Categories: ବାଣିଜ୍ୟ

ଦିଲୀପ ରଥ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ

ଭୁବନେଶ୍ୱର: ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ୨ ନଭେମ୍ବର ୨୦୨୦ରେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ କରାଯାଇଛି। ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡର ସାଧାରଣ ବୈଠକରେ ଏହା ସମ୍ପନ୍ନ ହୋଇଛି। ସେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡ ସହ ଗତ ୧୦ ବର୍ଷ ଧରି ଭାରତୀୟ ଜାତୀୟ କମିଟି ସଦସ୍ୟ ସଚିବ ଭାବେ ଜଡିତ ରହିଛନ୍ତି। ଏହି ଅବସରରେ ରଥ କହିଛନ୍ତି, ଭାରତୀୟ ଦୁଗ୍ଧ ଅଭିଜ୍ଞତାକୁ ବିଶ୍ୱର ଅନ୍ୟ ଦେଶଗୁଡିକୁ ଜଣାଇବା ଦିଗରେ ସହାୟକ ହେବ। ଜାତିସଂଘ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ସ୍ଥାୟୀ ଲକ୍ଷ୍ୟ ପୂରଣ କ୍ଷେତ୍ରରେ କାର୍ଯ୍ୟ କରିବାର ଅବସର ମିଳିବ ବୋଲି ସେ ମତ ଦେଇଛନ୍ତି। ୨୦୨୨ରେ ଭାରତରେ ଓ୍ବାଲର୍‌ଡ ଡାଏରୀ ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜନ କରାଯିବ। ଏଥିରେ ୫୫ଟି ଦେଶର ୧୦୦୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ, ଏକାଡେମିସିଆନ ଏବଂ ଡାଏରୀ ପେସାଦାରମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଜାତୀୟ କମିଟି , ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ଏବଂ ଏନ୍‌ଡିଡିବି ମଧ୍ୟରେ ସମନ୍ବୟ ରକ୍ଷା ଲାଗି ଭାରତ ସରକାରଙ୍କ ମସତ୍‌ୟ ସମ୍ପଦ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ କାର୍ଯ୍ୟ ଜାରି ରଖିଛି।

Share