ହୋସ୍ ଉଡାଉଛି ଦିଶାଙ୍କ ଆର୍ମ ୱାର୍ମର ସ୍ୱେଟର

ମୁମ୍ବାଇ: ବଲିଉଡ୍ ବିୟୁଟି ଦିଶା ପାଟନି ନିଜର ବୋଲ୍ଡ ଫଟୋକୁ ନେଇ ୟଙ୍ଗଷ୍ଟରଙ୍କୁ ଦିୱାନା କରୁଥିବା ବେଳେ ଅଭିନୟର ଯାଦୁରେ ବି ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି । ଆଉ ବେଳେ ବେଳେ ତାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ବି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଦିଶାଙ୍କର ଏକ ଫଟୋ ଏବେ ଖବରକୁ ଆସିଛି । ଏଥିରେ ସେ ଯେଉଁ ଆଉଟଫିଟ ପିନ୍ଧିଛନ୍ତି ତାକୁ ନେଇ ହେଉଛି ଚର୍ଚ୍ଚା । ଫଟୋରେ ଦେଖିବାକୁ ମିଳିଛି ଦିଶା ଏକ ଆର୍ମ ୱାର୍ମର ସ୍ୱେଟର ପିନ୍ଧିଛନ୍ତି । ଏହାସହ ହ୍ୱାଇଟ କଲର ଅଫ୍ ସୋଲଡର ଟପ୍ ଓ ବ୍ଲାକ ଟ୍ରାଉଜର ତାଙ୍କୁ ଖୁବ୍ ମାନୁଛି । ଏବେ ଦିଶାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାର କାରଣ ହେଉଛି ଦିଶାଙ୍କ ଆର୍ମ ୱାର୍ମର ସ୍ୱେଟର । କେତେଜଣ ୟୁଜର ଏହାକୁ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନାପସନ୍ଦ ବି କରୁଛନ୍ତି । ହେଲେ ସବୁଠାରୁ ବଡ କଥା ହେଲା ଏହାର ଦାମ୍ । ଏହି ସ୍ୱେଟରର ଦାମ କୁଆଡେ ୧,୨୦୦ଟଙ୍କା ରହିଛି ବୋଲି କୁହାଯାଉଛି । ତେଣୁ ଏହାର ଦାମ ବି ସମସ୍ତଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରିଛି ।

Share