ଡିପ୍‌ଥେରିଆ: କାରଣ, ପ୍ରତିକାର

ଏବେ ଶିଶୁମାନଙ୍କର ଏକ ବିରଳ ରୋଗ ହେଲା ‘ଡିପ୍‌ଥେରିଆ’ ବା କଣ୍ଠ ଆଳତି। ସାର୍ବଜନୀନ ଟିକା ପ୍ରଦାନ ଦ୍ୱାରା ଏହା ବହୁମାତ୍ରାରେ କମିଯାଇଛି। ସମଗ୍ର ଦେଶରେ ଏ କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ମାତ୍ର ଏବେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ହେବାର କୌଣସି ଆଶଙ୍କା ନ ଥିଲେ ମଧ୍ୟ ଆମ୍ଭମାନଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।
ଆଗରୁ ଡିପ୍‌ଥେରିଆରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ଶିଶୁ ମୃତ୍ୟୁମୁଖରେ ପଡ଼ୁଥିଲେ। ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କଠାରେ ଏଭଳି ରୋଗ ଦେଖାଯାଉଥିଲେ ହେଁ ସାଧାରଣତଃ ଶିଶୁମାନଙ୍କୁ ଛ’ ମାସ ପୂର୍ବରୁ ମା’ କ୍ଷୀରରେ ଥିବା ଆଣ୍ଟିବଡି ଯୋଗୁ ଏହା ହୋଇ ନ ଥାଏ।
ଡିପ୍‌ଥେରିଆ ‘କରିନୋ ବ୍ୟାକ୍ଟେରିଅମ ଡିପ୍‌ଥେରି’ (ପୂର୍ବରୁ କେ.ଏଲ୍‌. ବାସିଲସ୍‌ କୁହାଯାଉଥିଲା) ନାମକ ଜୀବାଣୁ ଦ୍ୱାରା ହୋଇଥାଏ। କେବଳ ଶିଶୁମାନେ ହିଁ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଆକ୍ରାନ୍ତ ଶିଶୁମାନଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମିତ ଲାଳ, କଫ, ନାକରୁ ନିର୍ଗତ ପଦାର୍ଥ, ଡ୍ରପ୍‌ଲେଟ୍‌ ମାଧ୍ୟମରେ ଏହା ବ୍ୟାପିଥାଏ। ଥର୍ମୋମିଟର, ଜିଭ ଚାପିବା ଚାମୁଚ, ରୁମାଲ, କଲମ, ପେନ୍‌ସିଲ, ଟୁ୍‌ଥ୍‌ ବ୍ରଶ, କପ୍‌ ପ୍ଲେଟ୍‌, ଖେଳନା ଇତ୍ୟାଦି ମାଧ୍ୟମରେ ମଧ୍ୟ ଡିପ୍‌ଥେରିଆ ବ୍ୟାପିଥାଏ। ଶିଶୁଟି ଏଥିରେ ଆକ୍ରାନ୍ତ ହେବାର ଦୁଇ ଦିନଠାରୁ ୬ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମିତ ବ୍ୟବସ୍ଥାରେ ରହିଥାଏ। ଉଭୟ ପୁଅ ଓ ଝିଅମାନଙ୍କ ମଧ୍ୟରେ ଏହା ସମାନ ମାତ୍ରାରେ ଦେଖାଯାଏ। ବିଶେଷଭାବରେ ଏହା ଶୀତଦିନେ ଅଧିକ ବ୍ୟାପିଥାଏ।
ଡିପ୍‌ଥେରିଆ ଜୀବାଣୁ ଶରୀରରେ ପ୍ରବେଶ କରିବାର ୨ରୁ ୬ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ। ଡିପ୍‌ଥେରିଆ ଦ୍ୱାରା ଆକ୍ରାନ୍ତ ହେଲେ ଜ୍ୱର କ୍ରମଶଃ ବୃଦ୍ଧି ପାଇଥାଏ। ଏହାସହ ତଣ୍ଟି ଦରଜ ହୋଇ ରକ୍ତମିଶ୍ରିତ ନାକକ୍ଷରଣ ବାହାରିଥାଏ। ଏହା ନାକ ଆକ୍ରାନ୍ତ ଡିପ୍‌ଥେରିଆ, ଟନ୍‌ସିଲ୍‌ ଆକ୍ରାନ୍ତ, ଗଳା ଆକ୍ରାନ୍ତ, ସ୍ବର ଯନ୍ତ୍ର ଆକ୍ରାନ୍ତ, କେତେକ କ୍ଷେତ୍ରରେ ଚର୍ମ, ଚକ୍ଷୁ, ଖାଦ୍ୟ ଓ ପାଚକ ଯନ୍ତ୍ରକୁ ମଧ୍ୟ ଆକ୍ରାନ୍ତ କରିଥାଏ।
ଡିପ୍‌ଥେରିଆ ସାଧାରଣତଃ ଗଳା, ସ୍ନାୟୁ, ହୃଦ୍‌ଯନ୍ତ୍ର (ହାର୍ଟ) ଇତ୍ୟାଦିରେ ଜଟିଳତା ସୃଷ୍ଟି କରିଥାଏ। ‘ସିକ୍‌ ପରୀକ୍ଷା’ ନାମକ ଏକ ପରୀକ୍ଷା ଦ୍ୱାରା ଶିଶୁଟିକୁ ଡିପ୍‌ଥେରିଆ ହୋଇଛି ବୋଲି ଜଣାପଡ଼ିଥାଏ।
ସାଧାରଣତଃ ବିଶ୍ରାମ, ପୃଥକୀକରଣ, ସଙ୍ଗରୋଧ ଦ୍ୱାରା ଗଳା ସଂକ୍ରମଣ ଭଲ ହେବା ପର୍ଯ୍ୟନ୍ତ ଅନୁସରଣ କରାଯାଇଥାଏ। ସ୍ଥଳବିଶେଷରେ ‘ଏଡିଏସ୍‌’ (ଆଣ୍ଟି ଡିପ୍‌ଥେରିକ୍‌ ସିରସ୍‌) ୨୦ ହଜାରରୁ ୧ ଲକ୍ଷ ୟୁନିଟ ପର୍ଯ୍ୟନ୍ତ ଦିଆଯାଇଥାଏ। ଏଥିପାଇଁ ପେନସିଲିନ୍‌ ହେଉଛି ଠିକ୍‌ ଚିକିତ୍ସା। ଏହା ବଦଳରେ ଇରିଥ୍ରୋମାଇସିନ୍‌ ମଧ୍ୟ ଦିଆଯାଇପାରେ। ଜ୍ୱର କମିବା ଔଷଧ ଓ କେତେକ କ୍ଷେତ୍ରରେ ସାଲାଇନ୍‌ ଓ ଭିଟାମିନ୍‌ ମଧ୍ୟ ଦିଆଯାଏ। ଏହି ସମୟରେ ‘ଓଆର୍‌ଏସ୍‌’ ମଧ୍ୟ ବହୁତ ଉପଯୋଗୀ।
ତେଣୁ ତଣ୍ଟି ଦରଜ ହୋଇ ଜ୍ୱର, ଶରୀର ବ୍ୟଥା ହେଲେ ଶିଶୁମାନଙ୍କୁ ଡେରି ନ କରି ଶିଶୁ ବିଶେଷଜ୍ଞଙ୍କ ନିକଟକୁ ନେଇ ଚିକିତ୍ସା କରାନ୍ତୁ। ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମରେ ତିନି ମାସରୁ ଅନ୍ୟ ଟିକାମାନଙ୍କ ସହିତ ମିଶି ରହିଥିବା ଡିପ୍‌ଥେରିଆ ଟିକା ସବୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଆଯାଉଛି।

ଡା. ରାମଚନ୍ଦ୍ର ରାଉତ
– ଅବସରପ୍ରାପ୍ତ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ: ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri