Categories: ବାଣିଜ୍ୟ

‘ମେଟା’ର ଶେୟାର ମୂଲ୍ୟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଫେସ୍‌ବୁକ୍‌’ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ ଫେସ୍‌ବୁକ୍‌ର ରିବ୍ରାଣ୍ଡ କରି ଏହାର ନାମ ‘ମେଟା’ ରହିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଫେସ୍‌ବୁକ୍‌ର ନାମ ବଦଳି ମେଟା ଏକ ନୂଆ ଭର୍ସନରେ ଉପଲବ୍ଧ ହେବ ବୋଲି ସେ ଘୋଷଣା କରିବାର କିଛି ସମୟ ପରେ ଏକ କାନାଡୀୟ କମ୍ପାନୀ ମେଟା ମାର୍ଟେରିୟଲସ୍‌ ଇଙ୍କ୍‌ର ଶେୟାର ମୂଲ୍ୟ ଅଚାନକ ବଜାରରେ ବଢ଼ିଯାଇଥିଲା ବୋଲି ସୂଚନା ମିଳିଛି। ବର୍ତ୍ତମାନ ଲୋକେ ମେଟା ନାମରୁ ଏହି କମ୍ପାନୀର ଶେୟାରରେ ନିବେଶ କରିବା ଏପରି ପରିସ୍ଥିତି ସୃଷ୍ଟି କରିଛି। ଉକ୍ତ ସଂସ୍ଥାକୁ ଲୋକେ ଫେସ୍‌ବୁକ୍‌ର ରିବ୍ରାଣ୍ଡ ବୋଲି ଭାବି ନିବେଶ କରିବା ଯୋଗୁ ଅଚାନକ ଏହାର ଶେୟାର ମୂଲ୍ୟ ୨୬% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ବଜାର କାରବାରରେ ମେଟାର ଟିକର ନେମ୍‌ ଏମ୍‌ଏମ୍‌ଏଟିରେ ୪.୮% ପର୍ଯ୍ୟନ୍ତ କାରବାର ବଢ଼ି ଯାଇଥିବା କୁହାଯାଇଛି। ଫଳରେ କମ୍ପାନୀର ମାର୍କେଟ କ୍ୟାପିଟାଲ ଅଚାନକ ୧.୩ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। କମ୍ପାନୀର ରିବ୍ରାଣ୍ଡକୁ ନେଇ ଜୁକରବର୍ଗ ଏବେ ବେଶ୍‌ ଆଶାୟୀ ରହିଛନ୍ତି, ଏଥିରେ କେବଳ ଚର୍ଚ୍ଚା ଯୋଗୁ ପାଖାପାଖି ନାମ ଥିବା କମ୍ପାନୀର ଆର୍ଥିକ ଅଭିବୃଦ୍ଧି ଫେସ୍‌ବୁକ୍‌ ନିଶ୍ଚିତ ଆଶାଠୁ ବି ଅଧିକ ପାଇବେ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି। ଏହାର ରିବ୍ରାଣ୍ଡ ନେଇ ନିଜେ ଜୁକରବର୍ଗ ଶୁକ୍ରବାର ଫେସ୍‌ବୁକ୍‌ରେ ଏକ ଦୀର୍ଘ ପୋଷ୍ଟ କରିଛନ୍ତି, ଯାହା ପରଠାରୁ ସାରା ବିଶ୍ୱରେ ମେଟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାର ରିବ୍ରାଣ୍ଡ ସହ ଫେସ୍‌ବୁକ୍‌ର କାୟାକଳ୍ପ ହେବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଜୁକରବର୍ଗ ଇଣ୍ଟରନେଟ୍‌ର ନୂତନ ଅଧ୍ୟାୟ ବୋଲି କହିଛନ୍ତି। ମେଟାର ପରିଭାଷିତ ଗୁଣମାନରେ ଏହା ଉପସ୍ଥିତିର ଭାବନା ସମ୍ପର୍କିତ ସହ କୌଣସି ପରିସ୍ଥିତି ସାମାଜିକ ପରିକଳ୍ପନା ବୋଲି କୁହାଯାଇଛି; ଯାହାକୁ ଜୁକରବର୍ଗ ତାଙ୍କ ମେଟା ଭର୍ସନରେ ବିଶ୍ୱର ଅଗଣିତ ୟୁଜରଙ୍କ ଲାଗି ଆଣିବାକୁ ଯାଉଛନ୍ତି। ଜୁକରବର୍ଗଙ୍କ ପୋଷ୍ଟ ପରେ ସାରା ବିଶ୍ୱରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିରେ ନିବେଶକ ମଧ୍ୟ ବେଶ୍‌ ଆଶାୟୀ ଥିବାର ଏମ୍‌ଏମ୍‌ଏଟିର କାରବାର ପ୍ରମାଣିତ କରୁଛି। ତେବେ ଖୁବ୍‌ ଶୀଘ୍ର ଜୁକରବର୍ଗ ତାଙ୍କ ୟୁଜରଙ୍କ ଲାଗି ମେଟାଭର୍ସ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଯାହାକୁ ଏବେ ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି।

Share