କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସମେତ…

ଭୁବନେଶ୍ୱର,୪ା୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଆସନ୍ତା ୧୬ରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। କହିବାକୁ ଗଲେ ୩ଟି ଆସନ ପାଇଁ ଭୋଟ ହେବାର ସମ୍ଭାବନା ନାହିଁ। ହେଲେ ୪ର୍ଥ ଆସନକୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଚାଲିଥିଲା ସେଥିରେ ଏକ ନୂଆ ଅଙ୍କ ଦେଖିବାକୁ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ଗତ ବିଧାନସଭା ନିର୍ବାଚନରେ ରାଉରକେଲା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ତଥା ବ୍ୟବସାୟୀ ଦିଲୀପ ରାୟ ମଇଦାନକୁ ଓହ୍ଲାଇ ଥିବାବେଳେ ତାଙ୍କୁ ସମର୍ଥନ କରିଛି ଭାଜପା।

ଭାଜପାର ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀପ ରାୟ। ରାଜ୍ୟ ସଭା ସ୍ବାଧୀନ ପ୍ରାର୍ଥୀ ଭାବେ ସମର୍ଥନ ପାଇଁ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀପ।

ସେହିପରି ଭାଜପା ଦିଲ୍ଲୀ ମୁଖ୍ୟାଳୟ ପକ୍ଷରୁ ନୀତିଗତ ଭାବେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନ ଏମପି ଥିବା ସୁଜିତ କୁମାରଙ୍କୁ ରାଜ୍ୟ ସଭା ଟିକେଟ ଦେଇଛି।

ସେହିପରି ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ଯାହାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିବ ବୋଲି କହିଛି।

ତେବେ ଏହାରି ଭିତରେ ରାଜ୍ୟ ସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଆସନ ପାଇଁ କୌଣସି ପରିସ୍ଥିତିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଭାଜପାର ସମର୍ଥନ ରହିଥିବା କୌଣସି ପ୍ରାର୍ଥୀଙ୍କୁ ସି.ପି.ଆଇ.(ଏମ) ସମର୍ଥନ କରିବ ନାହିଁ ବୋଲି କହିଛି। ରାଜ୍ୟ ସଭା ନିର୍ବାଚନ ସମ୍ପର୍କରେ ୧୦ ମାଚ୍ଚରେ ସି .ପି .ଆଇ. (ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସି. ପି.ଆଇ. (ଏମ) ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସି .ପି.ଆଇ.(ଏମ)ର ଜରୁରୀ ରାଜ୍ୟ ସମ୍ପାଦକ ମଣ୍ଡଳୀ ବୈଠକ ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଳି କିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ପୁଷ୍ପା ଦାଶ, ଜମେଶ୍ୱର ସାମନ୍ତରାୟ ଏବଂ ବଦ୍ରି ନାରାୟଣ ଦାଶ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିତିବାର କିଛି ଗ୍ୟାରେଣ୍ଟି ନାହିଁ…ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପୂର୍ବରୁ ଏମିତି କହିଲେ ଟିମ୍‌ ଇଣ୍ଡିଆ କୋଚ୍‌?

ମୁମ୍ବାଇ,୪।୩: T୨୦ ବିଶ୍ୱକପ ୨୦୨୬ର ହାଇଭୋଲଟେଜ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ବୋଲିଂ…

କାଳ ହେଲା ହୋଲି, ନଦୀରେ ବୁଡ଼ି ଚାଲିଗଲା ବ୍ୟାଙ୍କ କର୍ମଚାରୀଙ୍କ ଜୀବନ

ଯାଜପୁରରୋଡ଼,୪ା୩(ପବିତ୍ର ରଞ୍ଜନ ମହାନ୍ତି):  ହୋଲିରେ ବଡ ଅଘଟଣ । ରଙ୍ଗ ଖେଳିସାରି ଗାଧୋଉ ଥିବାବେଳେ ନଦୀରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଯୋକଡିଆ ଖରସ୍ରୋତା ନଦୀରେ…

୭୦ ପ୍ୟାକେଟ୍‌ ବ୍ରାଉନସୁଗାର ଜବତ: ଶୁଭମଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୪।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ସଫଳତା l ବୁଧବାର ସକାଳେ ପାଟ୍ରୋଲିଂ ସମୟରେ ଏକ ସ୍କୁଟିକୁ ଯାଞ୍ଚ ସମୟରେ ବ୍ରାଉନସୁଗାର…

ପାକିସ୍ତାନ ଟିମ୍‌ରୁ ବିଦା ହେଲେ ବାବର ଆଜମ, ଟି-୨୦ରେ…

ଇସଲାମବାଦ,୪।୩: ୨୦୨୬ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ କରିଥିବା ବାବର ଆଜମଙ୍କୁ ପାକିସ୍ତାନ ଦଳରୁ ବାଦ ଦିଆଯାଇଛି। ଟୁର୍ନାମେଣ୍ଟର ଛଅଟି ମ୍ୟାଚରେ ମାତ୍ର ୯୧ ରନ କରିଥିବା…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଖୁସି ଖବର! ଭାରତକୁ ତେଲ ଦେବ ଏହି ଦେଶ

ନୂଆଦିଲ୍ଲୀ,୪।୩: ଇରାନ ହୋର୍ମୁଜ୍ ଷ୍ଟ୍ରେଟକୁ ନିଜ ନିୟନ୍ତ୍ରଣରେ ନେଇଛି, ଯାହା ଦ୍ୱାରା ଅନ୍ତର୍ଜାତୀୟ ବଜାରକୁ ତୈଳ ଯୋଗାଣ ବନ୍ଦ ହୋଇଯାଇଛି । ଏହା ଫଳରେ ଅଶୋଧିତ ତୈଳ…

ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ…

ବରୀ,୪ା୩(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ବ୍ଲକ ସ୍ବାଇଁଖଣ୍ଡ ପଞ୍ଚାୟତ ଯଅଁପଡ଼ା ଗ୍ରାମର ହିରଣ୍ୟ ବେଉରିଆ ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ରଙ୍ଗ ଖେଳ ପରେ…

ହୋଲିରେ ଡିଜେ ବଜାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୨ ଆହତ

ତିହିଡ଼ି,୪ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ବୋଡ଼କ ପଞ୍ଚାୟତ ଅଧୀନ ଖରିଦାପାଟଣା ଗ୍ରାମରେ ବୁଧବାର ସକାଳେ ଗୋଷ୍ଠୀ ସଂଘର୍ଷ ଉପୁଜିଛି। ଡିଜେ ବଜାକୁ କେନ୍ଦ୍ର କରି…

ପୋଖରୀକୁ ଖସିପଡିଲା ଟ୍ରାକ୍ଟର: ଡ୍ରାଇଭର୍‌ଙ୍କ ସହ ଘଟିଲା…

ବାହାନଗା, ୪। ୩(ଅରୂପ କୁମାର ଦାସ): ହୋଲିରେ ଅଘଟଣ। ବୁଧବାର ବାଲେଶ୍ୱର ଜିଲା ଗୋପାଳପୁର ପଞ୍ଚାୟତ ଆପିତିର ଗ୍ରାମର ଏକ ଟ୍ରାକ୍ଟର ପୋଖରୀକୁ ଖସି ପଡିବାରୁ ପଙ୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri