ବନାୟନ ମାଧ୍ୟମରେ ଜୀବିକା ନିର୍ବାହ ପନ୍ଥା ବୃଦ୍ଧି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩ା୮(ବ୍ୟୁରୋ):ବନାୟନ ମାଧ୍ୟମରେ ରାଜ୍ୟରେ ଜୀବିକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଭର୍ଚୁଆଲରେ ଅନୁଷ୍ଠିତ ଓଡ଼ିଶା ଜଙ୍ଗଲ ବିକାଶ ସମିତିର ଉଚ୍ଚସ୍ତରୀୟ କ୍ଷମତାପ୍ରାପ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସମିତି ମାଧ୍ୟମରେ ବର୍ତ୍ତମାନ ରାଜ୍ୟରେ ତିନୋଟି ବନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଭିନ୍ନ ବନଖଣ୍ଡରେ ଚାଲିଥିବା ଏସବୁ କାର୍ଯ୍ୟକ୍ରମର ସମୀକ୍ଷା କରି ଏହା ମାଧ୍ୟମରେ ଅଧିକରୁ ଅଧିକ ଆୟ ପନ୍ଥା ସୃଷ୍ଟି କରିବା, ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଓ ଜଙ୍ଗଲ ନିକଟ ଗ୍ରାମର କୃଷିଜାତ ଦ୍ରବ୍ୟ ଆଦିର ପ୍ରକ୍ରିୟାକରଣ ସହ ଉପଯୁକ୍ତ ମୂଲ୍ୟରେ ବିକ୍ରି ଆଦି ମାଧ୍ୟମରେ ଲୋକଙ୍କ ପାଇଁ ଅଧିକ ରୋଜଗାର ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ବିଭାଗ ନିଜଆଡ଼ୁ ସମିତି ସହ ସମନ୍ବିତ ହୋଇ ଏସବୁ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ଜଙ୍ଗଲ ଓ ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ବାସ କରୁଥିବା ପରିବାରଗୁଡ଼ିକ ସାଧାରଣତଃ ଗରିବ ଶ୍ରେଣୀର। ତେଣୁ ସେମାନଙ୍କ ଜୀବିକା ଉପାୟ ବୃ୍‌ଦ୍ଧି ନିମନ୍ତେ ସବୁ ବିଭାଗ କ୍ଷେତ୍ରସ୍ତରୀୟ ସମନ୍ବୟ ରଖି କାର୍ଯ୍ୟ କରିବା ଆବଶ୍ୟକ। ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ୧୦ ଜିଲାର ୧୨ ବନଖଣ୍ଡ ଓ ୨ଟି ବନ୍ୟପ୍ରାଣୀ ବନଖଣ୍ଡରେ କାର୍ଯ୍ୟକାରୀ ହେଉଛି। ଭଲ ଉପତ୍ାଦନ ସମ୍ଭାବନା ଥିବା ବିଭିନ୍ନ ବନଖଣ୍ଡରେ ବହୁମୁଖୀ ଉପତ୍ାଦ କ୍ଲଷ୍ଟର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୨୦୨୨-୨୩ ବର୍ଷ ନିମନ୍ତେ ଉପରୋକ୍ତ ତିନୋଟି ଯୋଜନାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦିତ ହୋଇଥିଲା। ଆମ ଜଙ୍ଗଲ ଯୋଜନା ପାଇଁ ୫,୮୨୪ ଲକ୍ଷ, ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ପାଇଁ ୧୩,୨୦୧ ଲକ୍ଷ ଟଙ୍କା ଓ ଜୀବିକା ବୃଦ୍ଧି ନିମନ୍ତେ ଓମ୍ବାଡିସିରୁ ବରାଦ ହୋଇଥିବା ୪,୩୪୩ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଥିଲେ।
ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବନାୟନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ମୀତା ବିଶ୍ୱାଳ ତଥ୍ୟ ଉପସ୍ଥାପନ କରିଥିଲେ। ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ, ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ବହୁ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌: କେମିତି ଜୀବନ ବଞ୍ଚାଇବାକୁ ତଣ୍ଟି ଧରି ଦୌଡୁଛନ୍ତି ସତ୍ୟ, ପଛରେ…

ଭୁବନେଶ୍ୱର,୧୦।୨: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟା ମାମଲରେ CCTV ସତ। ସିସିଟିଭିରେ କଏଦ୍‌ ହୋଇଛି ସତ୍ୟଙ୍କ ମଡର ମିଷ୍ଟ୍ରି। ବେକ କଟିଯିବା ପରେ ସିସିଟିଭିରେ ସତ୍ୟବ୍ରତ ଦୌଡ଼ି…

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା: ବଡ଼ ନିଷ୍ପତ୍ତି ନେଲେ ନିଶା, କୋର୍ଟରେ କରିବେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri