ଅନିୟମିତତା: ୨ ପ୍ରମୁଖ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଯାଜପୁର,୨୯ା୯(ହର୍ଷବର୍ଦ୍ଧନ ବେହେରା) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ (ବିଲ୍ଡିଂ ଏବଂ ବ୍ରିଜେସ)ର ଚିଫ୍‌ ଇଞ୍ଜିନିୟର ବା ମୁଖ୍ୟଯନ୍ତ୍ରୀ ରମେଶ କୁମାର ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିସିପ୍ଲିନାରି ପ୍ରୋସିଡିଂ) ଗ୍ରହଣ କରାଯାଇଛି। ଏହାସହ ଗ୍ରାମ୍ୟ ନିର୍ମାଣ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବିଜୟ କୁମାର ମହାରଣାଙ୍କ ନାମରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଉଭୟ ପ୍ରମୁଖ ଅଧିକାରୀ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଏକାଧିକ ଅନିୟମିତତାରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏକ୍ସପ୍ରେସ୍‌ ହାଇଓ୍ବେଠାରୁ ହାତିବାରି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ବେହେରାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ା୧୦ା୨୦୨୩ରେ ହେବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ଶୁଣାଣିରେ ବର୍ତ୍ତମାନର ଯାଜପୁର ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଉପସ୍ଥିତ ରହିବାକୁ ୨୨ା୯ା୨୦୨୩ରେ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ବହୁଚର୍ଚ୍ଚିତ ପାହାଡ଼ିଆ ଗ୍ରାମ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତା ମରାମତି କାର୍ଯ୍ୟରେ ବ୍ୟାପକ ହରିଲୁଟ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ମହାରଣାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଯାଜପୁର ଜିଲାର ଖଣି ସମୃଦ୍ଧ ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡିପାଳ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ଶୀର୍ଷରେ ଥିବା ନଗଡ଼ା ଗ୍ରାମରେ ୨୦୧୬ରେ ଶିଶୁମୃତ୍ୟୁ ଘଟଣା ସାରା ଭାରତବର୍ଷକୁ ଦୋହଲାଇ ଦେଇଥିଲା। ଗଣମାଧ୍ୟମରେ ଏହାର ପ୍ରଚାର ହେବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସେଠାରେ ଆରମ୍ଭ ହୋଇଥିଲା। ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ କୁହାଯାଇଥିଲା ା ଫଳରେ ପ୍ରଥମେ ଅଶୋକଝରଠାରୁ ତଳ ନଗଡ଼ା ପର୍ଯ୍ୟନ୍ତ ପାହାଡ଼ କାଟି ରାସ୍ତା ନିର୍ମାଣ ହୋଇଥିଲା। ତେବେ ଜଙ୍ଗଲ ଜମି ପଡୁଥିବାରୁ ସେଠାକୁ ପକ୍କାରାସ୍ତା ନିର୍ମାଣ ହୋଇପାରି ନ ଥିଲା। ବର୍ଷକୁ ବର୍ଷ ବର୍ଷାପାଣିରେ ରାସ୍ତାର ଅଧିକାଂଶ ଅଂଶ ଧୋଇ ହୋଇଯାଇଥିଲା। ଯାହା କି ବିଭାଗୀୟ ଅଧିକାରୀଙ୍କୁ ଲେଉଟିଆ କିଆରି ଭଳି ଅର୍ଥ ଉପାର୍ଜନର ଏକ ମାଧ୍ୟମ ହେଲା। ଏହି ରାସ୍ତାର ମରାମତି ନାମରେ ଗୁପ୍ତ ଟେଣ୍ଡର କରାଯାଇ ୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା। ତେବେ ଏହି ରାସ୍ତାରେ ବ୍ୟାପକ ଅନିୟମିତତା ଏବଂ ତୋସରପାତ ହୋଇଥିବା ନେଇ ଅଭିଯୋଗ ହେବା ପରେ ତତ୍କାଳୀନ ଗ୍ରାମ୍ୟ ନିର୍ମାଣ ବିଭାଗ କେନ୍ଦ୍ରାପଡ଼ା-ଯାଜପୁର ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶ ତଦନ୍ତ କରିଥିଲେ। ତଦନ୍ତ ସମୟରେ ୨୦୨୦ ଅଗଷ୍ଟରେ ସ୍ମୃତିରେଖା ବେହେରା ଓ ପ୍ରଣୟ ସେଠୀ ନାମକ ୨ଜଣ ଠିକାଦାରଙ୍କ ନାମରେ ସେହି ରାସ୍ତାକୁ ୫ଲକ୍ଷ ଟଙ୍କା ଲେଖାଏଁ ୧୦ଟି ଗୁପ୍ତ ଟେଣ୍ଡର ମାଧ୍ୟମରେ ରାସ୍ତା ମରାମତି କରାଯାଇଥିବା ଜଣାପଡିଥିଲା। ଏହିକ୍ରମରେ ଅଧୀକ୍ଷଣ ଯନ୍ତ୍ରୀ ଦାଶ କାଳିଆପାଣି ଥାନାରେ କେସ ନଂ-୧ରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ନିର୍ବାହୀଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଆବଶ୍ୟକ କାଗଜପତ୍ର ସହ କାଳିଆପାଣି ଥାନାରେ ହାଜର ହୋଇ ତଦନ୍ତର ସମ୍ମୁଖୀନ ହେବାକୁ ତତ୍କାଳୀନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ନୋଟିସ ଜାରି କରିଥିଲେ। ହେଲେ ଏହାପରେ ମାମଲାଟି ନୀରବୀ ଯାଇଥିଲା।
ଏହି ଘଟଣାକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଥିବାବେଳେ ଏବେ ବିଭାଗୀୟ ଯନ୍ତ୍ରୀ ମହାରଣାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିଚାର ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାବାଦ୍‌ ୨୦୧୭-୧୮ ବର୍ଷରେ ଜିଲାର ସୁକିନ୍ଦା ବ୍ଲକ ଏକ୍ସପ୍ରେସ୍‌ ହାଇଓ୍ବେଠାରୁ ହାତିବାରି ପର୍ଯ୍ୟନ୍ତ ପ୍ରାୟ ୧୭ କିମି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାର୍ଯ୍ୟରେ ଏକାଧିକ ଏଫ୍‌-ଟୁ କରି ବିପୁଳ ଟଙ୍କା ହରିଲୁଟ ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପରେ ମୁଖ୍ୟଯନ୍ତ୍ରୀ ବେହେରାଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri