ଧାନ ଗଛରେ ବଢୁଛି ରୋଗପୋକ: ଫସଲ ବୀମା ପ୍ରଦାନ କରିବାକୁ ଦାବି କଲେ ଚାଷୀ

ଭଞ୍ଜନଗର,୧୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍‌ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ, ବିଶେଷଜ୍ଞଙ୍କ ବିନା ଅନୁମତିରେ ମନ ଇଛା କୀଟନାଶକ ଔଷଧ ସିଞ୍ଚନ ସମେତ ଅନ୍ୟାନ୍ୟ କାରଣ ଯୋଗୁ ଧାନ ଗଛରେ ମାଟିଆଗୁଣ୍ଡି ପୋକ ଲାଗିଛି। ବିଶେଷ କରି ଭଞ୍ଜନଗର ବ୍ଲକର ସାନକୋଦଣ୍ଡା, ଗାଲେରୀ, ହରିଗଡ, ବ୍ରାହ୍ମଣପଦର,ଦୋମୁହାଣୀ, ଜିଲୁଣ୍ଡି, ବାଉଁଶଲୁଣ୍ଡି, ପଢ଼ାଳ, କୁଲାଡ, ଲାଲସିଂ, ମୁଜାଗଡ଼, ଗୁଣ୍ଡିରିବାଡ଼ି ପ୍ରମୁଖ ପଞ୍ଚାୟତର ଧାନ ଫସଲରେ ଚକଡ଼ା ଓ ମାଟିଆଗୁଣ୍ଡି ପୋକ ଲାଗିଛି। ବର୍ତ୍ତମାନ ଧାନ କେଣ୍ଡା ଧରିବା ସମୟରେ ପୋକ ଲାଗିବା ଯୋଗୁ ଫସଲ ବିଶେଷ କ୍ଷତି ହେଉଛି। ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଭବିଷ୍ୟତରେ ଏହି ସମସ୍ୟା ବଢ଼ିଲେ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରିବାକୁ କିଛି ଚାଷୀ ଦାବି କରିଛନ୍ତି। ଏହିଭଳି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଇଛି। ଗୁରୁବାର ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ଭଞ୍ଜନଗର କୃଷି ବିଜ୍ଞନ କେନ୍ଦ୍ରର ବୈଜ୍ଞାନିକ ମୁଖ୍ୟ ଡ.ସୁତୁନୁ ଶତପଥି, ବୈଜ୍ଞାନିକ ଡ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ମାଟିଆଗୁଣ୍ଡି ପୋକ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଗାଲେରୀ ଅଞ୍ଚଳର ଚାଷ ଜମି ବୁଲି ଅନୁଧ୍ୟାନ କରିଛନ୍ତି। ସଠିକ ଜଳ ପରିଚାଳନା ସହ ଆବଶ୍ୟକ କୀଟନାଶକ ସିଞ୍ଚନ କରିବାକୁ ବିଶେଷଜ୍ଞ ଦଳ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ବଜାରରେ ମିଳୁଥିବା କୀଟନାଶକ ଆଣି ପକାଇଲେ ମଧ୍ୟ କିଛି ବିଶେଷ ପ୍ରଭାବ ପଡୁନଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । କିନ୍ତୁ ଉପଯୁକ୍ତ ଔଷଧ ପ୍ରୟୋଗ ଦ୍ବାରା ଏବେ କେତେକ ସ୍ଥାନରେ ଧାନ ଫସଲ ରୋଗମୁକ୍ତ ହୋଇଥିବା ଜଣାପଡିଛି।
ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଅଧିକ ମାତ୍ରାରେ ୟୁରିଆ ବ୍ୟବହାର ଦ୍ବାରା ରୋଗପୋକ ବଢ଼ୁଛି । ଦୀର୍ଘ ସମୟ ଧରି ଧାନ ଗଛରେ କିରଣ ନ ପଡ଼ିବା, ବିଲରେ ପାଣି ଜମିରହିବା ଏବଂ ଲାଗି ଲାଗି ଧାନ ରୋଇବା ଫଳରେ ଏହି ପୋକ ଅଧିକ ଲାଗିବାର ଆଶଙ୍କା ରହିଛି । ତଥାପି ରୋଗପୋକ ଲାଗିଥିବା ଫସଲରେ ଆବଶ୍ୟକ କୀଟନାଶକ ପ୍ରୟୋଗ କରିବାକୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଖୋଲା ବଜାରରୁ ଔଷଧ କିଣି ପ୍ରୟୋଗ କରିବା ପରେ ପଞ୍ଜିକୃତ ଚାଷୀଙ୍କୁ ଏହାର ସରକାରୀ ରିହାତି ମୂଲ୍ୟ ଡିବିଟି ଜରିଆରେ ଫେରସ୍ତ କରାଯିବା ନିୟମ ରହିଥିବା କୃଷି ବିଭାଗ ସୂଚନା ଦେଇଛି। ତେଣୁ ଚାଷୀମାନେ ତାହାର ସୁଫଳ ନେବା ପାଇଁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri