ରିହାତି ଦୌଡ଼

ଆଜି ଯେତେବେଳେ ଆମେ ଏକ ଦକ୍ଷ ଭାରତ ଗଠନ କରିବାକୁ ଚେଷ୍ଟା କରୁଛନ୍ତି , ସେତେବେଳେ ଏକ ସମୃଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ହେଲେ ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳଗୁଡ଼ିକର ଲୋକପ୍ରିୟ ଘୋଷଣା ଦକ୍ଷ ଭାରତର ଛବିକୁ ପଦାରେ ପକାଏ। ପୂର୍ବରୁ ଏପରି ଘୋଷଣା କରାଯାଉଥିଲା, କିନ୍ତୁ ଏହା ମାଗଣା ସାମଗ୍ରୀ କିମ୍ବା ସୁବିଧା ଦେବାରେ ସୀମିତ ରହିଥିଲା। ଏବେ ମାଗଣା ସୁବିଧା ସହ ଟଙ୍କା ଦେବାକୁ ଯୋଜନା କରାଯାଉଛି। ଏଭଳି ଯୋଜନା ମଧ୍ୟରୁ ମୁଖ୍ୟ ହେଉଛି ମହିଳାମାନଙ୍କୁ ମାସକୁ ଏକ ନିର୍ଦ୍ଦିଷ୍ଟ ରାଶି ପ୍ରଦାନ କରିବା। କେତେକ ରାଜ୍ୟରେ ନିର୍ବାଚନ ବିଜୟରେ ଏଭଳି ଯୋଜନା ବଡ଼ ଭୂମିକା ଗ୍ରହଣ କରିଥିବାରୁ ଦିଲ୍ଲୀରେ ଭାଜପା ଓ କଂଗ୍ରେସ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି ମାସିକ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଛି। ଦିଲ୍ଲୀରେ ଆହୁରି ଅନେକ କିଛି ଲୋକପ୍ରିୟ ଘୋଷଣା ହୋଇଛି।
ତିନୋଟି ଦଳର ଇସ୍ତାହାର ଲୋକପ୍ରିୟ ଯୋଜନାରେ ପରିପୂର୍ଣ୍ଣ। ଏହା ସତ ଯେ ଦେଶରେ ଏମିତି ଏକ ବର୍ଗ ଅଛନ୍ତି ଯେଉଁମାନଙ୍କୁ ଜୀବିକା ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି। ସେଥିପାଇଁ ସ୍ବାଧୀନତା ପରଠାରୁ ବିଭିନ୍ନ ଶୀର୍ଷରେ ସବ୍‌ସିଡି ଦିଆଯାଉଛି। କିଛି ଜିନିଷ ଯଥା କୃଷକଙ୍କୁ ଶସ୍ତାରେ ବିହନ, ସାର ଇତ୍ୟାଦି ମିଳିବା ଦରକାର, କାରଣ ବିକଶିତ ଦେଶଗୁଡ଼କ ମଧ୍ୟ ଏହା କରୁଛନ୍ତି। ଖାଦ୍ୟଶସ୍ୟ ଯେପରି ମହଙ୍ଗା ନ ହୁଏ ସେଥିପାଇଁ ଚାଷୀଙ୍କୁ ସବ୍‌ସିଡି ଦେବା ମଧ୍ୟ ଜରୁରୀ। ଭାରତ ଭଳି ବିଶ୍ୱର ଅନେକ ଦେଶ ଶିକ୍ଷା, ସ୍ବାସ୍ଥ୍ୟ, ସାଧାରଣ ପରିବହନ କ୍ଷେତ୍ରରେ ସବ୍‌ସିଡି ପ୍ରଦାନ କରିଥାନ୍ତି। ଏକ କଲ୍ୟାଣକାରୀ ରାଜ୍ୟ ଏହା କରିବା ଉଚିତ। ଶିକ୍ଷିତ ଓ ସୁସ୍ଥ ସମାଜ ଦେଶର ଅର୍ଥନୈତିକ ପ୍ରଗତିରେ ଅଂଶୀଦାର ହୋଇଥାଏ। ଯେହେତୁ ଭାରତରେ ବହୁ ସଂଖ୍ୟାରେ ଗରିବ ଲୋକ ଅଛନ୍ତି, ତେଣୁ ସେମାନଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବା ଉଚିତ। କିନ୍ତୁ ଯେତେବେଳେ ନିର୍ବାଚନ ଜିତିବା ଉଦ୍ଦେଶ୍ୟରେ ଲୋକମାନେ ଲୋକପ୍ରିୟ ଯୋଜନାରେ ପ୍ରଲୋଭିତ ହୁଅନ୍ତି ଏବଂ ଏହି କ୍ରମରେ ବ୍ୟାଙ୍କ ଋଣ ଛାଡ଼ ଭଳି ପଦକ୍ଷେପ ନିଆଯାଏ ସେତେବେଳେ ପରିସ୍ଥିତି ଖରାପ ହେବାକୁ ଲାଗେ। ଏଭଳି ପଦକ୍ଷେପ ଲୋକଙ୍କୁ ଆତ୍ମନିର୍ଭରଶୀଳ ହେବାରୁ ରୋକିଥାଏ।
ଅନେକ ଗବେଷଣାରୁ ଜଣାପଡ଼ିଛି, କୃଷିଋଣ ଛାଡ଼ ଦ୍ବାରା କୃଷକମାନଙ୍କର କିମ୍ବା କୃଷି କାର୍ଯ୍ୟରେ କିଛି ଲାଭ ହୁଏନାହିଁ , କିନ୍ତୁ ରାଜନୈତିକ ଦଳଗୁଡ଼ିକ କ୍ରମାଗତ ଭାବେ କୃଷି ଋଣ ଛାଡ଼ ଘୋଷଣା କରୁଛନ୍ତି। ମାଗଣା ସାମଗ୍ରୀର ମୂଲ୍ୟ କେଉଁଠି ନା କେଉଁଠି ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଏ, କାରଣ ସରକାରଙ୍କୁ ଯୋଜନା ପୂରଣ କରିବା ପାଇଁ ଅନ୍ୟ ସାମଗ୍ରୀ କିମ୍ବା ସୁବିଧାକୁ ମହଙ୍ଗା କରିବାକୁ ପଡ଼େ। ମାଗଣା ପ୍ଲାନ୍‌ର ଖର୍ଚ୍ଚ ଲୋକମାନେ ପୈଠ କରିଥାନ୍ତି। ଏହା ମଧ୍ୟ ସ୍ପଷ୍ଟ ଯେ ମାଗଣା କିମ୍ବା ରିହାତି ସୁବିଧା ବୃଦ୍ଧି ଦ୍ୱାରା ମୌଳିକ ସୁବିଧାର ଗୁଣବତ୍ତା ପ୍ରଭାବିତ ହେଉଛି। ସରକାରୀ ବିଦ୍ୟାଳୟ, ଡାକ୍ତରଖାନା କିମ୍ବା ସାର୍ବଜନୀନ ପରିବହନ ଲୋକଙ୍କ ଆଶା ପୂରଣ କରୁଛି ବୋଲି କୁହାଯାଇପାରିବ କି? ଏହା ସତ ଯେ ସାଧାରଣତଃ ପୁରୁଷଙ୍କ ଉପରେ ନିର୍ଭରଶୀଳ ମହିଳାମାନେ ଟଙ୍କା ପାଇଲେ ସେମାନଙ୍କର ଆତ୍ମସମ୍ମାନ ଅଧିକ ଥାଏ, କିନ୍ତୁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଯୋଜନା ଆଣିବା ଠିକ୍‌ ହେବ ନାହିଁ କି? ଏପରି କରିବା ଦ୍ୱାରା ସମାଜ ସହ ଦେଶର ଅର୍ଥନୈତିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ। ସିଧାସଳଖ ମାଗଣା ଯୋଜନା ଆଣିଥିବା ଅନେକ ରାଜ୍ୟ ଏହାକୁ ପୂରଣ କରିବା କଷ୍ଟକର ହୋଇଯାଏ। କିଛି ବାଧ୍ୟହୋଇ ଏହାକୁ କାର୍ଯ୍ୟକାରୀ କରୁଛନ୍ତି କିମ୍ବା ବିଳମ୍ବ କରୁଛନ୍ତି। ଖାଲି ସେତିକି ନୁହେଁ, ସେମାନେ ଆର୍ଥିକ ସଙ୍କଟରେ ମଧ୍ୟ ଘେରି ରହିଛନ୍ତି। ଦିଲ୍ଲୀ ଅର୍ଥନୈତିକ ଦୃଷ୍ଟିରୁ ସକ୍ଷମ ରାଜ୍ୟ, ହେଲେ ରାଜଧାନୀ ଅନେକ ମୌଳିକ ସମସ୍ୟା ସହ ସଂଘର୍ଷ କରୁଛି। ଅନେକ ଅଞ୍ଚଳରେ ଲୋକେ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ପାଉନାହାନ୍ତି। ଅପେକ୍ଷାକୃତ ସମୃଦ୍ଧ ଦିଲ୍ଲୀର ଲୋକଙ୍କୁ ମାଗଣା ସୁବିଧା ଦେବାର ଆବଶ୍ୟକତା ରହିଛି କି? ଯଦି ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ଲୋକପ୍ରିୟ ଘୋଷଣାର ପୁନର୍ବିଚାର କରନ୍ତି ତେବେ ଦେଶ ପାଇଁ ଭଲ, କାରଣ ଆମ ସମ୍ବିଧାନର ନିର୍ମାତାମାନେ କେବେ ବି ଭାବି ନ ଥିବେ ଯେ ସର୍ବବୃହତ୍‌ ଗଣତନ୍ତ୍ର ଆମ ଦେଶର ନେତାମାନେ ମୌଳିକ ସୁବିଧାର ଗୁଣବତ୍ତା ବୃଦ୍ଧି କରିବା ପରିବର୍ତ୍ତେ ରିହାତି ଉପାୟରେ ଭୋଟ କିଣିବା ପାଇଁ କାର୍ଯ୍ୟ କରିବେ।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼
ମୋ: ୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri