ଶିଶୁଙ୍କ ଠାରେ ବେଶୀ ବ୍ୟାପୁଛି ଡିପଥେରିଆ: ଜାଣନ୍ତୁ ଟୀକା ନେବା କାହିଁକି ଜରୁରୀ

ଭୁବନେଶ୍ୱର,୧୮।୬: ରାଜ୍ୟରେ ଭୟାନକ ରୂପ ନେଲାଣି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲାକୁ ମାଡ଼ିଲାଣି ଏହି ରୋଗ । ବର୍ତ୍ତମାନ ସୁଦ୍ଧା ୩ ଜିଲାରେ ୨୧ ସଂକ୍ରମିତ ଚିହ୍ନଟ ହେଲେଣି। ଏହି ରୋଗରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ରୋଗରେ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି।

ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, ଯାହା Corynebacterium diphtheriae ପ୍ରଜାତିର ଜୀବାଣୁ ଦ୍ୱାରା ହୋଇଥାଏ। ଡିଫଥେରିଆ ପାରାଲିସିସର କାରଣ ହୋଇପାରେ। ଏହି ସଂକ୍ରମଣ ଦ୍ୱାରା ହୃଦଘାତ ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଥାଏ। କେତେକ କ୍ଷେତ୍ରରେ ଏହା ସାଂଘାତିକ ପ୍ରମାଣିତ ମଧ୍ୟ ହୋଇପାରେ। ଯେଉଁ କାରଣରୁ ସେହି ବ୍ୟକ୍ତିଙ୍କ ଜୀବନ ବି ଚାଲିଯାଇପାରେ।
ଗତବର୍ଷ ଆଫ୍ରିକୀୟ ଦେଶ ନାଇଜେରିଆରେ ଡିଫଥେରିଆ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିଥିଲା। ଡିସେମ୍ବର ୨୦୨୨ରୁ ୨୦୨୩ ଫେବୃଆରୀ ୧୪ ମଧ୍ୟରେ ମାତ୍ର ତିନି ମାସ ମଧ୍ୟରେ, ୨୦୦ରୁ ଅଧିକ ଡିଫଥେରିଆ ଆକ୍ରାନ୍ତ ଚିହ୍ନଟ ହୋଥିବାବେଳେ ୪୦ଜଣଙ୍କ ମୃତ୍ୟୁ ହୋଥିଲା।

ଡିଫଥେରିଆ ଚିହ୍ନଟ କରିବା ପାଇଁ ଜଣେ ବ୍ୟକ୍ତିର ଗଳା ପରୀକ୍ଷା କରାଯାଏ । ସିଡିସି ଅନୁଯାୟୀ, ଗଳାର ପଛ ଭାଗରେ ଧୂସର ପ୍ୟାଚ ଗଠନ ଡିଫଥେରିଆର ସଙ୍କେତ ଅଟେ।

ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, ଯାହା Corynebacterium diphtheriae ପ୍ରଜାତିର ଜୀବାଣୁ ଦ୍ୱାରା ହୋଇଥାଏ। ଏହା ସାଧାରଣତ କୌଣସି ବ୍ୟକ୍ତିର ଶ୍ୱାସତନ୍ତ୍ର ଓ Integumentary System ପ୍ରଭାବିତ କରିଥାଏ । Integumentary System ରେ ଚର୍ମର ତିନୋଟି ସ୍ତର ଅନ୍ତର୍ଭୁକ୍ତ ଯଥା ହାଇପୋଡର୍ମିସ, ଡର୍ମିସ ଏବଂ ଏପିଡର୍ମିସ, ଗ୍ରନ୍ଥି, ନଖ ଏବଂ କେଶ। ତେବେ ଏହି ଜୀବାଣୁ ଶରୀରର ଲହିସବୁ ଅଂଶରେ ରହି ଏକ୍ସୋଟୋକ୍ସିନ ନାମକ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି କରନ୍ତି । ଏହାପରେ ଡିଫଥେରିଆ ସଂକ୍ରମଣ ହୋଇଥାଏ। ଏହି ବିଷାକ୍ତ ପଦାର୍ଥ ହେତୁ ଶରୀରର କୋଷ ଏବଂ ଟିସୁ ନିଷ୍କ୍ରୟ ହୋଇଯାଏ।

ଏହି ବିଷାକ୍ତ ପଦାର୍ଥ ଧମନୀରେ ପ୍ରବେଶ କରି କିଡନୀ, ହୃଦୟ ଏବଂ ସ୍ନାୟୁକୁ କ୍ଷତି ପହଞ୍ଚାଏ । ଏହାଦ୍ୱାରା ହାର୍ଟର ମାଂସପେଶୀରେ ଦରଜ ଅନୁଭୂତ ହୁଏ, ଯାହାକୁ ମାୟୋକାର୍ଡାଇଟିସ କୁହାଯାଏ । ନ୍ୟୁରୋପାଥି ମଧ୍ୟ ହୋଇପାରେ, ଯେଉଁଥିରେ ସ୍ନାୟୁ ନଷ୍ଟ ହୋଇଯାଏ ଏବଂ ମାଂସପେଶୀ ଦୁର୍ବଳ, ଯନ୍ତ୍ରଣା କରିଥାଏ।

ଯଦି ଏହାକୁ ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ୫୦ ପ୍ରତିଶତ ଲୋକଙ୍କ ପାଇଁ ଏହା ସାଂଘାତିକ ପ୍ରମାଣିତ ହୋଇପାରେ। ଏହାକୁ ରୋକିବା ପାଇଁ ଆମ ଦେଶରେ ଡିପିଟି ଟିକା ଦିଆଯାଏ। D ର ଅର୍ଥ ଡିଫଥେରିଆ, P ର ଅର୍ଥ ହେଉଛି ପର୍ଟୁସିସ ଏବଂ ଟି ଅର୍ଥ ଟିଟାନସ ।

ଶିଶୁ ଜନ୍ମ ହେବାର ୬ସପ୍ତାହ ପରେ ଏହି ଟୀକା ଦିଆଯାଏ। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନଚସାରେ ୫ଟି ଟୀକା ଦିଆଯାଏ। ପ୍ରଥମ ଡୋଜ ୨ ମାସ ମଧ୍ୟରେ, ଦ୍ୱିତୀୟ ଡୋଜ ୪ମାସ, ତୃତୀୟ ଡୋଜ ୬ ମାସ, ଚତୁର୍ଥ ଡୋଜ ୧୫ରୁ ୧୮ମାସ, ପଞ୍ଚମ ଡୋଜ ୪ରୁ ୬ର୍ଷ । ଏଗୁଡିକ ବ୍ୟତୀତ, DPT ବୁଷ୍ଟର୍‌ ଡୋଜ ୧୧ରୁ ୧୨ବର୍ଷ ବୟସରେ ଦିଆଯିବା ଉଚିତ।
କେବଳ ଏତିକି ନୁହେଁ, ଏହା ପରେ ପ୍ରତି ଦଶ ବର୍ଷରେ DPT ର ଗୋଟିଏ ଡୋଜ ନେବା ଜରୁରୀ ହୋଇଥାଏ।

କିପରି ସଂକ୍ରମିତ ହୋଇଥାଏ:
ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କିବା ଦ୍ୱାରା ଏହି ଜୀବାଣୁ ନିର୍ଗତ ହୋଇ ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରବେଶ କରେ। ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ପାଣି କିମ୍ବା ଜିଭରେ ଥିବା ଲାଳ ସଂସ୍ପର୍ଶରେ ଆସିଲେ। ସଂକ୍ରମିତ ବ୍ୟକ୍ତିଙ୍କ ଚର୍ମରେ ଥିବା କ୍ଷତରୁ ମଧ୍ୟ ଏହି ଜୀବାଣୁ ସୁସ୍ଥ ଲୋକ ଶରୀରରେ ପ୍ରବେଶ କରେ।

ଏହି ଶ୍ୱାସଜନିତ ରୋଗ ବ୍ୟାପିବା ପାଇଁ ୨ରୁ ୫ଦିନ ସମୟ ଲାଗିଥାଏ। ଏପରିକି ଶରୀରରେ ଲକ୍ଷଣ ଦେଖାଯିବା ପାଇଁ ୧୦ଦିନ ମଧ୍ୟ ନ୍ତ ସମୟ ନେଇପାରେ। ଏଥିରେ ସଂକ୍ରମିତ ହେବା ମାତ୍ରେ ଗଳା ଫୁଲିବା ସହ ତଣ୍ଟି ଦରଜ ହୋଇଥାଏ। ଶରୀର ଦୁର୍ବଳ ଲାଗିବା ସହ ସାମାନ୍ୟ ଜ୍ୱର ଅନୁଭବ ହୁଏ।

ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁସାରେ ଆଣ୍ଟିବାୟୋଟିକ ଦାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ। ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଏହା କେବଳ ସୂଚନା ଭାବେ ଦିଆଯାଇଛି। ଅଧିକ ସୂଚନା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri