ପୋଲିସ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ବାରିପଦା,୨୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପୋଲିସର କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଥାନା ଅଞ୍ଚଳରୁ ଚଢ଼ାଉ କରି ଅନ୍ୟ ଥାନା ଅଞ୍ଚଳରେ ଦର୍ଶାଇବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଲିସକୁ ତାତ୍ସଲ୍ୟ କରୁଛନ୍ତି। ତେବେ ଏଭଳି ଘଟଣାକୁ ପଚରାଉଚୁରା ପୂର୍ବକ ତଦନ୍ତ କରାଯାଇ ଗିରଫ କରାଯାଇଛି ବୋଲି ଜିଲା ଏସ୍‌ପି ଏସ. ସୁଶ୍ରୀ ପ୍ରକାଶ କରିଛନ୍ତି ା

ଅନୁଯାୟୀ, ଜିଲା ପୋଲିସର ଏକ ଟିମ୍‌ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ଖବରପାଇ ବୁଧବାର ଅପରାହ୍ନରେ ୪୯ ନଂ. ଜାତୀୟ ରାଜପଥର ବିଶୋଇ ଛକରେ ଜଗିଥିଲା। ଟିମ୍‌ ଓଡି ୦୨ ବିଡବ୍ଳ୍ୟୁ ୭୭୪୮ ନମ୍ବର ବିଶିଷ୍ଟ ଏକ ସୁଇଫ୍ଟ ଡିଜାୟାର କାରକୁ ଅଟକ ରଖି ଯାଞ୍ଚ କରିଥିଲା। କାରର ସିଟ୍‌ ମଝି ଓ ଗାଡ଼ିର ଡିକିରେ ବିପୁଳ ପରିମାଣ ଗଞ୍ଜେଇକୁ ଜବତ କରିଥିଲା। ଗଞ୍ଜେଇ ଚାଲାଣରେ ଜଡ଼ିତ ଅଭିଯୁକ୍ତର ହାତକୁ ବାନ୍ଧି ପୋଲିସ ନିଜ ଭ୍ୟାନରେ ବସାଇଥିଲା।

ତେବେ ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୁକ୍ତ ସହ ଗଞ୍ଜେଇ ଓ କାରର ଫଟୋ ଉତ୍ତୋଳନ କରିଥିଲେ। ମାତ୍ର ଏହି ଘଟଣାକୁ ରୂପ ଦେଇ ବାରିପଦାର ପାଲବଣୀଠାରେ ବାରିପଦା ଟାଉନ ପୋଲିସ ପାଟ୍ରୋଲିଂ ସମୟରେ ଧରିଥିଲା ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ପି ଏସ.ସୁଶ୍ରୀ ପ୍ରକାଶ କରିଥିଲେ। ତେବେ ତହିଁ ପରଦିନ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ସମ୍ମିଳନୀରେ ଖବରଦାତାମାନେ ଏସ୍‌ପିଙ୍କୁ ଜବତ ଗଞ୍ଜେଇ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।

ବିଶୋଇ ବଜାରରୁ ଦିନ ବେଳା ଜବତ ହୋଇଥିବା ଗଞ୍ଜେଇ ଓ ଅଭିଯୁକ୍ତମାନଙ୍କୁ କାହିଁକି ବାରିପଦାରୁ ଧରାହୋଇଛି ବୋଲି ପଚାରିଥିଲେ। ଏ ସମ୍ପର୍କରେ ଚାଲାଣକାରୀଙ୍କୁ ଟ୍ରାକ୍‌ କରାଯାଇ ବାରିପଦାରୁ ଧରା ହୋଇଛି ବୋଲି କହି କଥାକୁ ଏଡ଼ାଇ ଯାଇଥିଲେ। ପୋଲିସର ଉତ୍ତର ଓ ଘଟଣାକୁ ରୂପ ଦେବା ବାବଦରେ ଜିଲା ପୋଲିସର କାର୍ଯ୍ୟକଳାପ ପ୍ରତି ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ଆଲୋଚନା ହେଉଛି। ସେହିପରି ଜିଲା ଦେଇ ପ୍ରତିଦିନ ଗଞ୍ଜେଇ, ଗୋରୁ ଗାଡ଼ି ଓ ବ୍ରାଉନ୍‌ସୁଗର ଚାଲାଣ ହେଉଛି। ରାସଗୋବିନ୍ଦୁପର ନଳଗଜା ଓ ରୁପ୍ସା ବୈଶିଙ୍ଗା ରାଜ୍ୟ ରାଜପଥ ଦେଇ ଜଳେଶ୍ୱର ଓ ବାଲେଶ୍ୱର ଜିଲାରୁ ବ୍ରାଉନ୍‌ସୁଗର ଚାଲାଣ ହୋଇ ବାରିପଦାରେ ବିକ୍ରି ହେଉଛି। ୪୯ ନଂ. ଓ ୧୮ ନଂ. ଜାତୀୟ ରାଜପଥ ଦେଇ ଗଞ୍ଜେଇ ଓ ଗୋରୁ ଗାଡି ଚାଲାଣ ହେଉଛି। ଏଥିସହ ଜିଲାରେ ଚୋରି, ଛିନ୍‌ତାଇ ଓ ଡକାୟତି ଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି ା ଉଭୟ ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଗଲେ ନିଶାଦ୍ରବ୍ୟ କାରବାରରେ ଅଙ୍କୁଶ ଆସିପାରିବ ବୋଲି ସହରବାସୀ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri