ଭାଇରାଲ ହେଉଛି ଦିଶାଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ କୁଇନ୍‌ ଦିଶା ପାଟନି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଲକ୍‌ଡାଉନ ସମୟରେ ସେ ଫଟୋ ଓ ଭିଡିଓ ମାଧ୍ୟମରେ ୟୁଜର୍ସଙ୍କର ଖୁବ୍‌ ମନୋରଞ୍ଜନ କରିଛନ୍ତି। ନିକଟରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଖୁବ୍‌ ଜୋସ୍‌ର ସହ ସେଥିରେ ସେ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ନିକଟରେ ଦିଶା ମଧ୍ୟ କିଛି ଫଟୋ ଶେୟାର କରିଥିଲେ ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। କିଛିଦିନ ପୂର୍ବେ ଦିଶା ‘ମଲଙ୍ଗ’ ଚଳଚ୍ଚିତ୍ରରେ ଶେଷଥର ପାଇଁ ଦେଖାଯାଇଥିବା ବେଳେ ଆଗକୁ ମଧ୍ୟ ସେ ନୂଆ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି।

Share