Posted inଜାତୀୟ

ନିର୍ବାଚନ ଲଢ଼ିପାରିବେ ଦିଲୀପ ରାୟ

ନୂଆଦିଲ୍ଲୀ,୯ା୪:କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦୋଷୀସାବ୍ୟସ୍ତ ରାୟ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ସେ ୨୦୨୪ ନିର୍ବାଚନ ଲଢ଼ିପାରିବେ। ୧୯୯୯ରେ ଝାଡ଼ଖଣ୍ଡର କୋଇଲା ଖଣି ଆବଣ୍ଟନରେ ଅନିୟମିତତାକୁ ନେଇ ପୂର୍ବରୁ ଦିଲୀପ ଦୋଷୀସାବ୍ୟସ୍ତ ହୋଇଥିଲେ। ମାମଲାର ନିର୍ଦ୍ଦିଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ଦୋଷୀସାବ୍ୟସ୍ତ ରାୟକୁ ସ୍ଥଗିତ ରଖାଯାଇଛି, ତାଙ୍କୁ ଦୋଷମୁକ୍ତ କରାଯାଇ ନ ଥିବା ଜଷ୍ଟିସ୍‌ ସ୍ବରନ କାନ୍ତ ଶର୍ମା ସ୍ପଷ୍ଟ କରିଛନ୍ତି। ଉଚ୍ଚ ଅଦାଲତ ରାୟଙ୍କ ଦୀର୍ଘ ରାଜନୈତିକ ଜୀବନ ଏବଂ ବୟସକୁ ବିଚାରକୁ ନେଇ କହିଥିଲେ, ପ୍ରତ୍ୟେକ ମାମଲାକୁ ଏହାର ନିର୍ଦ୍ଦିଷ୍ଟ ପରିସ୍ଥିତି ଓ ପୃଷ୍ଠଭୂମି ଆଧାରରେ ନିଷ୍ପତ୍ତି କରାଯାଇଥାଏ। ତେଣୁ କୌଣସି ଦୁଇଟି ମାମଲା ସମାନ ନୁହେଁ। ସେଥିପାଇଁ ୨୦୨୦ ଅକ୍ଟୋବର ୬ ରାୟରେ ତାଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିବାବେଳେ ବର୍ତ୍ତମାନର ଅପିଲ ବିଚାରାଧୀନ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିବା ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ଆଇପିସିର ଦଫା ୧୨୦ ବି, ୪୦୯ ଏବଂ ୪୨୦ ତଥା ଦୁର୍ନୀତି ନିବାରଣ ଆଇନର ଧାରା ୧୩(୧)(ସି) କିମ୍ବା ୧୩(୧)(ଡି) ଅନୁଯାୟୀ ଦିଲୀପ ତଳକୋର୍ଟରେ ଦୋଷୀସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ସହ ଜରିମାନା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ହୃଦୟଙ୍ଗମ କରିଥିଲେ ଯେ, ଆଗକୁ ନିର୍ବାଚନ ଥିବାବେଳେ ଦିଲୀପଙ୍କୁ ୭୧ ବର୍ଷ ହେଲାଣି। ଏହି ମାମଲାରେ ଏକାଧିକ ଅପିଲ୍‌ ଏବଂ କ୍ରସ୍‌-ଅପିଲ ଥିବାରୁ ଶୁଣାଣି ପାଇଁ ସମୟ ଲାଗିବ ଏବଂ ନିକଟ ଭବିଷ୍ୟତରେ ଫଇସଲା ହେବା ଭଳି ଜଣାପଡ଼ୁ ନାହିଁ। ଯଦି ଆବେଦନକାରୀଙ୍କ ନିବେଦନକୁ ଅନୁମତି ଦିଆ ନ ଯାଏ, ତେବେ ସେ ନିର୍ବାଚନରେ ଲଢ଼ିବା ସୁଯୋଗ ହରାଇବେ ଏବଂ ତାଙ୍କ ରାଜନୈତିକ କ୍ୟାରିୟରର ଅପୂରଣୀୟ କ୍ଷତି ହେବ। ନିଜ ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ତାଙ୍କ ଇଚ୍ଛା ପୂରଣ ହୋଇପାରିବ ନାହିଁ। ଉପରୋକ୍ତ ବିଷୟଗୁଡ଼ିକୁ ବିଚାରକୁ ନେଇ ହାଇକୋର୍ଟ ଦିଲୀପଙ୍କ ଆବେଦନକୁ ଅନୁମତି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ, ପ୍ରମୋଦ କୁମାର ଦୁବେ, ମହେଶ ଅଗ୍ରଓ୍ବାଲ ପ୍ରମୁଖ ମାମଲା ଲଢ଼ୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri