ପିସିସି ସଭାପତି ବଦଳିବା ଚର୍ଚ୍ଚା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ସୋମବାର ନୂଆଦିଲ୍ଲୀରେ ବସିବାକୁ ଥିବା ସିଡବ୍ଲ୍ୟୁସି ବୈଠକରେ ଏନେଇ ଆଲୋଚନା ହୋଇ ନ ପାରେ ବୋଲି ଜଣାଅଛି, ତଥାପି ଓଡିଶା ପ୍ରସଙ୍ଗ ଉଠୁ ବୋଲି ରାଜ୍ୟସ୍ତରରେ ପରୋକ୍ଷରେ ମତ ପ୍ରକାଶ ପାଉଛି। ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀପତି ପିସିସି ସଭାପତି ପଦ ମିଳିଲେ ଛାଡିବେ ନାହିଁ ବୋଲି କହିଛନ୍ତି। ରବିବାର ତାରାଙ୍କ ଘରେ ଦୁଇ ବିଧାୟକଙ୍କ ସମେତ, ଆଉ ୩ ଜଣ ନେତା ଏକାଠି ବସିଥିଲେ। ସେମାନଙ୍କ ଏକାଠିକୁ ନେଇ ସଭାପତି ପରିବର୍ତ୍ତନ ଲାଗି ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି।
ସୂଚନାନୁସାରେ, ସିଡବ୍ଲ୍ୟୁସି ବୈଠକରେ କରୋନାର ସାମ୍ପ୍ରତିକ ସ୍ଥିତି, ଦେଶର ଅର୍ଥନୀତି, ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା ହେବାକୁ ରହିଛି। ପିସିସି ସଭାପତି କଥାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ରାଜ୍ୟସ୍ତରରେ କିନ୍ତୁ ସିଡବ୍ଲ୍ୟୁସି ବୈଠକ ଆଳରେ ସଭାପତି ପରିବର୍ତ୍ତନ କଥା ଜୋର ଧରିବାରେ ଲାଗିଛି। ଦୀର୍ଘଦିନରୁ ରାଜ୍ୟ କଂଗ୍ରେସରେ ସଭାପତି ପରିବର୍ତ୍ତନ କଥା ଉଠୁଥିବା ବେଳେ କୌଣସି ସମୟରେ ଏହା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ପିସିସି ସଭାପତି ପରିବର୍ତ୍ତନ ଲାଗି ସମସ୍ତେ ଚାହୁଁଛନ୍ତି। ଦଳ ଭିତରେ କାହାରି ସହଯୋଗ ରହୁନାହିଁ।
ସେହିପରି ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ଥାନ ନେବା ଭଳି କେହି ନେତା ଆଉ ନାହାନ୍ତି। ନିର୍ବାଚନ ଫଳ ଘୋଷଣା ହେବା ପରେ ପିସିସି ସଭାପତି ନିଜ ତରଫରୁ ଇସ୍ତଫା ଦେଇସାରିଛନ୍ତି। ତାଙ୍କ ସ୍ଥାନରେ କେବଳ ଜଣଙ୍କୁ ଦାୟିତ୍ୱ ନ ମିଳିବା ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ରହିବେ।
ଅନ୍ୟପକ୍ଷରେ ନିରଞ୍ଜନଙ୍କୁ ପିସିସି ସଭାପତି କରାଇବାକୁ ସେତେବେଳେ ଦାବି କରି ଆସୁଥିବା କେତେଜଣ ନେତା ବର୍ତ୍ତମାନ ତାଙ୍କ ବିରୋଧରେ ଲାଗି ପଡିଛନ୍ତି। ସେହିପରି ଜୟପୁର ବିଧାୟକ ତାରା ବାହିନୀପତି ଯଦି ସଭାପତି ଦାୟିତ୍ୱ ମିଳେ ଛାଡିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, କନଷ୍ଟେବଳ ନମ୍ବର ଓ୍ବାନ ଥିଲି, ବିଧାୟକ ନମ୍ବର ଓ୍ବାନ ହେଲି, ସେହିପରି ସଭାପତି ପଦ ମିଳିଲେ ମଧ୍ୟ ସେହି ଫଳ ଆସିବ। ଲବି କରୁ ନାହିଁ କିନ୍ତୁ ମିଳିଲେ ଛାଡିବିନି। ଏଭଳି ସ୍ଥିତିରେ ମୋହନା ବିଧାୟକ ଏବଂ ସାନଖେମୁଣ୍ଡି ବିଧାୟକ ଉଭୟ ତାରା ସଭାପତି ପ୍ରସଙ୍ଗକୁ ସ୍ବାଗତ କରିଛନ୍ତି। ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଛନ୍ତି, ତାରା ସଭାପତି ହେଲେ ବିଧାୟକଙ୍କ ସଂଖ୍ୟା ୯ରୁ ୯୦ ହୋଇଯିବ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସିଡବ୍ଲ୍ୟୁସି ବୈଠକରେ ପିସିସି ସଭାପତି ପରିବର୍ତ୍ତନ କଥା ପଡିବନାହିଁ। ସଭାପତି ପରିବର୍ତ୍ତନ ଏଆଇସିସି ଅଧ୍ୟକ୍ଷ ଯେବେ ଚାହିଁବେ ସେବେ ହେବ। ୨ରୁ ୩ ବର୍ଷରେ ଥରେ ସଭାପତି ପରିବର୍ତ୍ତନ ହୋଇଥାଏ, ସେହି ଅନୁସାରେ ହେବ। ସେଥିଲାଗି ସେ ବ୍ୟସ୍ତ, ବିବ୍ରତ ନୁହନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri