ଅରୁଣ ବୋଥ୍ରାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୪ା୩(ସତ୍ୟଜିତ୍‌ ରାଉତ): ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ୨ଟି ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଶନିବାର ମୁମ୍ବାଇସ୍ଥିତ ଏକ କୋର୍ଟରେ ସିବିଆଇ ପକ୍ଷରୁ ଉଭୟ ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଥିଲା। ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯିବା ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନ୍‌ଚିଟ୍‌ ଦିଆଯାଇଥିଲା। ତେବେ ଏହି ଘଟଣାରେ ଓଡ଼ିଶାର ପୂର୍ବତନ କ୍ରାଇମବ୍ରାଞ୍ଚ ଏଡିଜି ତଥା ବର୍ତ୍ତମାନର ରେଲୱେ ଏବଂ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରା ରବିବାର ‘ଏକ୍ସ’ରେ କରିଥିବା ଏକ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ବେଶ୍‌ ଚର୍ଚ୍ଚା ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ସଂକ୍ରାନ୍ତ ଏକ ଜାତୀୟ ଗଣମାଧ୍ୟମର ନ୍ୟୁଜ୍‌ ପୋଷ୍ଟ୍‌କୁ ଏଡିଜି ବୋଥ୍ରା ରିପୋଷ୍ଟ୍‌ କରି ଉଲ୍ଲେଖ କରିଛନ୍ତି ଯେ, ୪ବର୍ଷ ତଳେ ଅନେକ ଟିଭି ଆଙ୍କର ଘଟଣାକୁ ଉସୁକାଇବା ପରେ ଅଗଣିତ ଲୋକ ସୋସିଆଲ ମିଡିଆ ଜରିଆରେ ମୁମ୍ବାଇ ପୋଲିସ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା ସହ ନିନ୍ଦିତ କରିଥିଲେ। ତେବେ ପୋଲିସ ବୃତ୍ତିଗତ ଭାବେ ନିଜ ତଦନ୍ତ କରିଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି। ଅପରାଧ ତଦନ୍ତ ବିଷୟରେ କୌଣସି ଧାରଣା ନ ଥିବା ଲୋକମାନେ ମିଛ ଏବଂ ଅପମାନଜନକ ଟିପ୍ପଣୀ ଦେଇ ପ୍ରଚାର ସୃଷ୍ଟି କରିପାରିବେ। କିନ୍ତୁ ଶେଷରେ କେବଳ ପ୍ରମାଣ ଏବଂ କୋର୍ଟ ରାୟ ଗୁରୁତ୍ୱ ବହନ କରେ ବୋଲି ବୋଥ୍ରା କହିଛନ୍ତି। ଏଠାରେ ସୂଚନଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରଥମେ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ହେଲେ ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବା ପରେ କ୍ରାଇମବ୍ରାଞ୍ଚ ପୁଣିଥରେ ଏବେ ସାନି ତଦନ୍ତ ଆରମ୍ଭ କରିଛି। ତେବେ ନବ ଦାସ ହତ୍ୟା ମାମଲାରେ ବୋଥ୍ରା ପୋଲିସ ଓ ନିଜକୁ କ୍ଲିନ୍‌ ଚିଟ୍‌ ଦେବାକୁ ଏହି ପୋଷ୍ଟ୍‌ କରିଥିବା ନେଇ କୁହାଯାଉଥିବା ବେଳେ ବିଭିନ୍ନ ଲୋକ କମେଣ୍ଟ ଓ ରିପୋଷ୍ଟ କରିଛନ୍ତି। ଏପରିକି ଉକ୍ତ ପୋଷ୍ଟରେ ଏକାଧିକ ୟୁଜର କୋଟ୍‌ ଓ ରିପ୍ଲାଏ ଦ୍ୱାରା ବୋଥ୍ରାଙ୍କୁ ଇଙ୍ଗିତ କରି ସମାଲୋଚନା କରିଛନ୍ତି। ଜଣେ ୟୁଜର ଉକ୍ତ ପୋଷ୍ଟକୁ କୋଟ୍‌ କରି ଲେଖିଛନ୍ତି, ‘ଗତକାଲି, ମୁଁ ପୋଖରୀ କୂଳରେ ଗାମୁଛା ଛାଡିଦେଇ ଆସିଲି, ଆଜି ମିଳୁନାହିଁ। କିନ୍ତୁ….। ସେହିପରି ଆଜି କ’ଣ ପାଇଁ ଏହି ପୋଷ୍ଚ ବୋଲି ଆଉଜଣେ ୟୁଜର କୋଟ୍‌ କରି ବୋଥ୍ରାଙ୍କୁ ପ୍ରଶ୍ନ କରିଛନ୍ତି। ଅନ୍ୟଜଣେ ୟୁଜର୍‌ ରିପ୍ଲାଏ ଦେଇ କହିଛନ୍ତି, ସାର୍‌, ଅପରାଧ ତଦନ୍ତ ବିଷୟରେ ଲୋକଙ୍କର ଶୂନ୍ୟ ଧାରଣା ଥାଇପାରେ। ହେଲେ ଏହା ବି ସେତିକି ସତ୍ୟ ଯେ, ଏଭଳି ମାମଲାରେ କେବେ ବି ସତ୍ୟ ପଦାକୁ ଆସେ ନାହିଁ। ଆଉଜଣେ ରିପ୍ଲାଏ ହିନ୍ଦୀରେ ଲେଖିଛନ୍ତି, କହିଁ ପେ ନିଗାହେଁ, କହି ପେ ନିଶାନା। ସେହିପରି ଆଉଜଣେ ୟୁଜର ଲେଖିଛନ୍ତି, ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା କ୍ଲୋଜର ରିପୋର୍ଟ ଅନେକ ସମୟରେ ନିରର୍ଥକ ହୋଇଥାଏ। ସିବିଆଇ ତଦନ୍ତ କରୁଥିବା ଅନେକ ମାମଲାରେ ବିଫଳ ହେବାର ନଜିର ରହିଛି। ଦୁର୍ନୀତିଗ୍ରସ୍ତ ଅଫିସର କିଛି ସମାଧାନ କରାପାରିବେ ନାହିଁ। ତେଣୁ ସେମାନେ ଏହାକୁ ବନ୍ଦ କରିଦିଅନ୍ତି ବୋଲି ଜଣେ ୟୁଜର ମେସେଜ୍‌ରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri