କୂଟନୀତି ଅନ୍ତରାଳେ

କ ଐତିହାସିକ ବିବରଣୀ ଉପରେ ଶ୍ରୀଅରବିନ୍ଦ କହିଥିଲେ – ବାହ୍ୟ ଦୃଷ୍ଟିର ଅନ୍ତରାଳେ ଘଟୁଥିବା ଘଟଣାବଳୀକୁ ଇତିହାସ କ୍ୱଚିତ ଲିପିବଦ୍ଧ କରିଥାଏ। ଏହା କେବଳ ପରଦାର ସାମ୍ନାରେ ଘଟିଥିବା ଘଟଣାବଳୀକୁ ଲିପିବଦ୍ଧ କରେ। ଫଳରେ ୟୁରୋପରେ ବହୁ ଲକ୍ଷ ଲୋକଙ୍କ ଉପରେ ଯୁଦ୍ଧର ବିଭୀଷିକା ଅନ୍ତରାଳେ ଘଟିଥିବା ଘଟଣା ଅଲିଖିତ ରହିଯାଇଛି। ଠିକ୍‌ ସେହିପରି ଆମେରିକାର ବୈଦେଶିକ ନୀତିର ସାମ୍ନାପଟକୁ ଦେଖି ଭିନ୍ନବାଦୀ ଯେଉଁ ମତ ପୋଷଣ କରୁଛନ୍ତି ତାହା କିମ୍ଭୂତକିମାକର ମନେହୁଏ। ଏବେ ବି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧର ମାନସିକତା ଉଗ୍ର ରୂପରେ ରହିଛି। ସେମାନଙ୍କ ମଧ୍ୟରେ ଉଚ୍ଚତର ଶକ୍ତିର ଅବତରଣ ହୋଇନାହିଁ, ଯାହା ଭାରତରେ ହୋଇଛି। ଭାରତର ବୈଦେଶିକ ନୀତିରେ ଯାହା ଘଟୁଛି ତାହା ଅନ୍ୟାନ୍ୟ ଦେଶଗୁଡ଼ିକରେ ଯଦି ସମ୍ଭବ ହୋଇପାରନ୍ତା ତେବେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କେଉଁଦିନରୁ ହୋଇସାରନ୍ତାଣି। ଭାରତର ବୈଦେଶିକ ନୀତି ପ୍ରକୃତରେ ଯାହା ତାହା କାର୍ଯ୍ୟ ଦ୍ୱାରା ଆକଳନ କରାଯାଇ ପାରିବନାହିଁ। ସମୟର ସ୍ରୋତକୁ ନେଇ ମଧ୍ୟ ଆକଳନ ହୋଇ ପାରିବନାହିଁ। ଅନ୍ତର୍ଦୃଷ୍ଟିସମ୍ପନ୍ନ ହେଲେ ତା’ର ଆକଳନ କରାଯାଇପାରିବ, ଯେଉଁଥିପାଇଁ ଭାରତର ବୈଦେଶିକ ନୀତିକୁ ଅନମନୀୟ ବୋଲି କୁହାଯାଇଛି।
ଦେଖିବାକୁ ଗଲେ ଭାରତ ବହୁ ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ବୈଦେଶିକ ନୀତିରେ ନିରପେକ୍ଷତା, ବସୁଧୈବ କୁଟୁମ୍ବକମ ନୀତିରୁ ଓହରିନାହିଁ। ସାମର୍ଥ୍ୟହୀନ ପାକିସ୍ତାନ ଯେପରି ଦୀର୍ଘ ବର୍ଷ ଧରି ଭାରତ ସହ ଶତ୍ରୁତା ଆଚରଣ କରିଆସିଛି ଏବଂ ଆତଙ୍କବାଦୀଙ୍କୁ ପାଳନ ପୋଷଣ କରି ଭାରତର କ୍ଷତି ସାଧନ କରିଚାଲିଛି, ଭାରତ ଚାହିଁଥିଲେ ତାହା କେଉଁଦିନରୁ ଶେଷ ହୋଇସାରନ୍ତାଣି। କିନ୍ତୁ ଭାରତ ଅପରେଶନ ସିନ୍ଦୂରରେ ଶକ୍ତି ପ୍ରଦର୍ଶନ କରିବା ଅର୍ଥ ପାକିସ୍ତାନ ଆତଙ୍କବାଦକୁ ଛାଡ଼ି ଠିକ୍‌ ବାଟକୁ ଫେରି ଆସୁ। ସେହିପରି ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାରତର ଶରଣାପନ୍ନ। ବାଂଲାଦେଶ ବାରମ୍ବାର ତାଙ୍କୁ ଫେରାଇଦେବାକୁ ଦାବି କରୁଛି। କିନ୍ତୁ ଭାରତ ତାହା ଶୁଣୁନାହିଁ,ତାଙ୍କ ଦାବି ଅନୁସାରେ ବିନା ଚୁକ୍ତିରେ ଶରଣ ପଶିଥିବା ଜଣେ ରାଜନେତାଙ୍କୁ ବିଦାକରିଦେବା କ’ଣ ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ଅମର୍ଯ୍ୟାଦା ଆଣିଦେବା ସହ ସମାନ ହେବ ନାହିଁ କି? ଏଠାରେ ପ୍ରଶ୍ନ ଉଠୁଛି ପୂର୍ବ ଗଠିତ ସାର୍କ ସମ୍ମେଳନ ଶିଥିଳ ପାଲଟିଯାଇଛି। କୁଆଡ଼େ ବାଂଲାଦେଶ ଅଭିଯୋଗ ସହ ଭାରତର ଆଭିମୁଖ୍ୟକୁ ଦାୟୀ କରୁଛି। ଏହି ସଂଗଠନ ଦ୍ୱାରା ଭାରତର ଲାଭ ଯେତିକି ହୋଇଥାଆନ୍ତା ତା’ଠାରୁ ଅଧିକ ଲାଭ ହୋଇଥାଆନ୍ତା ସଦସ୍ୟ ରାଷ୍ଟ୍ରଗୁଡ଼ିକର। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରସ୍ତାବ ଦେଇଥିଲେ ସାର୍କ ଦେଶଗୁଡ଼ିକରେ ଏକକ ମୁଦ୍ରା ପ୍ରଚଳନ କରିବାକୁ। ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପାକିସ୍ତାନ ଓ ବାଂଲାଦେଶ ଆଗ୍ରହ ପ୍ରକାଶ କଲେନାହିଁ। ଏବେ ଭାରତ,ରୁଷିଆ ,ଚାଇନା ମେଣ୍ଟ ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ ନ କଲେ ଆମେରିକାର ଶୋଷଣ ନୀତିକୁ ପ୍ରତିହତ କରିପାରିବେ ନାହିଁ ବୋଲି ସ୍ବୀକାର କଲେଣି। ବ୍ରିକ୍ସ ସଙ୍ଗଠନ ମଧ୍ୟ ସେହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଭାରତର ବୃହତର ଓ ଏସିଆ ମହାଦେଶୀୟ ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିବା ବେଳେ ସାର୍କ ସଙ୍ଗଠନ ଲାଗି ସମୟ ଅପଚୟ ଓ ପରିଣାମକୁ ଦୃଷ୍ଟିଦେବା କ’ଣ ବୁଦ୍ଧିମାନର ପରିଚୟ ନୁହେଁ କି? ଭାରତ ଏହାକୁ ନିଷ୍କ୍ରିୟ କରିନାହିଁ ବରଂ ବୃହତର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ସୁଦୂରପ୍ରସାରୀ ନୂତନ ପଥ ନିର୍ମାଣକରି ଚାଲିଥିବା କୁହାଯାଇପାରେ। ପଡ଼ୋଶୀ ଦେଶ ପ୍ରତି ଭାରତ ସବୁବେଳେ ସମ୍ବେଦନଶୀଳତା ଦେଖାଇ ଆସିଛି। ୨୦୨୨ ରେ ଅଗ୍ନିପଥ ଯୋଜନା ଆରମ୍ଭ ହେଲାବେଳେ ଭାରତୀୟ ଆର୍ମିରେ ନେପାଳୀମାନେ ସ୍ବଇଚ୍ଛାରେ ଯୋଗଦେଇଥିଲେ। ସେତେବେଳେ ୨୦୧୫ର କଟକଣା ଲୋପପାଇଥିଲା। ଏହି ଯୋଜନା ଦ୍ୱାରା ବହୁ ନେପାଳୀ ଆମତ୍ନିର୍ଭରଶୀଳ ହୋଇପାରିଥିଲେ । ଗାଜା ଗଣହତ୍ୟା ବନ୍ଦ କରିବା ପାଇଁ ଭାରତ ସବୁବେଳେ ଶାନ୍ତି ପ୍ରସ୍ତାବ ଦେଇ ଆସିଛି। ଭାରତ କେତେବେଳେ କାହା ସହ କିପରି ସମ୍ପର୍କ ରକ୍ଷାକରିବ ତାହା ଐତିହାସିକ ପୃଷ୍ଠଭୂମିକୁ ନେଇ ବିଚାରବିମର୍ଶ କରିଥାଏ। କିଛିଦିନ ତଳେ ମାଳଦ୍ୱୀପ କିଛି କାରଣ ନ ଥାଇ ଭାରତ ସହ ସମ୍ପର୍କ ବିଚ୍ଛିନ୍ନ କରିବାକୁ ଚାହିଁଥିଲା। ହେଲେ ସେଠାରେ ସରକାର ପରିବର୍ତ୍ତନ ପରେ ପୁଣି ପୂର୍ବ ସମ୍ପର୍କ ସ୍ଥାପନ କରିବାକୁ ପଥ ଉନ୍ମୋଚନ କରିଛନ୍ତି। ଆଫଗାନରେ ତାଲିବାନ୍‌ ସରକାର ଗଠନ ବେଳେ ଭାରତ ଦୂରତ୍ୱ ବଜାୟ ରଖିଥିଲା। କିନ୍ତୁ ପରେ ଆଫଗାନ ଗଠନରେ ଭାରତର ଭୂମିକାକୁ ତାଲିବାନ୍‌ ସରକାର ବୁଝି ଭାରତ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିଛି । ଏବେ ପାକିସ୍ତାନକୁ ତାଲିବାନ୍‌ ସରକାର ଶତ୍ରୁ ରାଷ୍ଟ୍ର ଭାବେ ଦେଖୁଛି। ଇରାନ ସହ ଭାରତର ବନ୍ଧୁତ୍ୱ ଥିବା ବେଳେ ପାକିସ୍ତାନକୁ ତାହା ନିକଟତମ ବୋଲି ମନେକରେ। ସେଠାରୁ ଭାରତ ଯେଉଁ ତୈଳ ଆମଦାନୀ କରୁଥିଲା ତା’ର ପ୍ରତିବନ୍ଧକ ସାଜିଲା ପାକିସ୍ତାନ ଆଉ ଭୌଗୋଳିକ ସ୍ଥିତି। କିନ୍ତୁ ଭାରତ କୌଣସି ଚାପର ବଶବର୍ତ୍ତୀ ନ ହୋଇ ଆର୍ଥିକ ସମସ୍ୟା ଯୋଗୁ ତୈଳ ଆମଦାନୀ ବନ୍ଦ କରିଥିଲା। ତେବେ ଇରାନ ସହ ବାଣିଜି୍ୟକ କାରବାର ବନ୍ଦ ହୋଇନାହିଁ।
ଏହା ପରେ ବିଚାରକରିବା ଆମେରିକା, ଚାଇନା, ରୁଷିଆ କଥା। ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି ଯେଉଁ ଅସୂୟା ଭାବ ପ୍ରଦର୍ଶନ ପୂର୍ବକ ଟାରିଫ ବୃଦ୍ଧି କରିଛନ୍ତି ତାହା ଆମେରିକାର ସିଆଇଏ ସଂସ୍ଥାର ଅନ୍ତନିର୍ହିତ ଚାପ ଯୋଗୁ। ଭାରତର ପ୍ରଗତି, ନିରପେକ୍ଷ ବୈଦେଶିକ ନୀତି ଆମେରିକା ପାଇଁ ଅସହ୍ୟର କାରଣ ହୋଇପାରେ। ସେ ଭାରତକୁ ଯେଉଁ ଦୃଷ୍ଟିରେ ଦେଖୁ ନା କାହିଁକି, ଭାରତ ତା’ ସହ ବନ୍ଧୁତ୍ୱ ରଖିପାରେ ରଖି ବି ନ ପାରେ, କିନ୍ତୁ ଭାରତ ଆମେରିକାକୁ ସିଧାସଳଖ ଶତ୍ରୁ ବୋଲି ପ୍ରକାଶ କରିବା ବୈଦେଶିକ ନୀତିର ପରିପନ୍ଥୀ।
ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଇସ୍ରାଏଲ ଭାରତକୁ ପ୍ରତିକ୍ଷେତ୍ରରେ ସହଯୋଗ କରିଆସିଛି। ମୁକ୍ତ ବାଣିଜି୍ୟକ କ୍ଷେତ୍ରରେ ଭାରତ ସହ ବହୁ ଏସିଆନ ଓ ୟୁରୋପୀୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ରହିଆସିଛି। ଚାଇନା ସହ ଭାରତର ଶତ୍ରୁତା ଥିବା ବେଳେ ଉଭୟ ପରସ୍ପର ନିର୍ଭରଶୀଳ। ଆରବ ରାଷ୍ଟ୍ର ସହ ଭାରତର କୌଣସି ତିକ୍ତତା ନାହିଁ। ସେମାନେ ଯଦି ଆମେରିକା ବିପକ୍ଷରେ ଗୋଷ୍ଠୀ ଗଠନ କରିବେ ତେବେ ଭାରତର କିଛି କହିବାର ନାହିଁ। ପ୍ରତ୍ୟେକ ବୈଦେଶିକ ସମ୍ପର୍କ ଓ କାରବାର ପଛରେ ଯେଉଁ ବୃହତ୍‌ କାରଣଗୁଡିକ ରହିଛି ତାହା ଅଛପା। ଏବେ ପାକିସ୍ତାନ ଆରବ ଗୋଷ୍ଟୀକୁ ପରମାଣୁ ଅସ୍ତ୍ର ଯୋଗାଇବ ବୋଲି ଜଣାପଡ଼ିଥିବା ବେଳେ ଏଭଳି ଗୁପ୍ତ ରାଜିନାମା ସମ୍ପର୍କରେ ଆଗରୁ ଭାରତ ଜାଣିଛି। ତା’ ପରେ ଆରବ ଗୋଷ୍ଠୀ ଭାରତ ପ୍ରତି କେବେ ଅବମାନନା କରିନାହାନ୍ତି। ବିଭିନ୍ନ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତର ବୈଦେଶିକ ନୀତି ସମ୍ପର୍କରେ ସମାଲୋଚନା କରାଯିବା ପୂର୍ବରୁ ଗଭୀର ଅନୁଶୀଳନ କରାଯିବା ଏବଂ ଅନ୍ତର୍ଦୃଷ୍ଟିସମ୍ପନ୍ନ ହେବା ଆବଶ୍ୟକ।
ସୟେଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri