ମାର୍ଚ୍ଚ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri