ପିସିସି ସଭାପତି ବଦଳିବା ଚର୍ଚ୍ଚା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ସୋମବାର ନୂଆଦିଲ୍ଲୀରେ ବସିବାକୁ ଥିବା ସିଡବ୍ଲ୍ୟୁସି ବୈଠକରେ ଏନେଇ ଆଲୋଚନା ହୋଇ ନ ପାରେ ବୋଲି ଜଣାଅଛି, ତଥାପି ଓଡିଶା ପ୍ରସଙ୍ଗ ଉଠୁ ବୋଲି ରାଜ୍ୟସ୍ତରରେ ପରୋକ୍ଷରେ ମତ ପ୍ରକାଶ ପାଉଛି। ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀପତି ପିସିସି ସଭାପତି ପଦ ମିଳିଲେ ଛାଡିବେ ନାହିଁ ବୋଲି କହିଛନ୍ତି। ରବିବାର ତାରାଙ୍କ ଘରେ ଦୁଇ ବିଧାୟକଙ୍କ ସମେତ, ଆଉ ୩ ଜଣ ନେତା ଏକାଠି ବସିଥିଲେ। ସେମାନଙ୍କ ଏକାଠିକୁ ନେଇ ସଭାପତି ପରିବର୍ତ୍ତନ ଲାଗି ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି।
ସୂଚନାନୁସାରେ, ସିଡବ୍ଲ୍ୟୁସି ବୈଠକରେ କରୋନାର ସାମ୍ପ୍ରତିକ ସ୍ଥିତି, ଦେଶର ଅର୍ଥନୀତି, ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା ହେବାକୁ ରହିଛି। ପିସିସି ସଭାପତି କଥାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ରାଜ୍ୟସ୍ତରରେ କିନ୍ତୁ ସିଡବ୍ଲ୍ୟୁସି ବୈଠକ ଆଳରେ ସଭାପତି ପରିବର୍ତ୍ତନ କଥା ଜୋର ଧରିବାରେ ଲାଗିଛି। ଦୀର୍ଘଦିନରୁ ରାଜ୍ୟ କଂଗ୍ରେସରେ ସଭାପତି ପରିବର୍ତ୍ତନ କଥା ଉଠୁଥିବା ବେଳେ କୌଣସି ସମୟରେ ଏହା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ପିସିସି ସଭାପତି ପରିବର୍ତ୍ତନ ଲାଗି ସମସ୍ତେ ଚାହୁଁଛନ୍ତି। ଦଳ ଭିତରେ କାହାରି ସହଯୋଗ ରହୁନାହିଁ।
ସେହିପରି ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ଥାନ ନେବା ଭଳି କେହି ନେତା ଆଉ ନାହାନ୍ତି। ନିର୍ବାଚନ ଫଳ ଘୋଷଣା ହେବା ପରେ ପିସିସି ସଭାପତି ନିଜ ତରଫରୁ ଇସ୍ତଫା ଦେଇସାରିଛନ୍ତି। ତାଙ୍କ ସ୍ଥାନରେ କେବଳ ଜଣଙ୍କୁ ଦାୟିତ୍ୱ ନ ମିଳିବା ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ରହିବେ।
ଅନ୍ୟପକ୍ଷରେ ନିରଞ୍ଜନଙ୍କୁ ପିସିସି ସଭାପତି କରାଇବାକୁ ସେତେବେଳେ ଦାବି କରି ଆସୁଥିବା କେତେଜଣ ନେତା ବର୍ତ୍ତମାନ ତାଙ୍କ ବିରୋଧରେ ଲାଗି ପଡିଛନ୍ତି। ସେହିପରି ଜୟପୁର ବିଧାୟକ ତାରା ବାହିନୀପତି ଯଦି ସଭାପତି ଦାୟିତ୍ୱ ମିଳେ ଛାଡିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, କନଷ୍ଟେବଳ ନମ୍ବର ଓ୍ବାନ ଥିଲି, ବିଧାୟକ ନମ୍ବର ଓ୍ବାନ ହେଲି, ସେହିପରି ସଭାପତି ପଦ ମିଳିଲେ ମଧ୍ୟ ସେହି ଫଳ ଆସିବ। ଲବି କରୁ ନାହିଁ କିନ୍ତୁ ମିଳିଲେ ଛାଡିବିନି। ଏଭଳି ସ୍ଥିତିରେ ମୋହନା ବିଧାୟକ ଏବଂ ସାନଖେମୁଣ୍ଡି ବିଧାୟକ ଉଭୟ ତାରା ସଭାପତି ପ୍ରସଙ୍ଗକୁ ସ୍ବାଗତ କରିଛନ୍ତି। ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଛନ୍ତି, ତାରା ସଭାପତି ହେଲେ ବିଧାୟକଙ୍କ ସଂଖ୍ୟା ୯ରୁ ୯୦ ହୋଇଯିବ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସିଡବ୍ଲ୍ୟୁସି ବୈଠକରେ ପିସିସି ସଭାପତି ପରିବର୍ତ୍ତନ କଥା ପଡିବନାହିଁ। ସଭାପତି ପରିବର୍ତ୍ତନ ଏଆଇସିସି ଅଧ୍ୟକ୍ଷ ଯେବେ ଚାହିଁବେ ସେବେ ହେବ। ୨ରୁ ୩ ବର୍ଷରେ ଥରେ ସଭାପତି ପରିବର୍ତ୍ତନ ହୋଇଥାଏ, ସେହି ଅନୁସାରେ ହେବ। ସେଥିଲାଗି ସେ ବ୍ୟସ୍ତ, ବିବ୍ରତ ନୁହନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri