ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ୧୦ରୁ ଅଧିକ ଯୁବକ ସ୍ଥାନୀୟ କନାବିରା ଗାଁର ଦିନେଶ ଶବର(୨୪)ଙ୍କ ଉପରେ ହଠାତ୍ ମରଣାନ୍ତକ ଆକ୍ରମଣ କରିବା ସହ ପଛପଟେ ଛୁରି ମାରିଥିଲେ। ଫଳରେ ଘଟଣାସ୍ଥଳରେ ଦିନେଶ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଖବର ପାଇ ଟାଉନଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାବେଳେ ଛୁରାମାଡ ହୋଇଥିବା ଯୁବକଙ୍କ ପରିବାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।