କଳାବାଘ ‘କାଳିଆ’କୁ ନେଇ ଚର୍ଚ୍ଚା: ଶିମିଳିପାଳ ପାଇଁ ଆଣିଲେ ଗୌରବ

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମହାବଳ ବାଘ କାଳିଆକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବତନ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଶିମିଳିପାଳର ହିରୋ ‘କାଳିଆ’କୁ ନେଇ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ଶିମିଳିପାଳରେ ବାଘବଂଶ ଲୋପ ପାଇବାକୁ ବସିଥିବା ବେଳେ ଏହି ‘କାଳିଆ’ ମହାବଳ ବାଘ (ମିଲେନାଷ୍ଟିକ ଟାଇଗର) ବଂଶ ବୃଦ୍ଧି କରିବାରେ ସହାୟକ ହୋଇଥିଲା, ଯାହାକି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଗର୍ବ ଓ ଗୌରବ ଆଣିପାରିଛି। ଏବେ ବନ୍ୟଜୀବ ସୁରକ୍ଷା ଇତିହାସରେ ମହାବଳ କଳାବାଘ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ା ଯାହାକୁ ‘ବ୍ଲାକ୍‌ ବିଉଟି’ ବୋଲି ପୂର୍ବତନ ପିସିସିଏଫ ନନ୍ଦ ସୋସିଆଲ ମିଡିଆ (ଏକ୍ସ)ରେ ପୋଷ୍ଟ କରିଛନ୍ତି।
୨୦୧୪ରେ ଶିମିଳିପାଳରେ ବାଘସଂଖ୍ୟା ହ୍ରାସ ପାଇ ୪କୁ ଖସିଆସିଥିଲା। ସେଥିମଧ୍ୟରେ ୩ଟି ମାଈ ବାଘ ଥିବା ବେଳେ ଗୋଟିଏ ମିଲେନାଷ୍ଟିକ ଟାଇଗର ‘କାଳିଆ’ ଯୋଗୁ ମହାବଳ ବାଘସଂଖ୍ୟା ଏବେ ୩୯ରେ ପହଞ୍ଚତ୍ଛି। ଏହି ବାଘଙ୍କ ମଧ୍ୟରେ ୧୪ଟି କଳାବାଘ ରହିଛନ୍ତି। ତେବେ ବାଘବଂଶ ବୃଦ୍ଧିର ଶ୍ରେୟ ‘କାଳିଆ’କୁ ଯାଉଛି ବୋଲି ପୂର୍ବତନ ପିସିସିଏଫ ନନ୍ଦ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିବା ସହ ମହାବଳ ବାଘ କାଳିଆର ଭିଡିଓ ପୋଷ୍ଟ କରି କହିଛନ୍ତି। ଏହି ଅଣ୍ଡିରା ବାଘ ଅନେକ ଶାବକର ପିତା ହୋଇଥିବାରୁ ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଛି। ଏଣୁ ‘କାଳିଆ’ ଶିମିଳିପାଳର ଗର୍ବ ଗୌରବ ବୋଲି ନନ୍ଦ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ଶିଶୁ ଯୌନ ନିର୍ଯାତନା, ଛାତ୍ରୀଛାତ୍ରଙ୍କୁ ତାଲିମ୍ ଦେଲା ଗଜପତି ପୋଲିସ

ମୋହନା,୧୨।୩( ମନ୍ମଥ ମିଶ୍ର ): ଦୀନକୁ ଦିନ ରାଜ୍ୟରେ ଶିଶୁ ନିର୍ଯାତନା ସହ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଯାହା ଫଳରେ ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟକୁ…

ଗିରଫ ହେଲେ ତହସିଲଦାର, ୭ ପ୍ଲଟ୍‌ ସହ ଠୁଳ କରିଥିଲେ…

କଣ୍ଟାପଡ଼ା,୧୨ା୩(ସୁର ନାରାୟଣ ସାହୁ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ଗୁରୁବାର ଗିରଫ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଅଧ୍ୟାପକ, ୪ଥର ଗର୍ଭନଷ୍ଟ ପରେ…

ବ୍ରହ୍ମପୁର,୧୨।୩ (ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିବା ଜଣେ ଅଧ୍ୟାପକଙ୍କୁ…

କେଉଁ ପ୍ରକାର ସଙ୍କେତ? ନୀଳଚକ୍ରରୁ ଛିଣ୍ଡିଗଲା ବାନା, ବଡ଼ ବିପଦ….

ପୁରୀ,୧୨।୩( ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ନୀଳଚକ୍ର ଉପରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ର ସହ ସଂଯୋଗ ହୋଇ ରହୁଥିବା…

ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ସ୍ତ୍ରୀ: ଏମିତି ପଦକ୍ଷେପ ନେଲେ ସ୍ବାମୀ, ଜାଣନ୍ତୁ ଲୋମଟଙ୍କୁରା ଘଟଣା

ଦେବଗଡ଼,୧୨ା୩(ଶଶାଙ୍କ ଶେଖର ଝାଙ୍କର): ଶାରୀରିକ ସମ୍ପର୍କ ପାଇଁ ମନା କରିବାରୁ ସ୍ତ୍ରୀଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଅଭିଯୋଗରେ ରିଆମାଳ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି…

ଧାନବିକ୍ରି ସମସ୍ୟା ଅସମାହିତ, ଆନ୍ଦୋଳନ ତୀବ୍ର: ପାକ୍ସ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼/ଭେଡ଼େନ,୧୨।୩(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ):ବରଗଡ଼ ଜିଲାରେ ରବି ଧାନ କିଣାବିକା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ…

ଅଧରାତିରେ ପରିବାରର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ

ଦେବଗଡ଼,୧୨।୩(ଶଶାଙ୍କ ଶେଖର ଝାଙ୍କର) ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। ଏଥିରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ତ୍ରୀ, ବୋହୂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri