Posted inଖେଳ

ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି):ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର ହୋଇଛନ୍ତି। ଖେଳାଳି ଭାବେ ବେଶ୍‌ ସୁନାମ ଅର୍ଜନ କରିଥିବା ଦିଲୀପ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟର ଫଟୋକୁ ଦିଲୀପ ନିଜ ଫେସବୁକ୍‌ ପେଜ୍‌ ଏବଂ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ହକିକୁ ଏକ ଭିନ୍ନ ସୋପାନକୁ ନେବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ରବିବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିବସ ଥିଲା। ହକି ଇଣ୍ଡିଆ ନିର୍ବାଚନ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ।
ଭାରତୀୟ ହକିରେ ଦିଲୀପ ଜଣେ ପରିଚିତ ନାମ। ଦୀର୍ଘ ୧୫ ବର୍ଷର କ୍ୟାରିୟରରେ ସେ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୩ଟି ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। କେବଳ ସେତିକି ନୁହେଁ, ୨୦୦୪ ଏଥେନ୍ସ ଅଲିମ୍ପିକ୍‌ରେ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ। ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟ ସଭା ସଦସ୍ୟ ଥିଲେ। ଗତ ଅଗଷ୍ଟରେ ହକି ଇଣ୍ଡିଆ ଏହାର ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ନିଂ ଅଫିସର ନିଯୁକ୍ତ କରିଥିଲା। ଅଜୟ ହେଉଛନ୍ତି ବିହାର ସରକାରଙ୍କ ପୂର୍ବତନ ଚିଫ୍‌ ଇଲେକ୍ଟୋରାଲ ଅଫିସର। ଏ.କେ. ମଜୁମ୍‌ଦାରଙ୍କୁ ସହକାରୀ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି।
ତାଙ୍କ ବିରୋଧୀ ପ୍ରାର୍ଥୀଙ୍କ ସମ୍ପର୍କରେ ବିଶେଷ କିଛି ସୂଚନା ଦେଇପାରି ନ ଥିଲେ ହେଁ ଦିଲୀପ ଆଗାମୀ ନିର୍ବାଚନରେ ନିଜର ସ୍ଥିତି ଦୃଢ଼ ଥିବା ଅନୁଭବ କରୁଛନ୍ତି। ”ମୁଁ କେତେକ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି। ବେଙ୍ଗଲ, ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଆଦି ସମଗ୍ର ନର୍ଥ ଇଷ୍ଟ ରାଜ୍ୟଗୁଡ଼ିକ ମୋତେ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ମୁଁ କେରଳ, ତାମିଲନାଡ଼ୁ, ରାଜସ୍ଥାନ ଆଦି କେତେକ ରାଜ୍ୟର ପ୍ରତିନିଧିଙ୍କ ସହିତ କଥା ହୋଇଛି। ସେଠାରୁ ସକାରାତ୍ମକ ସୂଚନା ମିଳିଥିବାରୁ ମୁଁ ଦୃଢ଼ନିଶ୍ଚିତ ଅଛି“ ବୋଲି ଦିଲୀପ କହିଛନ୍ତି। ”ହକି ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ମୁଁ ହକି ଇଣ୍ଡିଆ ସଭାପତି ପଦ ପାଇଁ ରବିବାର ପ୍ରାର୍ଥତ୍ପତ୍ର ଦାଖଲ କରିଛି। ହକି ମୋତେ ଅନେକ କିଛି ଦେଇଛି। ଦେଶ ପକ୍ଷରୁ ମୁଁ ଦୀର୍ଘଦିନ ଧରି ହକି ଖେଳିଛି ଏବଂ ଅବସର ପରେ ଏହି କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାରେ ଉଦ୍ୟମ ଜାରି ରଖିଛି। ଜାତୀୟ ସଂଘରେ ସମ୍ପୃକ୍ତ ରହିଲେ ହକିର ବିକାଶ ପାଇଁ ଅଧିକ ସୁଯୋଗ ମିଳିବ ବୋଲି ମୁଁ ଅନୁଭବ କରିଛି। ହକିକୁ ବହୁ ଉଚ୍ଚକୁ ନେବା ମୋର ଲକ୍ଷ୍ୟ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ସଭାପତି ଭାବେ ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମକୁ ଶକ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକରେ ପୂର୍ବରୁ ହକି ଲୋକପ୍ରିୟ ଥିଲେ ହେଁ ଏବେ ମଳିନ ପଡ଼ିଛି, ତାହାର କାରଣ ଖୋଜି ବାହାର କରିବି। ସେଠାରେ ହକିର ପୁନରୁଦ୍ଧାର ପାଇଁ ପ୍ରୟାସ କରିବି ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri