କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ହେବାରେ ଲାଗିଛି। କାନାଡାର ଏଭଳି ଅଭିଯୋଗକୁ ଭାରତ ଖଣ୍ଡନ କରିବା ସହ ଏହା ସେଠାକାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଭୋଟ ବ୍ୟାଙ୍କ ରାଜନୀତି ବୋଲି କହିଛି। ଆସନ୍ତାବର୍ଷ କାନାଡାରେ ନିର୍ବାଚନ ହେବାକୁ ଥିବାରୁ ଶିଖ୍‌ ସମ୍ପ୍ରଦାୟକୁ ନିଜ ଆଡ଼କୁ ଆଣିବା ଲକ୍ଷ୍ୟରେ ଟ୍ରୁଡୋ ଏଭଳି ପ୍ରଚାର କରିଚାଲିଛନ୍ତି ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, କାନାଡାରେ ପ୍ରାୟ ୮ ଲକ୍ଷ ଶିଖ୍‌ ରହୁଥିବାରୁ ଏହି ପ୍ରସଙ୍ଗ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ବଡ଼ ଆକାର ଧାରଣ କରିଥିବା କୁହାଯାଉଛି। ଭାରତ ପକ୍ଷରୁ ଏହା ମଧ୍ୟ କୁହାଯାଉଛି ଯେ, କାନାଡାରେ ଟ୍ରୁଡୋଙ୍କ ଲୋକପ୍ରିୟତା କମିଥିବାରୁ ନିଜ୍ଜାର ପ୍ରସଙ୍ଗକୁ ଚିଆଁଇ ରଖିବା ଲାଗି ସମୟ ଅନ୍ତରରେ ଏଭଳି ଭାରତ ବିରୋଧୀ ହୁଙ୍କାର ଦେଉଛନ୍ତି। ଅନ୍ୟପକ୍ଷରେ ଭାରତ ମଧ୍ୟ ତାହାର ଅନ୍ତର୍ଜାତୀୟ ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ବିଫଳ ହୋଇଛି। ଭାରତର ରାଜନେତାମାନେ ନିଜର ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ସକାଶେ ସର୍ବଦା ଉଦ୍ୟମ ଚଳାଇଛନ୍ତି। ତନ୍ମଧ୍ୟରୁ ବିଦେଶରେ ଥିବା ତଥାକଥିତ ଭାରତ ବିରୋଧୀ ଏବଂ ଖଲିସ୍ତାନ ସମର୍ଥକ ବୋଲାଉଥିବା କେତେକ ନେତାଙ୍କୁ ହତ୍ୟା କରାଇ ବାହାବା ନେବାର ଉଦ୍ୟମକୁ ହେୟଜ୍ଞାନ କରିହେବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ନିଜ୍ଜାର ହତ୍ୟା ପଛରେ ଭାରତର ଏଜେଣ୍ଟମାନଙ୍କ ସମ୍ପୃକ୍ତି ଥିବା ନେଇ ଟ୍ରୁଡୋ ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ ଅଭିଯୋଗ କରିଥିଲେ। ସେତେବେଳେ ଆମେରିକାର ମତ ପ୍ରକାଶ ପାଇଥିଲା ଯେ, ସେହି ହତ୍ୟା ସମ୍ପର୍କିତ ଗୋଇନ୍ଦା ତଥ୍ୟକୁ ଆମେରିକା ସମେତ ‘ଫାଇଭ୍‌ ଆଇଜ୍‌’ (ପାଞ୍ଚ ଆଖି)ର ଅନ୍ୟ ସଦସ୍ୟ ଦେଶଗୁଡ଼ିକ ଯୋଗାଇଥିଲେ। ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ, ବ୍ରିଟେନ୍‌ ଓ ଆମେରିକାକୁ ନେଇ ଗଠିତ ଗୋଇନ୍ଦା ସାମ୍ମୁଖ୍ୟ ‘ଫାଇଭ୍‌ ଆଇଜ୍‌’ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିଶ୍ୱରେ ବିବେଚିତ ହୋଇଥାଏ। ସେହିପରି ଆମେରିକାରେ ଥିବା ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବା ଲାଗି ଭାରତୀୟ ଏଜେଣ୍ଟ ଚେଷ୍ଟା କରି ବିଫଳ ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଥିଲା। ଏଥିରୁ ବୁଝିବାକୁ ହେବ ଯେ ଉପରୋକ୍ତ ଘଟଣାରେ ଭାରତର ସମ୍ପୃକ୍ତି ନେଇ ଯେଉଁସବୁ ତଥ୍ୟ କାନାଡା ଓ ଫାଇଭ୍‌ ଆଇଜ୍‌ ପକ୍ଷରୁ ଦିଆଯାଇଆସିଛି, ତାହାକୁ ପ୍ରମାଣ ଦେଇ ନୂଆଦିଲ୍ଲୀ ଖଣ୍ଡନ କରିବାରେ ସକ୍ଷମ ହୋଇ ନାହିଁ।
ଏବର ଘଟଣାକୁ ଦେଖିଲେ କାନାଡା ବହିର୍ବ୍ୟାପାର ମନ୍ତ୍ରୀ ମେଲାନି ଜୋଲି ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ୫ ଅନ୍ୟ କୂଟନୀତିଜ୍ଞଙ୍କୁ ବହିଷ୍କାର ଘୋଷଣା କରିବା ପରେ ଭାରତ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଭାରତ ୧୪ ଅକ୍ଟୋବରରେ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ସେମାନଙ୍କୁ ଅକ୍ଟୋବର ୧୯ ତାରିଖ ସୁଦ୍ଧା ଭାରତ ଛାଡ଼ି ଚାଲିଯିବାକୁ କୁହାଯାଇଛି।
ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା କରାଯିବା ଘଟଣାରେ ବିଚ୍ଛିନ୍ନତାବାଦୀ ନେତା ନିଜ୍ଜାରଙ୍କ ସମ୍ପୃକ୍ତି ଥିବା ନେଇ ତାଙ୍କୁ ଭାରତ ସରକାର ୨୦୨୦ରେ ଆତଙ୍କବାଦୀ ଘୋଷଣା କରିଥିଲେ। ତାଙ୍କୁ ଧରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇ) ୧୦ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରିଥିଲା। ‘ଖଲିସ୍ତାନ ଟାଇଗର ଫୋର୍ସ’ ନାମକ ଏକ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବାରୁ ନିଜ୍ଜାରଙ୍କ ଉପରେ ଭାରତର କଡ଼ା ନଜର ଥିଲା। କାନାଡାରେ ରହୁଥିବା ନିଜ୍ଜାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ବାରମ୍ବାର ଦାବି ମଧ୍ୟ କରି ଅସୁଥିଲା। ଜୁନ୍‌ ୨୦୨୩ରେ ବ୍ରିଟିଶ କଲମ୍ବିଆରେ ନିଜ୍ଜାରଙ୍କୁ ହତ୍ୟା କରାଯିବାରୁ ଏଥିରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ରହିଛି ବୋଲି ଟ୍ରୁଡୋ ସରକାର ଅଭିଯୋଗ ଆଣିଥିଲେ। କାନାଡାର ଫେଡେରାଲ ପୋଲିସ ମଧ୍ୟ କହିଛି ଯେ ଭାରତର ‘ଏଜେଣ୍ଟମାନେ’ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍‌ ଭଳି ସଙ୍ଗଠିତ ଅପରାଧୀଙ୍କ ସହ ମିଶି ଖଲିସ୍ତାନୀ ସପକ୍ଷବାଦୀଙ୍କୁ ଟାର୍ଗେଟ କରୁଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, କାନାଡାରେ ରହୁଥିବା ଅଧିକାଂଶ ଶିଖ୍‌ ସେହି ଦେଶର ନାଗରିକତ୍ୱ ହାସଲ କରିପାରିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍‌ ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ନେଇ ଦାବି କରିସାରିଛି । ଅନ୍ୟପଟେ ଏହା କହିହେବ ଯେ, ନିଜ୍ଜାର ହତ୍ୟା ବ୍ୟତୀତ ଅନ୍ୟସବୁ ଉଦ୍ୟମରେ ଭାରତ ବିଫଳ ହେବା ସହିତ ତା’ର ଗୋଇନ୍ଦାମାନେ ଧରାପଡ଼ିଯାଉଥିବା ହେତୁ କୌଣସି ରାଜନେତା ବାହାବା ନେବାରେ ସଫଳ ହୋଇପାରୁନାହାନ୍ତି।
ଏଭଳି ପରିପ୍ରେକ୍ଷୀରେ କାନାଡା ବହିର୍ବ୍ୟାପାର ମନ୍ତ୍ରୀ ଜୋଲି କହିଲେଣି, ଭାରତ ବିରୋଧରେ ତାଙ୍କ ଦେଶ ଅର୍ଥନୈତିକ ପ୍ରତିବନ୍ଧକ (ଇକୋନୋମିକ ସାଙ୍କଶନ୍‌) ଲଗାଇବା ନେଇ ଆଲୋଚନା ଚାଲିଛି। ଏଭଳି ପ୍ରତିବନ୍ଧକ ଲାଗିଲେ ଭାରତ ଉପରେ କିଭଳି ପ୍ରଭାବ ପଡ଼ିବ, ତାହାର ଏକ ସଂକ୍ଷିପ୍ତ ବ୍ୟାଖ୍ୟାନ କରାଯାଇପାରେ। ଭାରତ ୨୦୨୩-୨୪ରେ କାନାଡାଠାରୁ ୪.୬ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିବାବେଳେ ରପ୍ତାନି ସାମଗ୍ରୀର ପରିମାଣ ୩.୮ ବିଲିୟନ ଡଲାର ରହିଥିଲା। ରପ୍ତାନି ସାମଗ୍ରୀ ମଧ୍ୟରେ ରହିଛି ଖାଦ୍ୟଶସ୍ୟ, ଅଟା, ଦୁଗ୍ଧଜାତ ପଦାର୍ଥ, ଅପ୍‌ଟିକାଲ, ଫଟୋ, ଟେକ୍‌ନିକାଲ ଓ ମେଡିକାଲ ଉପକରଣ, ଷ୍ଟୋନ୍‌, ପ୍ଲାଷ୍ଟର, ସିମେଣ୍ଟ, ଆଜବେଷ୍ଟସ୍‌ ଏବଂ ବିଭିନ୍ନ ରାସାୟନିକ ପଦାର୍ଥ। ଅନ୍ୟପକ୍ଷରେ ଭାରତ କାନାଡାରୁ ଘଣ୍ଟା, ଡେଏରି ଉତ୍ପାଦ, ଅଣ୍ଡା, ମହୁ, ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉପକରଣ ଓ ଯନ୍ତ୍ରାଂଶ, ମାଛ, ମାଂସ ଓ ସାମୁଦ୍ରିକ ଖାଦ୍ୟ ଆମଦାନୀ କରିଥାଏ। ଏହା ଜଣାଶୁଣା ଯେ ଭାରତରୁ ବହୁସଂଖ୍ୟକ ଛାତ୍ରୀଛାତ୍ର କାନାଡାରେ ଉଚ୍ଚଶିକ୍ଷା କରିବାକୁ ଯାଉଥିବା ବେଳେ ଚାକିରି ଅନ୍ବେଷଣରେ ଅନେକ ରହିଥାଆନ୍ତି। ଏଭଳି ସ୍ଥଳେ ପ୍ରଥମେ କୂଟନୈତିକ ସମ୍ପର୍କ ବିଗିଡ଼ି ଯାଇଥିବା ବେଳେ ଅର୍ଥନୈତିକ ପ୍ରତିବନ୍ଧକ ଲାଗୁ ହେଲେ ଭାରତ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଲାଣି। ତେଣୁ ଭାରତୀୟ ଗଣମାଧ୍ୟମରେ ଯେଉଁ ପ୍ରଚାର କରାଯାଉଛି ଯେ, ଭୋଟ ବ୍ୟାଙ୍କ ରାଜନୀତି କରିବାକୁ ଯାଇ ଟ୍ରୁଡୋ ଭାରତକୁ ଦାୟୀ କରୁଛନ୍ତି, ତାହା ସତ୍ୟ ହୋଇ ନ ଥାଇପାରେ। କାରଣ ଭାରତ କୂଟନୀତିରୁ ଅନେକ କ୍ଷତି ସହିଲାଣି। ସମୟ ଥିଲା ଭାରତକୁ ଏକ ବିରାଟକାୟ ବଜାର ଭାବେ ସମଗ୍ର ପୃଥିବୀ ଦେଖୁଥିଲା। ଏବେ ଭାରତର ପ୍ରତ୍ୟେକ ପଡ଼ୋଶୀ ଦେଶଠାରୁ ଆରମ୍ଭ କରି ଦୂର ଦେଶ ପର୍ଯ୍ୟନ୍ତ ସମସ୍ତେ ଶତ୍ରୁ ପାଲଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri