Categories: ବାଣିଜ୍ୟ

ବାଲିଯାତ୍ରାରେ ଡିଅନ୍‌ ଗ୍ରୁପ୍‌ର ଆକର୍ଷଣୀୟ ମଣ୍ଡପ

କଟକ,୧୦।୧୧: ରାଜ୍ୟର ପ୍ରମୁଖ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଡିଅନ୍‌ ଗ୍ରୁପ୍‌ ପକ୍ଷରୁ ୨ଟି ଆକର୍ଷଣୀୟ ଷ୍ଟଲ୍‌ (ମଣ୍ଡପ) କଟକ ବାଲିଯାତ୍ରା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍‌ ବ୍ୟାଙ୍କର କ୍ଷେତ୍ର ପରିଚାଳକ ମନୋଜ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ନିକଟରେ ଉଦ୍‌ଘାଯିତ ହୋଇଥିବା ଡିଅନ୍‌ ଗ୍ରୁପ୍‌ର ୨ଟି ଷ୍ଟଲ୍‌ରୁ ପ୍ରଥମ ଷ୍ଟଲ୍‌ରେ କମ୍ପାନୀର ହାଉସିଂ ମେପ୍ରାଜେକ୍ଟ ରହିଥିବା ବେଳେ ଅଟୋମୋବାଇଲ ସଂସ୍ଥାର ୨ୟ ଷ୍ଟଲ ରହିଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ନୂତନ ହାଉସିଂ ପ୍ରକଳ୍ପ ‘ସ୍କାଏ ଓ୍ବାକ୍‌’ ନାମରେ ସେକ୍ଟର ୮ଠାରେ ନିର୍ମାଣ ହେବାକୁ ଥିବା ୨୪ ତାଲା ବିଶିଷ୍ଟ ଆପାର୍ଟମେଣ୍ଟର ଡମି ଫ୍ଲାଟ୍‌ ବାଲିଯାତ୍ରାରେ ପ୍ରଦର୍ଶିତ ହେଉଛି।

ସୂଚନାଯୋଗ୍ୟ, କଟକ ସହରରେ ପୂର୍ବରୁ ଏଭଳି ସୁଉଚ୍ଚ ଆପାର୍ଟମେଣ୍ଟ ନିର୍ମାଣ କରାଯାଇ ନ ଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ କଟକକୁ ଏକ ଭିନ୍ନ ପରିଚୟ ଦେବ ବୋଲି ଡିଅନ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ମନୋଜ ସାହୁ କହିଛନ୍ତି। ସେହିଭଳି ଡିଅନ୍‌ ଅଟୋମେଟିଭ୍‌ ଷ୍ଟଲ୍‌ରେ ଟାଟା ମୋଟର ପକ୍ଷରୁ ବିଭିନ୍ନ ମଡେଲର ଗାଡି ପ୍ରଦର୍ଶିତ ହେଉଛି। ଏପରିକି ସବୁ ବର୍ଗର ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଡିଅନ୍‌ ଗ୍ରୁପ୍‌ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ଅଫର ଉପଭୋକ୍ତାଙ୍କୁ ଦିଆଯାଉଥିବା ଗ୍ରୁପ୍‌ର ମୁଖ୍ୟ ପରିଚାଳକ ବିଶ୍ବଜିତ ଦାସ ମତବ୍ୟକ୍ତ କରିଛନ୍ତି। କରୋନା ଯୋଗୁ ୨ବର୍ଷ ପରେ ଐତିହାସିକ କଟକ ବାଲିଯାତ୍ରାର ଆୟୋଜନ ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କ ନିକଟତର ହେବାକୁ ଏକ ଭଲ ସୁଯୋଗ ରହିଥିବାରୁ ଡିଅନ୍‌ ଗ୍ରୁପ୍‌ର ୨ଟି ଷ୍ଟଲ୍‌ ବାଲିଯାତ୍ରା ପଡ଼ିଆରେ ପକାଯାଇଥିବା ଗ୍ରୁପ୍‌ ପକ୍ଷରୁ କୁହାଯାଇଛି।

Share