ଧାନ ଗଛରେ ବଢୁଛି ରୋଗପୋକ: ଫସଲ ବୀମା ପ୍ରଦାନ କରିବାକୁ ଦାବି କଲେ ଚାଷୀ

ଭଞ୍ଜନଗର,୧୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍‌ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ, ବିଶେଷଜ୍ଞଙ୍କ ବିନା ଅନୁମତିରେ ମନ ଇଛା କୀଟନାଶକ ଔଷଧ ସିଞ୍ଚନ ସମେତ ଅନ୍ୟାନ୍ୟ କାରଣ ଯୋଗୁ ଧାନ ଗଛରେ ମାଟିଆଗୁଣ୍ଡି ପୋକ ଲାଗିଛି। ବିଶେଷ କରି ଭଞ୍ଜନଗର ବ୍ଲକର ସାନକୋଦଣ୍ଡା, ଗାଲେରୀ, ହରିଗଡ, ବ୍ରାହ୍ମଣପଦର,ଦୋମୁହାଣୀ, ଜିଲୁଣ୍ଡି, ବାଉଁଶଲୁଣ୍ଡି, ପଢ଼ାଳ, କୁଲାଡ, ଲାଲସିଂ, ମୁଜାଗଡ଼, ଗୁଣ୍ଡିରିବାଡ଼ି ପ୍ରମୁଖ ପଞ୍ଚାୟତର ଧାନ ଫସଲରେ ଚକଡ଼ା ଓ ମାଟିଆଗୁଣ୍ଡି ପୋକ ଲାଗିଛି। ବର୍ତ୍ତମାନ ଧାନ କେଣ୍ଡା ଧରିବା ସମୟରେ ପୋକ ଲାଗିବା ଯୋଗୁ ଫସଲ ବିଶେଷ କ୍ଷତି ହେଉଛି। ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଭବିଷ୍ୟତରେ ଏହି ସମସ୍ୟା ବଢ଼ିଲେ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରିବାକୁ କିଛି ଚାଷୀ ଦାବି କରିଛନ୍ତି। ଏହିଭଳି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଇଛି। ଗୁରୁବାର ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ଭଞ୍ଜନଗର କୃଷି ବିଜ୍ଞନ କେନ୍ଦ୍ରର ବୈଜ୍ଞାନିକ ମୁଖ୍ୟ ଡ.ସୁତୁନୁ ଶତପଥି, ବୈଜ୍ଞାନିକ ଡ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ମାଟିଆଗୁଣ୍ଡି ପୋକ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଗାଲେରୀ ଅଞ୍ଚଳର ଚାଷ ଜମି ବୁଲି ଅନୁଧ୍ୟାନ କରିଛନ୍ତି। ସଠିକ ଜଳ ପରିଚାଳନା ସହ ଆବଶ୍ୟକ କୀଟନାଶକ ସିଞ୍ଚନ କରିବାକୁ ବିଶେଷଜ୍ଞ ଦଳ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ବଜାରରେ ମିଳୁଥିବା କୀଟନାଶକ ଆଣି ପକାଇଲେ ମଧ୍ୟ କିଛି ବିଶେଷ ପ୍ରଭାବ ପଡୁନଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । କିନ୍ତୁ ଉପଯୁକ୍ତ ଔଷଧ ପ୍ରୟୋଗ ଦ୍ବାରା ଏବେ କେତେକ ସ୍ଥାନରେ ଧାନ ଫସଲ ରୋଗମୁକ୍ତ ହୋଇଥିବା ଜଣାପଡିଛି।
ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଅଧିକ ମାତ୍ରାରେ ୟୁରିଆ ବ୍ୟବହାର ଦ୍ବାରା ରୋଗପୋକ ବଢ଼ୁଛି । ଦୀର୍ଘ ସମୟ ଧରି ଧାନ ଗଛରେ କିରଣ ନ ପଡ଼ିବା, ବିଲରେ ପାଣି ଜମିରହିବା ଏବଂ ଲାଗି ଲାଗି ଧାନ ରୋଇବା ଫଳରେ ଏହି ପୋକ ଅଧିକ ଲାଗିବାର ଆଶଙ୍କା ରହିଛି । ତଥାପି ରୋଗପୋକ ଲାଗିଥିବା ଫସଲରେ ଆବଶ୍ୟକ କୀଟନାଶକ ପ୍ରୟୋଗ କରିବାକୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଖୋଲା ବଜାରରୁ ଔଷଧ କିଣି ପ୍ରୟୋଗ କରିବା ପରେ ପଞ୍ଜିକୃତ ଚାଷୀଙ୍କୁ ଏହାର ସରକାରୀ ରିହାତି ମୂଲ୍ୟ ଡିବିଟି ଜରିଆରେ ଫେରସ୍ତ କରାଯିବା ନିୟମ ରହିଥିବା କୃଷି ବିଭାଗ ସୂଚନା ଦେଇଛି। ତେଣୁ ଚାଷୀମାନେ ତାହାର ସୁଫଳ ନେବା ପାଇଁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri