ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ପ୍ରାଚୀନ ନଗର ସଭ୍ୟତା ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଅନ୍ତର୍ଜାତୀୟ ପତ୍ରିକା ‘ହେରିଟେଜ୍‌’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବୁଦ୍ଧିଜୀବୀ, ଐତିହାସିକ ଓ କଳାହାଣ୍ଡିବାସୀଙ୍କ ମନରେ ଉତ୍ସୁକତା ବଢ଼ିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ବରିଷ୍ଠ ଗବେଷକ ଲୋକେଶ ଦୁର୍ଗା ଓ ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଦମୟନ୍ତୀ ବାଗ ୨୦୧୮ରେ ଉକ୍ତ ଅଞ୍ଚଳରେ ପ୍ରାୟ ମାସେ ଧରି ଅନୁସନ୍ଧାନ କରିଥିଲେ। ଏହି ଖବର ସେତେବେଳେ ପ୍ରଥମେ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା।
ଗବେଷକମାନଙ୍କ ଅନୁସନ୍ଧାନମୂଳକ ତଥ୍ୟ ଅନୁଯାୟୀ, ଜୁନାଗଡ଼ ସହର ଏବଂ ହାତୀନଦୀ ଅବବାହିକାରେ ପ୍ରାଚୀନ ଯୁଗରୁ ମଧ୍ୟଯୁଗ ପର୍ଯ୍ୟନ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷ ରହିଛି। ୨୦୧୮ରେ ପ୍ରାଥମିକ ପର୍ଯ୍ୟାୟ ଅନୁସନ୍ଧାନବେଳେ ଜୁନାଗଡ଼ ଓ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରୁ ସ୍ମୃତି ସ୍ତମ୍ଭ, ସତୀ ସ୍ତମ୍ଭ, ଭଗ୍ନ ମନ୍ଦିର, ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି, ଅଟ୍ଟାଳିକା, ଜଳକୂପ, ମାଟିପାତ୍ର ଭଳି କେତେକ ପ୍ରସ୍ତର ଇଟା ନିର୍ମିତ ସାମଗ୍ରୀ ମିଳିଥିଲା। ଗବେଷଣା ଅନୁଯାୟୀ, ତୃତୀୟ/ଚତୁର୍ଥ ଶତାବ୍ଦୀରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ସହରର ନିରନ୍ତର ସାଂସ୍କୃତିକ ବିକାଶ ହୋଇଥିଲା। ପ୍ରତ୍ନତାତ୍ତ୍ୱିକ ଅବଶେଷରେ ପରିପୂର୍ଣ୍ଣ ପ୍ରାଚୀନ ନଗର ସଭ୍ୟତାର ବୈଶିଷ୍ଟ୍ୟ ଏଠାରେ ପରିଲକ୍ଷିତ ହୁଏ। ଉନ୍ନତ ଜଳସେଚନ ଏବେ ଜଳ ସମ୍ପଦର ପରିଚାଳନା, ଧର୍ମୀୟ ଭିତ୍ତିଭୂମି, କଳା ଓ ସଂସ୍କୃତି, କୃଷି, ରାଜନୈତିକ ଗତିବିଧି ଏବଂ ବାଣିଜି୍ୟକ ବିକାଶ ଭଳି ବୈଶିଷ୍ଟ୍ୟ ଏକ ଜନବସତିକୁ ବୃହତ୍‌ ଜନପତରେ ପରିଣତ କରିଥାଏ।
ଜୁନାଗଡ଼ରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଉପାଦାନ ଉପରୋକ୍ତ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରେ। ପ୍ରାକ୍‌ ମଧ୍ୟଯୁଗରେ ଛକୋଡ଼ି ବନ୍ଧ (୧୨୦) ଓ ନ କୋଡ଼ି ତୋଟା (୧୮୦) ପାଇଁ ଜୁନାଗଡ଼ ସହର ଏବଂ ଏହାର ଆଖପାଖ ଅଞ୍ଚଳ ପ୍ରସିଦ୍ଧ ଥିଲା। ସହରର ରାଣୀବନ୍ଧ, ସମିଅ ବନ୍ଧ, ହୀରା ନୀଳ ବନ୍ଧ, ତଳ ବନ୍ଧ ଏହି ବନ୍ଧଗୁଡ଼ିକର ପ୍ରମାଣ ବହନ କରେ। ସେହିପରି ତୋଟାଗୁଡ଼ିକର ପ୍ରମାଣ ହାତୀ ନଦୀକୂଳ ଭୈରିଗୁଡା ନିକଟରେ ଥିବା ଆମ୍ବତୋଟାରୁ ମିଳେ। ଏହି ପ୍ରମାଣଗୁଡ଼ିକ ଐତିହାସିକ ଜୁନାଗଡ ସହରର ଏକ ଉନ୍ନତ ଜଳସେଚନ ଏବଂ ଜଳ ପରିଚାଳନାର ମୂକସାକ୍ଷୀ। ଭୈରିଗୁଡା, ବ୍ଲକ କଲୋନୀ, ସମୀୟାବନ୍ଧପଡ଼ାରେ ଥିବା ହିନ୍ଦୁ ଦେବଦେବୀଙ୍କ ପ୍ରସ୍ତର ମୂର୍ତ୍ତି ପଞ୍ଚମରୁ ନବମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି। ଏହାବ୍ୟତୀତ ସୋମେଶ୍ୱର ମନ୍ଦିର, ଦଧିବାମନ ମନ୍ଦିର, ପୋଡା ମହାଦେବ ମନ୍ଦିର, ଲଙ୍କେଶ୍ୱରୀ ମନ୍ଦିର, କନକଦୁର୍ଗା ମନ୍ଦିର ମଧ୍ୟ ସପ୍ତମ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ କଳା ସଂସ୍କୃତିର ବିକାଶକୁ ଉପସ୍ଥାପନ କରେ।
ମଧ୍ୟଯୁଗର ପ୍ରାରମ୍ଭରେ ଜୁନାଗଡ଼ ଜେନାବଳିପାଟଣା ନାମରେ ନାମିତ ଥିଲା। ପାଟଣା ଶବ୍ଦଟି ମୁଖ୍ୟତଃ ଏକ ବାଣିଜ୍ୟ କେନ୍ଦ୍ରକୁ ଚିହ୍ନଟ
କରିବା କ୍ଷେତ୍ରରେ ଜୁନାଗଡ଼ରେ ପ୍ରାଚୀନ ନଗର… ବ୍ୟବହାର କରାଯାଉଥିଲା। ସୁତରାଂ ଜୁନାଗନଡ଼ ଏକ ସୁପରିଚିତ ବ୍ୟବସାୟ ଏବଂ ବାଣିଜ୍ୟ କେନ୍ଦ୍ର ଥିଲା। ସହରରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ଏହାର ପ୍ରମାଣ ଦିଏ।
ଜୁନାଗଡ଼ର ଭୌଗୋଳିକ ଅବସ୍ଥା, ଜଳସେଚନ ବ୍ୟବସ୍ଥା, କୃଷିର ବିକାଶ ଏହି ଅଞ୍ଚଳକୁ ବାଣିଜି୍ୟକ କାର୍ଯ୍ୟକଳାପ ବୃଦ୍ଧିରେ ଲାଭାନ୍ବିତ କରିଥିଲା। ଉପରୋକ୍ତ କାରଣଗୁଡ଼ିକ ଜୁନାଗଡ଼ର କଳା ସଂସ୍କୃତିକୁ ଯଥେଷ୍ଟ ପ୍ରଭାବିତ କରିଥିଲା। ଫଳରେ ଏହି ଅଞ୍ଚଳରେ ମଧ୍ୟଯୁଗ ପ୍ରାରମ୍ଭରୁ ଏକ ନଗର ସଭ୍ୟତାର ବିକାଶ ହୋଇପାରିଥିଲା। ଜୁନାଗଡ଼ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୧୨୦ ପୋଖରୀ ଓ ୧୮୦ ତୋଟାର ଉଲ୍ଲେଖ ନାହିଁ। କିନ୍ତୁ ପ୍ରଶାସନର ଅଣଦେଖା ଓ ଗବେଷକମାନଙ୍କ ଉଦାସୀନତା ଯୋଗୁ ଆଜି ଏହି ପୁରାତନ ସହରର ଇତିହାସ ଲୋକଲୋଚନକୁ ଆସିପାରୁନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ଖନନ କଲେ ଏହି ସହରର ଇତିହାସ ବିଶ୍ୱ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିପାରିବ ବୋଲି ବରିଷ୍ଠ ଗବେଷକ ଲୋକେଶ ଦୁର୍ଗା ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri