ଟ୍ରାଜେଡି କିଙ୍ଗ ଅସୁସ୍ଥ: ସୁସ୍ଥତା କାମନା କରିବାକୁ ସ୍ତ୍ରୀଙ୍କ ନିବେଦନ

ବଲିଉଡର ଟ୍ରାଜେଡି କିଙ୍ଗ ତଥା ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସ୍ବସ୍ଥ୍ୟାବସ୍ଥା ପୁଣି ବିଗିଡିଯାଇଛି। ଏନେଇ ତାଙ୍କ ସ୍ତ୍ରୀ ସାୟରା ବାନୋ କହିଛନ୍ତି, ଗତ କିଛି ବର୍ଷ ହେଲା ଦିଲୀପଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ। ସେ ଭଲ ଭାବେ ଚଲାବୁଲା ମଧ୍ୟ କରିପାରୁ ନାହାନ୍ତି। ସେ ବେଶ ଦୁର୍ବଳ ହୋଇପଡିଛନ୍ତି । ତାଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଇଛି। ଦିଲୀପଙ୍କ ସୁସ୍ଥତା କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ସାୟରା। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଦିଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ବହୁଥର ବିଗିଡିଛି। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସାୟରା ବାନୋ ସ୍ବାମୀଙ୍କ ଦେଖାଶୁଣା କରୁଛନ୍ତି। ନିକଟରେ ଦିଲୀପ କୁମାରଙ୍କ ଦୁଇ ଭାଇ କରୋନାରେ ମୃତ୍ୟୁବରଣ କରିଥିଲେ।

Share