ଦାରିଙ୍ଗବାଡିର ଯୁବକଙ୍କୁ ନେଇ ଚର୍ଚ୍ଚା: ୪୧ ଦିନରେ ଶଙ୍କରଙ୍କ ୨ହଜାର କିଲୋମିଟର …

ଦାରିଙ୍ଗବାଡି, ୩ା୫ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଲୋହରସାହିର ଶଙ୍କର ସାହୁଙ୍କ ସାଇକଲରେ ଚାରିଧାମ ଯାତ୍ରାର ୪୧ ଦିନ ସୁଦ୍ଧା ୨ହଜାର କିଲୋମିଟର ଯାତ୍ରା ସଫଳ ହୋଇଛନ୍ତି। ସେ ଶନିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ ସାରିଛନ୍ତି। ଏଥିପାଇଁ ସେ ନିଜକୁ ଖୁସି ଅନୁଭବ କରିବା ସହ ଅଞ୍ଚଳବାସୀଙ୍କୁ ମଧ୍ୟ ତାଙ୍କର ଏହି ସଫଳଯାତ୍ରା ପାଇଁ ସାଧୁବାଦ ଜଣାଇଛନ୍ତି। ସେ କେଦାରନାଥରେ ପହଞ୍ଚିବା ପରେ ତାଙ୍କର ଏହି ୪୧ ଦିନର ସଫଳ ଯାତ୍ରା ସମୟର ଅନୁଭୂତି ବଖାଣିଛନ୍ତି। କେବଳ କିଛି ସ୍ଥାନରେ ତାଙ୍କର ସାଇକଲ ବାରମ୍ବାର ଖରାପ ହୋଇଥିବା ବେଳେ ତାଙ୍କ ଯାତ୍ରା ସମୟରେ ସେଭଳି କୌଣସି ସମସ୍ୟା ହୋଇ ନ ଥିବା କହିଛନ୍ତି । ଯାତ୍ରା ସମୟରେ ତାଙ୍କୁ ବିଭିନ୍ନ ରାଜ୍ୟରେ ଲୋକଙ୍କ ସହଯୋଗ କରିଥିବା ବେଳେ ସେ ଲୋକଙ୍କୁ ଅଧିକା ବୃକ୍ଷ ରୋପଣ କରିବାକୁ ସଚେତନ କରିବା ସହ ପରିବେଶ ସମ୍ପର୍କରେ ସଚେତନ କରାଇଛନ୍ତି। ଶଙ୍କର ମାର୍ଚ୍ଚ ୨୪ ରେ ନିଜ ଘରୁ ଯାତ୍ରା ଆରମ୍ଭ କରିଥିବା ବେଳେ ପ୍ରଥମେ କାଶିବିଶ୍ୱନାଥ ଧାମ ଦର୍ଶନ କରିଛନ୍ତି। କେଦାରନାଥ ତାଙ୍କର ଦ୍ୱିତୀୟ ଧାମ ଦର୍ଶନ ବୋଲି ସେ କହିଛନ୍ତି। କନ୍ଧମାଳର ଦାରିଙ୍ଗବାଡି ଭଳି ଏକ ଦୁର୍ଗମ ଅଞ୍ଚଳରୁ କେବେ ବାହାର ଅଞ୍ଚଳ ବୁଲିନଥିବା ଶଙ୍କରଙ୍କ ଏଭକି ସାଇକଲ ଯାତ୍ରା କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଥିବା ବେଳେ ତାଙ୍କ ର ଏହି ସାହସ ଯୋଗୁଁ ସାହସୀ ଯୁବକ ଶଙ୍କର ଏବେ ଅଞ୍ଚଳରେ ବହୁ ଚର୍ଚ୍ଚା ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri