Posted inରାଜ୍ୟ

ଭର୍ତ୍ତୃହରିଙ୍କ ଗତିବିଧିକୁ ନେଇ ଚର୍ଚ୍ଚା

କଟକ,୨୦ା୧(ଶିଳ୍ପା ପ୍ରିୟଦର୍ଶିନୀ)-ସାଧାରଣ ନିର୍ବାଚନ ପୂର୍ବରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଗତିବିଧିକୁ ନେଇ ଚର୍ଚ୍ଚା ଚାଲିଛି। ବିଜେଡିର ଏହି ବରିଷ୍ଠ ନେତା ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର ଫଟୋ ଭାଇରାଲ ହେବା ପରଠାରୁ ସେ ଭାଜପା ଆଡ଼କୁ ଢଳୁଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। କେନ୍ଦ୍ରମନ୍ତ୍ରୀଙ୍କୁ ସେ ସାକ୍ଷାତ୍‌ କରିବାର ଦୁଇଦିନ ପୂର୍ବରୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଥିଲା।

ସେହିପରି ତାହାର କିଛିଦିନ ପୂର୍ବରୁ ତ୍ରିଶୁଳିଆଠାରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। କଟକରେ ଥାଇ ମଧ୍ୟ ଦୁଇଟି କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ଦେଖିବାକୁ ନ ମିଳିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏସବୁକୁ ଦେଖିଲେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ଭର୍ତ୍ତୃହରିଙ୍କ ଆବଭାବକୁ ନେଇ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ, ସେ ଆଗାମୀ ନିର୍ବାଚନରେ ଭିନ୍ନ ରଣନୀତି ଆପଣାଇ ହୁଏତ ଭାଜପାରେ ଯୋଗଦେଇପାରନ୍ତି। ହେଲେ ଭର୍ତ୍ତୃହରି ଏଭଳି ଆଲୋଚନାକୁ ଗୁଜବ ସ୍ତରରେ ରଖିବାକୁ ପସନ୍ଦ କରିଛନ୍ତି।

ଭର୍ତ୍ତୃହରି ୧୯୯୮ ମସିହାରୁ ଆଦ୍ୟାବଧି କଟକ ଲୋକ ସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ସଂସଦରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍‌ ଆଓ୍ବାର୍ଡ ମଧ୍ୟ ପାଇଛନ୍ତି। ତେବେ ପରିବର୍ତ୍ତିତ ରାଜନୈତିକ ବାତାବରଣକୁ ଦେଖିଲେ ସେ ଅତୀତରେ ଦଳୀୟ ବ୍ୟାପାର ସଂକ୍ରନ୍ତୀୟ କେତେକ ମତ ଦେଇ ଚର୍ଚ୍ଚାରେ ରହିଥିଲେ। ତେଣୁ ରାଜନୈତିକ ସମୀକ୍ଷକମାନେ ତାଙ୍କ ରାଜନୈତିକ କ୍ୟାରିୟରରେ କିଛିଟା ପରିବର୍ତ୍ତନ ଦେଖାଦେଇପାରେ ବୋଲି ଭବିଷ୍ୟବାଣୀ କରୁଛନ୍ତି। କଟକରେ ଥାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଏହି ଆଶଙ୍କାକୁ ବଢ଼ାଇ ଦେଇଛି। ଏଥିସହିତ ଭର୍ତ୍ତୃହରିଙ୍କ ପାଇଁ କଟକ ରାଜନୀତି ଚଳଚଞ୍ଚଳ ହେଉଥିବା କୁହାଯାଉଛି।

ଗୋଟିଏ ପଟେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବା ଓ ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ୍‌କୁ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଭେଟିଥିଲେ ମଧ୍ୟ ସେହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। କେତେକେ କହିଲେଣି ଯଦି ସେ ଭାଜପାକୁ ଢଳୁଛନ୍ତି ତା’ ହେଲେ ସାଧାରଣରେ ସ୍ପଷ୍ଟ କରିଦେବା ଦରକାର। ଆଉ ଗୋଟିଏ ଘଟଣା ଉପରେ ନଜର ପକାଯାଇପରେ।

ଗତ ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେଶନ ପରିଦର୍ଶନ କରିଥିଲେ। ହେଲେ ସେଠାରେ ଭର୍ତ୍ତୃହରି ଉପସ୍ଥିତ ନ ଥିଲେ। ଏପରିକି ୩୧ ଡିସେମ୍ବର ୨୦୨୩ରେ କଟକ ରେଳ ଷ୍ଟେଶନଠାରେ ଅମ୍ରିତ ଭାରତ ଏକ୍ସପ୍ରେସର କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନୀୟ ଏମ୍‌ପି ଭାବେ ସେ ଉପସ୍ଥିତ ରହି ନ ଥିଲେ। ତେବେ ପୂର୍ବରୁ ସଂସଦରେ ଭର୍ତ୍ତୃହରି ବହୁବାର କଟକ ରେଳ ଷ୍ଟେଶନର ବିକାଶ ପ୍ରସଙ୍ଗ ଉଠାଇଥିବାବେଳେ ରେଳମନ୍ତ୍ରୀଙ୍କ ଗସ୍ତ ବେଳେ ତାଙ୍କୁ ଦେଖିବାକୁ ନ ମିଳିବାର ରହସ୍ୟ ସାଧାରଣରେ ବୁଝିବା କଷ୍ଟକର ବୋଲି କୁହାଯାଇପାରେ।

ଭର୍ତ୍ତୃହରି ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହିବା ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ନେଇ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ବିଜେଡି ପ୍ରତିଷ୍ଠା ଦିବସରେ ଏମ୍‌ପି ଉପସ୍ଥିତ ରହିଥିଲେ। ଦଳୀୟ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ କାରଣ ଯୋଗୁ ସେ ରହିପାରି ନ ଥିଲେ। ହେଲେ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କର୍ଯ୍ୟକ୍ରମରେ ଏମ୍‌ପିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କ’ଣ ପାଇଁ ସେ ଉପସ୍ଥିତ ନ ଥିଲେ ତାହା ସ୍ପଷ୍ଟ ଜଣାନାହିଁ ବୋଲି ଦେବାଶିଷ କହିଛନ୍ତି। ସେହିପରି ମେୟର ସୁବାସ ସିଂଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଛନ୍ତି, ଭର୍ତ୍ତୃହରି ନେତାଜୀ ବସ୍‌ ଟର୍ମିନାଲ ଉଦ୍‌ଘାଟନ ଓ ବିଜେଡି ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହିଥିଲେ।

ସେଭଳି କୌଣସି କାରଣ ନାହିଁ ଯେଉଁଥିପାଇଁ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନାହାନ୍ତି। ଯେଉଁ ଦୁଇଟି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିନାହାନ୍ତି ସେଥିରେ ତାଙ୍କର ବ୍ୟକ୍ତଗତ ସମସ୍ୟା କିଛି ଥାଇପାରେ ବୋଲି ସିଂ କହିଛନ୍ତି। ଅନ୍ୟପଟେ ଭର୍ତ୍ତୃହରିଙ୍କୁ ଉକ୍ତ ପ୍ରସଙ୍ଗରେ ପଚାଯିବାରୁ ସେ କହିଛନ୍ତି, ଶଙ୍ଖଭବନଠାରେ ନିକଟରେ ହୋଇଥିବା ଦୁଇଟି ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ଏହାସହ ବିଜେଡି ପ୍ରତିଷ୍ଠା ଦିବସରେ ମଧ୍ୟ ସେ ଯୋଗଦେଇଥିଲେ। ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ସେତେବେଳେ ସେ ସେଠାକୁ ଯାଇପାରି ନ ଥିଲେ ବୋଲି କହିଛନ୍ତି। ହେଲେ ବାଲିଯାତ୍ରା ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସେ ଅବଗତ ନ ଥିଲେ। କେବଳ ଶୁଣିବାକୁ ପାଇଥିଲେ ଯେ, ସେଠାରେ କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ରହିଥିଲା। ତେବେ ସେହି ସମୟରେ ସେ କଟକରେ ଉପସ୍ଥିତ ନ ଥିଲେ ବୋଲି ଭର୍ତ୍ତୃହରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri