ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ଦୀପ୍ତି

ଢେଙ୍କାନାଳ ଅଫିସ, ୨୧ା୧୧: ଭୁବନେଶ୍ୱର ଜୟଦେବ ବିହାର ଛକ-କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତାକୁ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅଭିନବ ଉଦ୍ୟମ କରିଛନ୍ତି ସଫ୍ଟଓ୍ବେର ଇଞ୍ଜିନିୟର ଦୀପ୍ତି ଦାଶ ଏବଂ ଅନ୍ୟତମ ରନର ସିଦ୍ଧାର୍ଥ ଶଙ୍କର ଦାଶ। ଉଭୟେ ରବିବାର ଭୋର୍‌ ସାଢ଼େ ୪ଟାରୁ ଢେଙ୍କାନାଳରୁ ମାରାଥନ୍‌ରେ ବାହାରି ଅପରାହ୍ନ ୧ଟା ୨୫ରେ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚତ୍ଥିଲେ। ୬୬ କିଲୋମିଟର ଦୀର୍ଘ ପଥ ଅତିକ୍ରାନ୍ତ କରିବା ଲାଗି ସେମାନେ ନେଇଥିଲେ ପାଖାପାଖି ୭ଘଣ୍ଟା ସମୟ। ଦୁଇ ଯୁବ ଅଲଟ୍ରା ମାରାଥନରଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି। ଏଥିପୂର୍ବରୁ ୨୦୧୯ ଅଗଷ୍ଟ ୧୫ରେ ସିଦ୍ଧାର୍ଥ ଅନୁରୂପ ଦାବିନେଇ ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୌଡ଼ିଥିଲେ, ଯାହା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ମାରାଥନ୍‌ ପୂର୍ବରୁ ଢେଙ୍କାନାଳ ସହର କାଞ୍ଚନ ବଜାର ଦଣ୍ଡାସାହିସ୍ଥିତ କଳ୍ପନାଙ୍କ ଘର ସମ୍ମୁଖରେ ତାଙ୍କ ମା’ ଶୈଳବାଳା ଦାଶଙ୍କ ପାଦଛୁଇଁ ଉଭୟେ ଆଶୀର୍ବାଦ ନେଇଥିଲେ। ଶୈଳବାଳା ଜାତୀୟ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିବା ସହ ପରିବାର ସଦସ୍ୟମାନେ ଶଙ୍ଖ ବଜାଇ, ଦୀପଜାଳି ଦୀପ୍ତିଙ୍କ ସଫଳତା କାମନା କରିଥିଲେ। ସୂଚନାଯୋଗ୍ୟ, ଢେଙ୍କାନାଳ ମାଟିର ଝିଅ କଳ୍ପନା ପ୍ରଥମ ଓଡ଼ିଆ ମହିଳା ଭାବେ ୨୦୦୮ରେ ସଫଳତାର ସହ ଏଭରେଷ୍ଟ ଶୀର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ନେତ ଏବଂ ଜାତୀୟ ପତାକା ଉଡ଼ାଇ ରାଜ୍ୟକୁ ଗର୍ବିତ କରିଥିଲେ। ଏହାପରେ ସେ ‘କିଲିମାଞ୍ଜାରୋ’ ଗିରିଶୃଙ୍ଗ ଆରୋହଣ କରି ଇତିହାସରେ ନିଜର ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲେ।
୨୦୧୯ରେ ୫୨ବର୍ଷ ବୟସରେ ସେ ପୁନର୍ବାର ଏଭରେଷ୍ଟ ଅଭିଯାନରେ ଯାଇଥିଲେ। ତେବେ ଶୀର୍ଷରେ ପହଞ୍ଚତ୍ ଫେରିବା ବେଳେ ଅକ୍ସିଜେନ ସରିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ତଳକୁ ଅଣାଯାଇଥିଲା। ସେଠାକାର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା। ଦେଶର ଛାତ୍ରୀଛାତ୍ର, ଯୁବପିଢ଼ି ଏବଂ ମହିଳାଙ୍କ ପ୍ରେରଣାର ଉତ୍ସ ପାଲଟିଥିବା କଳ୍ପନାଙ୍କ ଏଭଳି ଦେହାନ୍ତ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା। ଏଭଳି ଜଣେ ସାହସୀ ମହିଳାଙ୍କ ସ୍ମୃତି ଉଜ୍ଜୀବିତ କରିବା ଲାଗି ଭୁବନେଶ୍ୱର ଜୟଦେବ ବିହାର ଛକ-କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ଲାଗି ଦୀର୍ଘଦିନରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri