ରିହାତି ଦୌଡ଼

ଆଜି ଯେତେବେଳେ ଆମେ ଏକ ଦକ୍ଷ ଭାରତ ଗଠନ କରିବାକୁ ଚେଷ୍ଟା କରୁଛନ୍ତି , ସେତେବେଳେ ଏକ ସମୃଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ହେଲେ ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳଗୁଡ଼ିକର ଲୋକପ୍ରିୟ ଘୋଷଣା ଦକ୍ଷ ଭାରତର ଛବିକୁ ପଦାରେ ପକାଏ। ପୂର୍ବରୁ ଏପରି ଘୋଷଣା କରାଯାଉଥିଲା, କିନ୍ତୁ ଏହା ମାଗଣା ସାମଗ୍ରୀ କିମ୍ବା ସୁବିଧା ଦେବାରେ ସୀମିତ ରହିଥିଲା। ଏବେ ମାଗଣା ସୁବିଧା ସହ ଟଙ୍କା ଦେବାକୁ ଯୋଜନା କରାଯାଉଛି। ଏଭଳି ଯୋଜନା ମଧ୍ୟରୁ ମୁଖ୍ୟ ହେଉଛି ମହିଳାମାନଙ୍କୁ ମାସକୁ ଏକ ନିର୍ଦ୍ଦିଷ୍ଟ ରାଶି ପ୍ରଦାନ କରିବା। କେତେକ ରାଜ୍ୟରେ ନିର୍ବାଚନ ବିଜୟରେ ଏଭଳି ଯୋଜନା ବଡ଼ ଭୂମିକା ଗ୍ରହଣ କରିଥିବାରୁ ଦିଲ୍ଲୀରେ ଭାଜପା ଓ କଂଗ୍ରେସ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି ମାସିକ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଛି। ଦିଲ୍ଲୀରେ ଆହୁରି ଅନେକ କିଛି ଲୋକପ୍ରିୟ ଘୋଷଣା ହୋଇଛି।
ତିନୋଟି ଦଳର ଇସ୍ତାହାର ଲୋକପ୍ରିୟ ଯୋଜନାରେ ପରିପୂର୍ଣ୍ଣ। ଏହା ସତ ଯେ ଦେଶରେ ଏମିତି ଏକ ବର୍ଗ ଅଛନ୍ତି ଯେଉଁମାନଙ୍କୁ ଜୀବିକା ପାଇଁ ସରକାରୀ ସହାୟତାର ଆବଶ୍ୟକତା ରହିଛି। ସେଥିପାଇଁ ସ୍ବାଧୀନତା ପରଠାରୁ ବିଭିନ୍ନ ଶୀର୍ଷରେ ସବ୍‌ସିଡି ଦିଆଯାଉଛି। କିଛି ଜିନିଷ ଯଥା କୃଷକଙ୍କୁ ଶସ୍ତାରେ ବିହନ, ସାର ଇତ୍ୟାଦି ମିଳିବା ଦରକାର, କାରଣ ବିକଶିତ ଦେଶଗୁଡ଼କ ମଧ୍ୟ ଏହା କରୁଛନ୍ତି। ଖାଦ୍ୟଶସ୍ୟ ଯେପରି ମହଙ୍ଗା ନ ହୁଏ ସେଥିପାଇଁ ଚାଷୀଙ୍କୁ ସବ୍‌ସିଡି ଦେବା ମଧ୍ୟ ଜରୁରୀ। ଭାରତ ଭଳି ବିଶ୍ୱର ଅନେକ ଦେଶ ଶିକ୍ଷା, ସ୍ବାସ୍ଥ୍ୟ, ସାଧାରଣ ପରିବହନ କ୍ଷେତ୍ରରେ ସବ୍‌ସିଡି ପ୍ରଦାନ କରିଥାନ୍ତି। ଏକ କଲ୍ୟାଣକାରୀ ରାଜ୍ୟ ଏହା କରିବା ଉଚିତ। ଶିକ୍ଷିତ ଓ ସୁସ୍ଥ ସମାଜ ଦେଶର ଅର୍ଥନୈତିକ ପ୍ରଗତିରେ ଅଂଶୀଦାର ହୋଇଥାଏ। ଯେହେତୁ ଭାରତରେ ବହୁ ସଂଖ୍ୟାରେ ଗରିବ ଲୋକ ଅଛନ୍ତି, ତେଣୁ ସେମାନଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବା ଉଚିତ। କିନ୍ତୁ ଯେତେବେଳେ ନିର୍ବାଚନ ଜିତିବା ଉଦ୍ଦେଶ୍ୟରେ ଲୋକମାନେ ଲୋକପ୍ରିୟ ଯୋଜନାରେ ପ୍ରଲୋଭିତ ହୁଅନ୍ତି ଏବଂ ଏହି କ୍ରମରେ ବ୍ୟାଙ୍କ ଋଣ ଛାଡ଼ ଭଳି ପଦକ୍ଷେପ ନିଆଯାଏ ସେତେବେଳେ ପରିସ୍ଥିତି ଖରାପ ହେବାକୁ ଲାଗେ। ଏଭଳି ପଦକ୍ଷେପ ଲୋକଙ୍କୁ ଆତ୍ମନିର୍ଭରଶୀଳ ହେବାରୁ ରୋକିଥାଏ।
ଅନେକ ଗବେଷଣାରୁ ଜଣାପଡ଼ିଛି, କୃଷିଋଣ ଛାଡ଼ ଦ୍ବାରା କୃଷକମାନଙ୍କର କିମ୍ବା କୃଷି କାର୍ଯ୍ୟରେ କିଛି ଲାଭ ହୁଏନାହିଁ , କିନ୍ତୁ ରାଜନୈତିକ ଦଳଗୁଡ଼ିକ କ୍ରମାଗତ ଭାବେ କୃଷି ଋଣ ଛାଡ଼ ଘୋଷଣା କରୁଛନ୍ତି। ମାଗଣା ସାମଗ୍ରୀର ମୂଲ୍ୟ କେଉଁଠି ନା କେଉଁଠି ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଏ, କାରଣ ସରକାରଙ୍କୁ ଯୋଜନା ପୂରଣ କରିବା ପାଇଁ ଅନ୍ୟ ସାମଗ୍ରୀ କିମ୍ବା ସୁବିଧାକୁ ମହଙ୍ଗା କରିବାକୁ ପଡ଼େ। ମାଗଣା ପ୍ଲାନ୍‌ର ଖର୍ଚ୍ଚ ଲୋକମାନେ ପୈଠ କରିଥାନ୍ତି। ଏହା ମଧ୍ୟ ସ୍ପଷ୍ଟ ଯେ ମାଗଣା କିମ୍ବା ରିହାତି ସୁବିଧା ବୃଦ୍ଧି ଦ୍ୱାରା ମୌଳିକ ସୁବିଧାର ଗୁଣବତ୍ତା ପ୍ରଭାବିତ ହେଉଛି। ସରକାରୀ ବିଦ୍ୟାଳୟ, ଡାକ୍ତରଖାନା କିମ୍ବା ସାର୍ବଜନୀନ ପରିବହନ ଲୋକଙ୍କ ଆଶା ପୂରଣ କରୁଛି ବୋଲି କୁହାଯାଇପାରିବ କି? ଏହା ସତ ଯେ ସାଧାରଣତଃ ପୁରୁଷଙ୍କ ଉପରେ ନିର୍ଭରଶୀଳ ମହିଳାମାନେ ଟଙ୍କା ପାଇଲେ ସେମାନଙ୍କର ଆତ୍ମସମ୍ମାନ ଅଧିକ ଥାଏ, କିନ୍ତୁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଯୋଜନା ଆଣିବା ଠିକ୍‌ ହେବ ନାହିଁ କି? ଏପରି କରିବା ଦ୍ୱାରା ସମାଜ ସହ ଦେଶର ଅର୍ଥନୈତିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ। ସିଧାସଳଖ ମାଗଣା ଯୋଜନା ଆଣିଥିବା ଅନେକ ରାଜ୍ୟ ଏହାକୁ ପୂରଣ କରିବା କଷ୍ଟକର ହୋଇଯାଏ। କିଛି ବାଧ୍ୟହୋଇ ଏହାକୁ କାର୍ଯ୍ୟକାରୀ କରୁଛନ୍ତି କିମ୍ବା ବିଳମ୍ବ କରୁଛନ୍ତି। ଖାଲି ସେତିକି ନୁହେଁ, ସେମାନେ ଆର୍ଥିକ ସଙ୍କଟରେ ମଧ୍ୟ ଘେରି ରହିଛନ୍ତି। ଦିଲ୍ଲୀ ଅର୍ଥନୈତିକ ଦୃଷ୍ଟିରୁ ସକ୍ଷମ ରାଜ୍ୟ, ହେଲେ ରାଜଧାନୀ ଅନେକ ମୌଳିକ ସମସ୍ୟା ସହ ସଂଘର୍ଷ କରୁଛି। ଅନେକ ଅଞ୍ଚଳରେ ଲୋକେ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ପାଉନାହାନ୍ତି। ଅପେକ୍ଷାକୃତ ସମୃଦ୍ଧ ଦିଲ୍ଲୀର ଲୋକଙ୍କୁ ମାଗଣା ସୁବିଧା ଦେବାର ଆବଶ୍ୟକତା ରହିଛି କି? ଯଦି ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ଲୋକପ୍ରିୟ ଘୋଷଣାର ପୁନର୍ବିଚାର କରନ୍ତି ତେବେ ଦେଶ ପାଇଁ ଭଲ, କାରଣ ଆମ ସମ୍ବିଧାନର ନିର୍ମାତାମାନେ କେବେ ବି ଭାବି ନ ଥିବେ ଯେ ସର୍ବବୃହତ୍‌ ଗଣତନ୍ତ୍ର ଆମ ଦେଶର ନେତାମାନେ ମୌଳିକ ସୁବିଧାର ଗୁଣବତ୍ତା ବୃଦ୍ଧି କରିବା ପରିବର୍ତ୍ତେ ରିହାତି ଉପାୟରେ ଭୋଟ କିଣିବା ପାଇଁ କାର୍ଯ୍ୟ କରିବେ।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼
ମୋ: ୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri