ବିସ୍ଥାପିତ ପାଇଥିବା ଜାଗାକୁ ନେଇ କେଁ

ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନେ ନିଜ ଭିଟାମାଟି ଛାଡ଼ିଦେଲେ। ଏହାପରେ ଘର କରିବା ନିମନ୍ତେ କେତେଜଣ ବିସ୍ଥାପିତ ସରକାରଙ୍କ ପକ୍ଷରୁ ଜାଗା ପାଇଲେ। ତେବେ ସମ୍ପୃକ୍ତ ଜାଗାକୁ ନେଇ ଉଠିଛି କେଁ। ଏହା ବିବାଦୀୟ ଜାଗା ବୋଲି ବାସେଳିସାହି ମୌଜାର କେତେକ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି।
ଶ୍ରୀମନ୍ଦିର ଐତିହ୍ୟ କରିଡର ଲାଗି ମେଘନାଦ ପାଚେରୀ କଡ଼ରୁ ୭୫ ମିଟର ମଧ୍ୟରେ ଥିବା ୫ଟି ମୌଜାର ଲୋକେ ସରକାରଙ୍କୁ ଜମି ବିକ୍ରି କରିଥିଲେ। ପୁନର୍ବାସ ଓ ଥଇଥାନ ଯୋଜନା ଅନୁଯାୟୀ ସରକାର ବାସେଳି ସାହିର ୭ ବିସ୍ଥାପିତ ପରିବାରକୁ ଲୋକନାଥ ରୋଡ୍‌ ମଙ୍ଗଳାଘାଟ ମୌଜାରେ ୧୦୦୦ ବର୍ଗଫୁଟ ଲେଖାଏ ଜମି ଦେଇଥିଲେ। ସେମାନଙ୍କ ନଁାରେ ବିକ୍ରି କବଲା ଏବଂ ପଟା ବି କରାଯାଇଛି। ହେଲେ ତାହା ଏକ ବିବାଦୀୟ ଜାଗା ବୋଲି ଶୁକ୍ରବାର ଏହି ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଜଣେ ବ୍ୟକ୍ତି ସେହି ଜାଗାକୁ ନିଜର ବୋଲି ଦାବି କରିବା ସହ ଘର କରିବାକୁ ମନା କରୁଛନ୍ତି। ତେଣୁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଐତିହ୍ୟ କରିଡ଼ର ଲାଗି ଅଧିଗୃହୀତ ଅଞ୍ଚଳରେ ଥିବା ବାସଗୃହ ପାଇଁ ପୁନର୍ବାସ ଓ ଥଇଥାନ ଯୋଜନାରେ ୩ଟି ଇଚ୍ଛାଧୀନ ସହାୟତା ବ୍ୟବସ୍ଥା ରହିଥିଲା। ଏଥିମଧ୍ୟରେ ଏକାକାଳୀନ ୩୦ଲକ୍ଷ ଟଙ୍କା ସହାୟତା, ଶ୍ରୀମନ୍ଦିରର ଦେଢ କିଲୋମିଟର ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର କିମ୍ବା ମନ୍ଦିରର ୨ କିମି ଭିତରେ ୧୦୦୦ ବର୍ଗଫୁଟର ଜାଗା ଦେବାକୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ବାସେଳିସାହିର ୭ ପରିବାର ଶ୍ରୀମନ୍ଦିରର ୨ କିମି ଭିତରେ ଜାଗା ନେବାକୁ ରାଜି ହୋଇଥିଲେ। ପ୍ରଶାସନ ମଧ୍ୟ ସେମାନଙ୍କୁ ଜାଗା ଦେଇଥିଲା। ଜମି ପାଇଥିବା ପରିବାରଙ୍କ ଉପସ୍ଥିତିରେ ଗତ ଅଗଷ୍ଟ ୨୬ରେ ଭୂମି ପୂଜା ହୋଇଥିଲା।
ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସେମାନଙ୍କ ନଁାରେ ଜମି ରେକର୍ଡ କରାଯାଇଛି। ଯଦି କିଛି ଅସୁବିଧା ହେଉଛି ତେବେ ପ୍ରଶାସନ ଏବଂ ପୋଲିସକୁ ଜଣାଇବା ଉଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri