Posted inଖେଳ

ଇଣ୍ଡିଆ ଓପନ୍: କୋର୍ଟରେ ପଡ଼ିଲା ପାରା ମଳ, ଦୁଇଥର ଅଟକିଲା ମ୍ୟାଚ୍

ନୂଆଦିଲ୍ଲୀ,୧୫।୧: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ‘ଇଣ୍ଡିଆ ଓପନ୍ ସୁପର ୭୫୦’ ରେ ଭାରତର ମୁଣ୍ଡ ତଳକୁ ନଇଁଯାଇଛି। ବିଶ୍ୱସ୍ତରୀୟ ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ୱ ଚାମ୍ପିୟନସିପ୍ ପଦକ ବିଜେତା ଏଚ୍.ଏସ୍ ପ୍ରଣୟ ଏବଂ ସିଙ୍ଗାପୁରର ଲୋ କିନ୍ ୟୁଙ୍କ ମଧ୍ୟରେ ଚାଲିଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ ସମୟରେ କୋର୍ଟ ଉପରେ ପାରା ମଳ ପଡ଼ିବାରୁ ଖେଳକୁ ଦୁଇଥର ବନ୍ଦ କରିବାକୁ ପଡିଛି।

ପ୍ରଣୟ ଏବଂ ଲୋ କିନ୍ ୟୁଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଉପରୁ ପାରା ମଳ ପଡ଼ିଥିଲା। ସୁରକ୍ଷା ଓ ସ୍ୱଚ୍ଛତା ଦୃଷ୍ଟିରୁ ରେଫରି ଖେଳ ଅଟକାଇ କୋର୍ଟ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର କିଛି ଦିନ ପୂର୍ବରୁ ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (BAI)ର ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର କହିଥିଲେ ଯେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ “ପାରା ମୁକ୍ତ”। ଡେନମାର୍କ ଖେଳାଳି ମିଆ ବ୍ଲିଚଫେଲ୍ଟଙ୍କ ସ୍ୱଚ୍ଛତା ଅଭିଯୋଗର ଜବାବ ଦେଇ ସେ ଏହି ଦାବି କରିଥିଲେ, ଯାହା ଏବେ ଭୁଲ୍ ପ୍ରମାଣିତ ହୋଇଛି।

ଦିଲ୍ଲୀର ପ୍ରଦୂଷଣ ଓ ପ୍ରବଳ ଶୀତକୁ ନେଇ ପୂର୍ବରୁ ଅନେକ ଖେଳାଳି ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱର ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଆଣ୍ଡର୍ସ ଆଣ୍ଟୋନସେନ ପ୍ରଦୂଷଣ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ଲୋ କିନ୍ ୟୁ ମଧ୍ୟ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା କହିଛନ୍ତି।

ଏହି ମ୍ୟାଚରେ ପ୍ରଣୟ ତିନୋଟି ଗେମ୍‌ରେ ପରାଜିତ ହୋଇଥିଲେ। ମ୍ୟାଚ୍ ପରେ ସେ କହିଛନ୍ତି, “ପକ୍ଷୀ ଝାଡ଼ା ଯୋଗୁଁ ଖେଳ ଅଟକିଥିଲା, କିନ୍ତୁ ମୁଁ ପରିବେଶକୁ ଦୋଷ ଦେବାକୁ ଚାହୁଁନାହିଁ। ସବୁ ଖେଳାଳିଙ୍କ ପାଇଁ ପରିସ୍ଥିତି ସମାନ।”

ସୂଚନାଯୋଗ୍ୟ ଯେ, ଗତକାଲି ଷ୍ଟାଡିୟମର ଦର୍ଶକ ଗ୍ୟାଲେରୀରେ ଏକ ମାଙ୍କଡ଼ ମଧ୍ୟ ଦେଖାଯାଇଥିଲା। ଆଗାମୀ ଅଗଷ୍ଟରେ ଏହି ଭେନ୍ୟୁରେ ବିଶ୍ୱ ଚାମ୍ପିୟନସିପ୍ ଆୟୋଜିତ ହେବାକୁ ଥିବାବେଳେ, ବାରମ୍ବାର ଏଭଳି ସ୍ୱଚ୍ଛତା ଓ ପରିଚାଳନାଗତ ତ୍ରୁଟି ଭାରତର ଆୟୋଜନ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri