ଅଙ୍ଗନୱାଡି କେନ୍ଦ୍ର ଖୋଲିବା ଆଲୋଚନା ବିଫଳ

ଅମରପାଲି,୩ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମପଞ୍ଚାୟତର ରାମ୍ଭିପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଦୀର୍ଘ ଦେଢ଼ବର୍ଷ ହେଲା ତାଲା ପଡିଛି l କେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ରରେ ଗ୍ରାମର କେତେକ ମହିଳା ତାଲା ପକାଇ ଦେଇଛନ୍ତି। ଫଳରେ ଛାତ୍ରୀଛାତ୍ର ପାଠପଢାରୁ ବଞ୍ଚିତ ହେଉଛନ୍ତି। ଏନେଇ ପୂର୍ବରୁ ଅନେକ ଥର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ନିକଟରେ ସିଡିପିଓ ଜ୍ୟୋତ୍ସାମୟୀ ପଣ୍ଡା ଓ ସୁପରଭାଇଜର ସୌମ୍ୟସିମା ସାହୁ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ଓ ମହିଳାମାନଙ୍କ ସହ ଏନେଇ ଆଲୋଚନା କରିଥିଲେ l ଆଲୋଚନା ବେଳେ ଗ୍ରାମରେ ଥିବା ୪୬ ପରିବାର ମଧ୍ୟରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଓ ସରକାରୀ ସ୍ବାସ୍ଥ୍ୟ ସେବା ସୁବିଧା ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଥିଲେ । ପରେ ସିଡିପିଓ କାର୍ଯ୍ୟରତ ଅଙ୍ଗନବାଡି କର୍ମୀଙ୍କୁ ଡକାଇ ସତ୍ୟାସତ୍ୟ ଜାଣିବାକୁ ଚାହିଁଥିଲେ l ଉକ୍ତ ଅଙ୍ଗନବାଡି କର୍ମୀ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଥିବା ବେଳେ ରନ୍ଧନ ଖାଦ୍ୟ, ଛତୁଆ ଓ ଅଣ୍ଡା ସଠିକ ଭାବରେ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ l ଅଙ୍ଗନୱାଡି କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରା ନ ଗଲେ ତାଲା ଖୋଲାଯିବ ନାହିଁ ବୋଲି ଅଡି ବସିଥିଲେ ା l ମାତ୍ର ଅଙ୍ଗନୱାଡି କର୍ମୀ ବିଳାସିନୀ ବିଶ୍ବାଳ ଏହାକୁ ଖଣ୍ଡନ କରିଥିଲେ। ଏହା ଉଦ୍ଦେଶ୍ୟମୂଳକ ଅଭିଯୋଗ ବୋଲି ସେ ପ୍ରକାଶ କରିଛନ୍ତି। ରାମ୍ଭିପାଲି ଗ୍ରାମରେ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ରହିଛି। ଦୀର୍ଘଦିନ ହେଲା ଗ୍ରାମର ବିଳାସିନୀ ବିଶ୍ବାଳ ଉକ୍ତ କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଗ୍ରାମର ସବିତା ବିଶ୍ବାଳ ୱାର୍ଡସଭ୍ୟା ଭାବେ ନିର୍ବାଚିତ ହେଲେ। ନିର୍ବାଚିତ ହେବା ପରେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ଜଏଣ୍ଟ ପାସବୁକ ୱାର୍ଡ ସଭ୍ୟା ଓ ଅଙ୍ଗନୱାଡି କର୍ମୀଙ୍କ ନାମରେ ଯୁଗ୍ମ ଭାବେ ଖୋଲିବା କଥା। କୌଣସି କାରଣକୁ ନେଇ ଅଙ୍ଗନୱାଡି କର୍ମୀ ୱାର୍ଡ ସଭ୍ୟାଙ୍କ ସହିତ ପାସବୁକ ଖୋଲି ନ ଥିଲେ। ଅଙ୍ଗନୱାଡି କର୍ମୀ ଜଣକ ଖଣ୍ଡହତା ପଞ୍ଚାୟତର ସରପଞ୍ଚ ଜୟଶ୍ରୀ ଦେହୁରୀଙ୍କ ସହିତ ମିଳିତ ଭାବେ ପାସବୁକ ଖୋଲିଥିଲେ। ଗ୍ରାମରେ ୱାର୍ଡ ସଭ୍ୟା ଥିଲେ ମଧ୍ୟ ତାଙ୍କୁ ଉପେକ୍ଷା କରି କାହିଁକି ସରପଞ୍ଚଙ୍କ ସହିତ ପାସବୁକ ଖୋଲିଲ ବୋଲି କହି ଓ୍ବାର୍ଡ ସଭ୍ୟା ଓ ମହିଳାମାନେ ପ୍ରତିରୋଧ କରିଥିଲେ। ଉକ୍ତ ଘଟଣାକୁ ନେଇ ବିବାଦ ବଢିଥିଲା। ଫଳରେ ସେହି ଦିନ ଠାରୁ କେନ୍ଦ୍ରରେ ଗ୍ରାମବାସୀ ତାଲା ପକାଇ ଅଙ୍ଗନୱାର୍ଡି କର୍ମୀଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି।
ଦୀର୍ଘ ଦିନ ଧରି କେନ୍ଦ୍ର ବନ୍ଦ ରହିଥିବାରୁ ପିଲାଙ୍କୁ ଓ ଗର୍ଭବତୀଙ୍କୁ ଛତୁଆ,ଅଣ୍ଡା ଆଦି ଦିଆଯାଉ ନାହିଁ। ମାତ୍ର ସ୍ଥାନୀୟ ସୁପରଭାଇଜର ସୌମ୍ୟାସିମା ସାହୁ ଅନ୍ୟ ଜଣେ ସୁପରଭାଇଜରଙ୍କୁ ଧରି ଉକ୍ତ କେନ୍ଦ୍ରର ଶିଶୁ ଓ ଗର୍ଭବତୀଙ୍କୁ ଅଣ୍ଡା ଓ ଛତୁଆ ମଝିରେ ବଣ୍ଟନ କରିଥିଲେ। ତେବେ କେନ୍ଦ୍ର ନ ଖୋଲିବାରୁ ନିୟମିତ ଭାବେ ଏହା ବଣ୍ଟନ କରାଯାଇ ପାରୁ ନାହିଁ। ପୂର୍ବରୁ ବାରମ୍ବାର ବୈଠକ କରି ଉକ୍ତ କେନ୍ଦ୍ର ଖୋଲିବାକୁ ପ୍ରୟାସ କରି ପ୍ରଶାସନ ମଧ୍ୟ ବିଫଳ ହୋଇଥିଲା l
ନୂତନ ଭାବେ ଯୋଗଦେଇଥିବା ସିଡିପିଓ ପଣ୍ଡା କେନ୍ଦ୍ରକୁ ଆସି କେନ୍ଦ୍ର ଖୋଲିବା ପାଇଁ ଆଲୋଚନା କରିଥିଲେ। ମାତ୍ର ଉକ୍ତ ଆଲୋଚନା ବିଫଳ ହୋଇଛି। ଏହି ଆଲୋଚନା ସମୟରେ ଗ୍ରାମର ଭଦ୍ରବ୍ୟକ୍ତି, ୱାର୍ଡସଭ୍ୟା, ଗ୍ରାମବାସୀ ଓ ମହିଳାମାନେ ଉପସ୍ଥିତ ରହିଥିଲେ l ଜିଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri