ଶିଶୁଙ୍କ ଶୀତବସ୍ତ୍ର ଯୋଗାଣକୁ ନେଇ ବିବାଦ, ସିଡିପିଓଙ୍କୁ ଦାବିପତ୍ର 

ଦିଗପହଣ୍ଡି,୮। ୧୦(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ଉତ୍ପାଦକ ସଂଘ ଏବଂ ଏମ୍ଏସ୍ଏମ୍ଇ ଗୋଷ୍ଠୀ ଦ୍ଵାରା  ଅଙ୍ଗନୱାଡ଼ି କେନ୍ଦ୍ରରେ ପଢୁଥିବା  ଶିଶୁ ଙ୍କୁ ଶୀତବସ୍ତ୍ର ଯୋଗାଣକୁ ନେଇ ବିବାଦ ଦେଖା ଦେଇଥିବା ଜଣାପଡିଛି । ଚଳିତ ବର୍ଷ ଅଙ୍ଗନୱାଡ଼ି ଶିଶୁମାନଙ୍କୁ ଉଲ୍ ଦ୍ଵାରା ପ୍ରସୂତ ଶୀତବସ୍ତ୍ର ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ହୋଇଥିବା ଜଣାପଡିଛି । ସ୍ୱୟଂ ସହାୟିକା ଗୋଷ୍ଠୀ  ଉଲରେ ବୁଣି ଶୀତବସ୍ତ୍ର ପ୍ରଦାନ ନକଲେ ସମ୍ପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଉଲ ବସ୍ତ୍ର କ୍ରୟ ପାଇଁ ଆବଶ୍ୟକ ଅର୍ଥରାଶି ପ୍ରଦାନ ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି।   ଏନେଇ ସ୍ୱୟଂ ସହାୟିକା ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇ ବୁଧବାର ଦିଗପହଣ୍ଡି ସମନ୍ବିତ ଶିଶୁ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀଙ୍କ ଜରିଆରେ ଗଞ୍ଜାମ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।  ଉଲ୍ ଦ୍ଵାରା ବୁଣାଯାଇ ଶୀତବସ୍ତ୍ର ତିଆରି କରିବା ପାଇଁଁ ଆବଶ୍ୟକ ମୂଲ୍ୟଠାରୁ ସରକାରଙ୍କ ମୂଲ୍ୟ ବହୁତ କମ୍ ହୋଇଛି । ଯାହାଫଳରେ ଉଲ୍ ଦ୍ବାରା ଶୀତବସ୍ତ୍ର ବୁଣି ପୋଷାକ ସିଲାଇ କରିବା କଷ୍ଟ ସାଧ୍ୟ ହୋଇପଡିଛି । ଏଣୁ ଚଳିତବର୍ଷ  ପୂର୍ବବର୍ଷ ଭଳି  ଶୀତବସ୍ତ୍ର ସିଲେଇ କରି ଅଙ୍ଗନୱାଡ଼ି ଶିଶୁଙ୍କୁ ଯୋଗାଇବା ପାଇଁ ସଂଘ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର କାର୍ଯ୍ୟକର୍ତ୍ତା କେ . ସନ୍ଧ୍ୟା ରାଣୀ ପାତ୍ର , ନୁନୀ ଗୈାଡ , ସୁଚିତ୍ରା ପ୍ରଧାନ , ନମିତା ରେଡ୍ଡୀ , ଅନୀତା ବେହେରା , ଧନଲକ୍ଷ୍ମୀ ରେଡ୍ଡୀ , ଜ୍ୟୋତ୍ସ୍ନା ପ୍ରଧାନ ଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଏନେଇ ସିଡିପିଓଙ୍କୁ ପଚାରିବାରୁ ଦିଗପହଣ୍ଡି ବ୍ଲକରେ କୌଣସି ସ୍ଵୟଂ ସହାୟିକା ଗୋଷ୍ଠୀ ପାଖରେ ଉଲ ତିଆରି ପୋଷାକ ନିମନ୍ତେ ମେସିନ ନାହିଁ।ସେମାନେ ପୂର୍ବରୁ ବଜାର ଦୋକାନ ମାନଙ୍କରୁ ଶୀତବସ୍ତ୍ର କ୍ରୟ କରି ବଣ୍ଟନ କରୁଥିଲେ।ଚଳିତ ବର୍ଷ ରାଜ୍ୟସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏନେଇ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ନିଜସ୍ଵ ମେସିନ ନ ଥିଲେ ଶୀତବସ୍ତ୍ର ଯୋଗାଣ ଦାୟିତ୍ଵ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବାଦ ଦେଇ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ଵ ଦେବାକୁ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିବା ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର କର୍ମଚାରୀ, ତୋଳାଳିଙ୍କ ପ୍ରତି ଅଣଦେଖା ମନୋଭାବ: ବର୍ଷସାରା କାମ ଯୋଗାଇବାକୁ ଦାବି

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ବର୍ଷସାରା କାମ ଯୋଗାଇବା ବଦଳରେ କେବଳ ସାମୟିକ ତଥା…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ଦାରିଙ୍ଗବାଡିରେ ହିନ୍ଦୁ ସମ୍ମିଳନୀ: ହନୁମାନ ଚାଳିଶାରେ ପ୍ରକମ୍ପିତ ଅଞ୍ଚଳ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଛି। ଏହି ଅବସରରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ…

ଛାଡପତ୍ର ପରେ ଅନୁଭବଙ୍କୁ ପାନେ ଦେଲେ ବର୍ଷା, ଯୌତୁକ ପାଇଁ …

ଭୁବନେଶ୍ୱର,୩୦।୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢିଛି । ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ। ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା। ତଳ…

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri