ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି କମ୍‌ କଥା ନୁହେଁ। ନିଜ ଛୋଟ ପୁଅ ସହ ବିପଦପୂର୍ଣ୍ଣ ପାହାଡ଼, ଜଙ୍ଗଲ ଘୂରି ବୁଲି ବନ୍ଧୁ ଭଳି ସେବା ଯୋଗାଇ ଆସୁଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣୀନୂଆଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଗୋଚ୍ଛାୟତ। ଏଯାବତ ୩୦ହଜାରରୁ ଅଧିକ ବିଷଧର ସାପ ଧରି ସୁରକ୍ଷିତ ସ୍ଥାନରେ ଛାଡ଼ି ସାରିଲେଣି। ପ୍ରାଣୀପ୍ରେମୀ ଭାବେ ସେ ସମସ୍ତଙ୍କ ପ୍ରିୟପାତ୍ର ପାଲଟିଛନ୍ତି ।
ଆଭ୍ୟନ୍ତରୀଣ ଓ ପାଦଦେଶରେ ରହିଛି ଅନେକ ଗ୍ରାମ। ବାଟବଣା ହୋଇ ବିପଦରେ ପଡ଼ିଥିବା ଜୀବଜନ୍ତୁମାନଙ୍କୁ ଉଦ୍ଧାର କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କ ସହ କୃଷ୍ଣଚନ୍ଦ୍ରଙ୍କୁ ଖୋଜାପଡ଼ିଥାଏ। ଅତି ଚତୁରତାର ସହ ହିଂସ୍ର ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବାରେ ସେ ସିଦ୍ଧହସ୍ତ। ଗାଁ କିମ୍ବା ସହରରେ ଥିବା ବାସଗୃହରେ ବାହାରୁଥିବା ବିଷଧର ସାପକୁ ଧରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତିଦିନିଆ କାମ। ୧୮ ଫୁଟର ଅହିରାଜ ସାପ ସହ ଖାଲରେ ପଡ଼ିଥିବା ହାତୀ, ଭାଲୁ, ହରିଣ, ଶମ୍ବରକୁ ଉଦ୍ଧାର କରି ସେ ଜଙ୍ଗଲରେ ଛାଡ଼ିଛନ୍ତି। ବିରଳ ପ୍ରଜାତିର ପକ୍ଷୀଙ୍କୁ ମଧ୍ୟ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ପାଇଁ ପରିବାର ଲୋକେ ବାରମ୍ବାର ବାରଣ କରିବା ସତ୍ତ୍ୱେ ମଧ୍ୟ ସେ ତାଙ୍କ କାର୍ଯ୍ୟରୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ମ୍ୟାନ ଭର୍ସେସ୍‌ ୱାଇଲ୍ଡ ଚ୍ୟାନେଲକୁ ଦେଖି ଜୀବଜନ୍ତୁଙ୍କ ମେଳରେ ରହିବା ପାଇଁ ସେ ତାଙ୍କ ୮ବର୍ଷର ପୁଅକୁ ତାଲିମ୍‌ ପ୍ରଦାନ କରୁଛନ୍ତି। ବିଷଧର ସାପ ଧରିବାର କୌଶଳ ମଧ୍ୟ ସେ ତାଙ୍କ ସ୍ତ୍ରୀଙ୍କୁ ଶିଖାଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ହିଂସ୍ରଜନ୍ତୁ ଓ କୀଟଙ୍କୁ ଭୟ ନ କରି ରାତିଦିନ ଜଙ୍ଗଲରେ ରହୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ନିଜକୁ ଖାପ ଖୁଆଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଶିମିଳପାଳର କୋର୍‌ ବଫର ଅଞ୍ଚଳରେ ୫ଶହରୁ ଊର୍ଦ୍ଧ୍ୱ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଜୀବଜନ୍ତୁଙ୍କୁ ସୁରକ୍ଷା ଯୋଗାଇଛନ୍ତି। ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ରେସ୍କ୍ୟୁଭର ଭାବେ କାର୍ଯ୍ୟ କରିଆସୁଥିଲେ। ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବା ଓ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ସେ ତାଲିମ ମଧ୍ୟ ପାଇଛନ୍ତି। ମାତ୍ର କୌଣସି କାରଣ ନ ଥାଇ ତାଙ୍କୁ ଉକ୍ତ ପଦବୀରୁ ବାହାର କରି ଦିଆଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ତାଙ୍କୁ ପୁନଃ ଥଇଥାନ କରାଗଲେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri