ଡିପ୍‌ଥେରିଆ: କାରଣ, ପ୍ରତିକାର

ଏବେ ଶିଶୁମାନଙ୍କର ଏକ ବିରଳ ରୋଗ ହେଲା ‘ଡିପ୍‌ଥେରିଆ’ ବା କଣ୍ଠ ଆଳତି। ସାର୍ବଜନୀନ ଟିକା ପ୍ରଦାନ ଦ୍ୱାରା ଏହା ବହୁମାତ୍ରାରେ କମିଯାଇଛି। ସମଗ୍ର ଦେଶରେ ଏ କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ମାତ୍ର ଏବେ ଏଭଳି ସ୍ବାସ୍ଥ୍ୟ ସମସ୍ୟା ହେବାର କୌଣସି ଆଶଙ୍କା ନ ଥିଲେ ମଧ୍ୟ ଆମ୍ଭମାନଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।
ଆଗରୁ ଡିପ୍‌ଥେରିଆରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟାରେ ଶିଶୁ ମୃତ୍ୟୁମୁଖରେ ପଡ଼ୁଥିଲେ। ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କଠାରେ ଏଭଳି ରୋଗ ଦେଖାଯାଉଥିଲେ ହେଁ ସାଧାରଣତଃ ଶିଶୁମାନଙ୍କୁ ଛ’ ମାସ ପୂର୍ବରୁ ମା’ କ୍ଷୀରରେ ଥିବା ଆଣ୍ଟିବଡି ଯୋଗୁ ଏହା ହୋଇ ନ ଥାଏ।
ଡିପ୍‌ଥେରିଆ ‘କରିନୋ ବ୍ୟାକ୍ଟେରିଅମ ଡିପ୍‌ଥେରି’ (ପୂର୍ବରୁ କେ.ଏଲ୍‌. ବାସିଲସ୍‌ କୁହାଯାଉଥିଲା) ନାମକ ଜୀବାଣୁ ଦ୍ୱାରା ହୋଇଥାଏ। କେବଳ ଶିଶୁମାନେ ହିଁ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଆକ୍ରାନ୍ତ ଶିଶୁମାନଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମିତ ଲାଳ, କଫ, ନାକରୁ ନିର୍ଗତ ପଦାର୍ଥ, ଡ୍ରପ୍‌ଲେଟ୍‌ ମାଧ୍ୟମରେ ଏହା ବ୍ୟାପିଥାଏ। ଥର୍ମୋମିଟର, ଜିଭ ଚାପିବା ଚାମୁଚ, ରୁମାଲ, କଲମ, ପେନ୍‌ସିଲ, ଟୁ୍‌ଥ୍‌ ବ୍ରଶ, କପ୍‌ ପ୍ଲେଟ୍‌, ଖେଳନା ଇତ୍ୟାଦି ମାଧ୍ୟମରେ ମଧ୍ୟ ଡିପ୍‌ଥେରିଆ ବ୍ୟାପିଥାଏ। ଶିଶୁଟି ଏଥିରେ ଆକ୍ରାନ୍ତ ହେବାର ଦୁଇ ଦିନଠାରୁ ୬ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମିତ ବ୍ୟବସ୍ଥାରେ ରହିଥାଏ। ଉଭୟ ପୁଅ ଓ ଝିଅମାନଙ୍କ ମଧ୍ୟରେ ଏହା ସମାନ ମାତ୍ରାରେ ଦେଖାଯାଏ। ବିଶେଷଭାବରେ ଏହା ଶୀତଦିନେ ଅଧିକ ବ୍ୟାପିଥାଏ।
ଡିପ୍‌ଥେରିଆ ଜୀବାଣୁ ଶରୀରରେ ପ୍ରବେଶ କରିବାର ୨ରୁ ୬ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ। ଡିପ୍‌ଥେରିଆ ଦ୍ୱାରା ଆକ୍ରାନ୍ତ ହେଲେ ଜ୍ୱର କ୍ରମଶଃ ବୃଦ୍ଧି ପାଇଥାଏ। ଏହାସହ ତଣ୍ଟି ଦରଜ ହୋଇ ରକ୍ତମିଶ୍ରିତ ନାକକ୍ଷରଣ ବାହାରିଥାଏ। ଏହା ନାକ ଆକ୍ରାନ୍ତ ଡିପ୍‌ଥେରିଆ, ଟନ୍‌ସିଲ୍‌ ଆକ୍ରାନ୍ତ, ଗଳା ଆକ୍ରାନ୍ତ, ସ୍ବର ଯନ୍ତ୍ର ଆକ୍ରାନ୍ତ, କେତେକ କ୍ଷେତ୍ରରେ ଚର୍ମ, ଚକ୍ଷୁ, ଖାଦ୍ୟ ଓ ପାଚକ ଯନ୍ତ୍ରକୁ ମଧ୍ୟ ଆକ୍ରାନ୍ତ କରିଥାଏ।
ଡିପ୍‌ଥେରିଆ ସାଧାରଣତଃ ଗଳା, ସ୍ନାୟୁ, ହୃଦ୍‌ଯନ୍ତ୍ର (ହାର୍ଟ) ଇତ୍ୟାଦିରେ ଜଟିଳତା ସୃଷ୍ଟି କରିଥାଏ। ‘ସିକ୍‌ ପରୀକ୍ଷା’ ନାମକ ଏକ ପରୀକ୍ଷା ଦ୍ୱାରା ଶିଶୁଟିକୁ ଡିପ୍‌ଥେରିଆ ହୋଇଛି ବୋଲି ଜଣାପଡ଼ିଥାଏ।
ସାଧାରଣତଃ ବିଶ୍ରାମ, ପୃଥକୀକରଣ, ସଙ୍ଗରୋଧ ଦ୍ୱାରା ଗଳା ସଂକ୍ରମଣ ଭଲ ହେବା ପର୍ଯ୍ୟନ୍ତ ଅନୁସରଣ କରାଯାଇଥାଏ। ସ୍ଥଳବିଶେଷରେ ‘ଏଡିଏସ୍‌’ (ଆଣ୍ଟି ଡିପ୍‌ଥେରିକ୍‌ ସିରସ୍‌) ୨୦ ହଜାରରୁ ୧ ଲକ୍ଷ ୟୁନିଟ ପର୍ଯ୍ୟନ୍ତ ଦିଆଯାଇଥାଏ। ଏଥିପାଇଁ ପେନସିଲିନ୍‌ ହେଉଛି ଠିକ୍‌ ଚିକିତ୍ସା। ଏହା ବଦଳରେ ଇରିଥ୍ରୋମାଇସିନ୍‌ ମଧ୍ୟ ଦିଆଯାଇପାରେ। ଜ୍ୱର କମିବା ଔଷଧ ଓ କେତେକ କ୍ଷେତ୍ରରେ ସାଲାଇନ୍‌ ଓ ଭିଟାମିନ୍‌ ମଧ୍ୟ ଦିଆଯାଏ। ଏହି ସମୟରେ ‘ଓଆର୍‌ଏସ୍‌’ ମଧ୍ୟ ବହୁତ ଉପଯୋଗୀ।
ତେଣୁ ତଣ୍ଟି ଦରଜ ହୋଇ ଜ୍ୱର, ଶରୀର ବ୍ୟଥା ହେଲେ ଶିଶୁମାନଙ୍କୁ ଡେରି ନ କରି ଶିଶୁ ବିଶେଷଜ୍ଞଙ୍କ ନିକଟକୁ ନେଇ ଚିକିତ୍ସା କରାନ୍ତୁ। ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମରେ ତିନି ମାସରୁ ଅନ୍ୟ ଟିକାମାନଙ୍କ ସହିତ ମିଶି ରହିଥିବା ଡିପ୍‌ଥେରିଆ ଟିକା ସବୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଦିଆଯାଉଛି।

ଡା. ରାମଚନ୍ଦ୍ର ରାଉତ
– ଅବସରପ୍ରାପ୍ତ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ: ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri