ଡିସ୍‌ଚାର୍ଜ ପିଟିଶନ ଖାରଜ, ଚାର୍ଜଫ୍ରେମ ଦାଖଲ

ସମ୍ବଲପୁର,୧୫ା୯(ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌କୋର୍ଟରେ ଅଭିଯୁକ୍ତ ବହିଷ୍କୃତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ହାଜର କରାଯାଇଥିଲା। କୋର୍ଟରେ ପୂର୍ବରୁ ଆବେଦନ କରାଯାଇଥିବା ଡିସ୍‌ଚାର୍ଜ ପିଟିଶନ ଉପରେ ଶୁଣାଣି ହୋଇଥିଲା। ଅଭିଯୁକ୍ତଙ୍କ ଓକିଲ ଓ ଅନ୍ୟପକ୍ଷ ଓକିଲ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷ ଶୁଣିବା ପରେ ଅପରାହ୍ନ ୩ଟାରେ ରାୟ ପ୍ରକାଶ ପାଇଥିଲା। ଡିସ୍‌ଚାର୍ଜ ପିଟିଶନକୁ ବିଚାରପତି ଖାରଜ କରିଦେଇଥିଲେ। ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜଫ୍ରେମ ଦାଖଲ ହୋଇଥିଲା। ବିଚାରପତିଙ୍କ ପ୍ରଶ୍ନରେ ଅଭିଯୁକ୍ତ ଗୋପାଳ ଦୋଷ ସ୍ବୀକାର କରି ନ ଥିଲେ। ବରଂ ଆଗକୁ ମାମଲା ଲଢିବାକୁ କହିଥିଲେ। ଅକ୍ଟୋବର ୫ରେ ପରବର୍ତ୍ତୀ ଶୁଣାଣି ହୋଇ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ।
ଏ ନେଇ ଗୋପାଳଙ୍କ ଓକିଲ ନରେଶ ନାୟକ କହିଛନ୍ତି, ଗୋପାଳ ଜଣେ ମାନସିକ ରୋଗୀ। ସେ ଜେଲ ଭିତରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରୁଛନ୍ତି। ପୂର୍ବରୁ ମଧ୍ୟ ସେ ଏହି ରୋଗରେ ପୀଡିତ ଥିବା ନେଇ ପ୍ରମାଣ ରହିଛି। ବିଚାରପତିଙ୍କ ଆଗରେ ଗୋପାଳ ତାଙ୍କ ବନ୍ଧୁକ ଗୁଳିରେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିନାହିଁ ବୋଲି କହିଥିଲେ। କ୍ରାଇମବ୍ରାଞ୍ଚ ଦେଇଥିବା ଚାର୍ଜଫ୍ରେମରେ ଗୋପାଳ ପାଗଳ ନୁହେଁ ବୋଲି କୁହାଯାଉଛି, ଯାହାକି ଡାକ୍ତରୀ ରିପୋର୍ଟକୁ ଚ୍ୟାଲେଞ୍ଜ କରୁଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ଗାନ୍ଧୀ ଛକରେ ତତ୍କାଳୀନ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କରିଥିଲେ। ଘଟଣାର ତଦନ୍ତଭାର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ହତ୍ୟାକାଣ୍ଡର ୧୧୮ଦିନ ପରେ କ୍ରାଇମବ୍ରାଞ୍ଚ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା ା ଏଥିରେ ୮୯ ଜଣଙ୍କ ସାକ୍ଷ୍ୟ ଓ ଜେରା କରାଯାଇଥିବା ରିପୋର୍ଟ ରହିଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ହତ୍ୟା କରିଥିବା ଚାର୍ଜଶିଟରେ ଉଲ୍ଲେଖ ରହିଥିଲା। ଏପରିକି ଅଭିଯୁକ୍ତ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ପୂର୍ବରୁ ଜୁଲାଇ ୨୦ ଓ ୩୦ରେ ଗୋପାଳଙ୍କୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟରେ ହାଜର କରାଯାଇଥିଲା। ଘଟଣାର ୭ମାସ ପରେ ମଧ୍ୟ ମନ୍ତ୍ରୀ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ କାହିଁକି ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri