ଦିଲ୍‌ ମେ ହୋ ତୁମ୍‌…

ମୁମ୍ବାଇ, ୧୬।୨ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରୀଙ୍କ ପରଲୋକ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଦୀପକ ନାମ ଯୋଶୀ କହିଛନ୍ତି ଯେ ବାପି ଲାହିରୀଙ୍କୁ ଏକ ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମଙ୍ଗଳବାର ଦିନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଘରେ ଚେକ୍‌ ଅପ୍‌ ପରେ ତାଙ୍କୁ ପୁଣି ହସ୍ପିଟାଲକୁ ଅଣାଯାଇଥିଲା। ଯୋଶୀ କହିଛନ୍ତି ଯେ ବାପିଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟା ରହିଥିଲା। ତେବେ ଅବଷ୍ଟ୍ରକ୍‌ଟିଭ୍‌ ସ୍ଲିପ୍‌ ଏପ୍ନିଆ (ଅବରୋଧକାରୀ ନିଦ୍ରାହୀନତା) ଯୋଗୁ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ବାପି ଲାହିଲୀ ବଙ୍ଗଳା ଏବଂ ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଗାୟକ ଥିଲେ। ସେ ତିନି ବର୍ଷ ବୟସରେ ତାବଲା ବଜାଇବା ଆରମ୍ଭ କରିଥିଲେ। ୧୪ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଗୀତ ଗାଇଥିଲେ। ସଙ୍ଗୀତ ବ୍ୟତୀତ ସେ ରାଜନୀତିରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ।  ୨୦୧୪ ଲୋକସଭା ନିର୍ବାଚନରେ ସେ ପଶ୍ଚିମବଙ୍ଗରେ ଭାଜପା ଟିକଟରେ ପ୍ରତିଦ୍ୱନ୍ଦୀତା କରିଥିଲେ।

ବାପି ଦା ନାମରେ ଜଣାଶୁଣା ଆଲୋକେଶ ଲାହିରୀ ୭୦ ଦଶକରେ ଡିସ୍କୋ ଏବଂ ରକ୍‌ ମ୍ୟୁଜିକ ସହିତ ବଲିଉଡକୁ ନୂଆ ପରିଚୟ ଦେଇଥିଲେ। ପଶ୍ଚିମବଙ୍ଗର ଜାଲପାଇଗୁଡ଼ିରେ ୨୭ ନଭେମ୍ବର ୧୯୫୨ରେ ଜନ୍ମଗ୍ରହଣ କରିଥିବା ବାପି ଲାହିରୀ ତାଙ୍କର ଭିନ୍ନ ଶୈଳୀ ଯୋଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

ସୁନା ଅଳଙ୍କାରରେ ସଜ୍ଜିତ ଜଣେ ସଂଗୀତଜ୍ଞ ଭାବରେ ବାପି ଦା ପ୍ରଶଂସକଙ୍କ ମଧ୍ୟରେ ବିଶେଷ ଭାବେ ପରିଚିତ ଥିଲେ। ବେକରେ ମୋଟା ସୁନା ଶିକୁଳି ଭଳି ଚେନ୍‌, ରିଙ୍ଗ ଏବଂ ବ୍ରେସଲେଟ ପିନ୍ଧି ସେ ବେଶ୍‌ ଗ୍ଲାମରସ୍‌ ପରିଚିତି ସୃଷ୍ଟି କରିପାରିଥିଲେ। ପ୍ରଶଂସକମାନେ ତାଙ୍କୁ ଗୋଲ୍ଡେନ ସିଙ୍ଗର ବୋଲି କହୁଥିଲେ।

ବଲିଉଡରେ ନିଜର କ୍ୟାରିଅର ଯାତ୍ରାରେ ସେ ଅନେକ ସୁପର ଡୁପର ହିଟ ଗୀତ ଗାନ କରିବା ସହିତ ବହୁ ଗୀତର ନିର୍ଦ୍ଦେଶନା ଦେଇ ଅମର ହୋଇ ଯାଇଛନ୍ତି।

୮୦ ଦଶକରେ ବାପି ଲାହିରୀ, ତାଙ୍କ ସଙ୍ଗୀତ ଏବଂ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ଡିସ୍କୋ ଡାନ୍ସର୍‌, ଶରାବୀ ଏବଂ ନମକ ହାଲ ଭଳି ସୁପରହିଟ ଚଳଚ୍ଚିତ୍ରରେ ତାଙ୍କର ଅଭୁଲା ଗୀତ ଲୋକଙ୍କୁ ଆକର୍ଷିତ କରିଥିଲା।

ତାଙ୍କର ଅତି ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ବମ୍ବେଇ ସେ ଆୟା ମେରା ଦୋସ୍ତ – ଆପ କି ଖାତିର (୧୯୭୭), ଦେଖା ହୈ ମେନେ ତୁଝ୍‌କୋ ଫିର – ୱାର୍ଦତ୍‌ (୧୯୮୧), ରାତ୍‌ ବାକି ବାତ୍‌ ବାକି- ନମକ୍‌ ହଲାଲ୍‌ (୧୯୮୨), କୋଇ ୟାହାଁ ୟାହାଁ ନାଚେ ନାଚ – ଡିସ୍କୋ ଡ୍ୟାନ୍ସର (୧୯୮୨), ୟାଦ୍‌ ଆ ରହା ହୈ – ଡିସ୍କୋ ଡ୍ୟାନ୍ସର (୧୯୮୨), ଜୀନା ଭୀ କ୍ୟା ହୈ ଜୀନା – କସମ ପୈଦା କରନେ ୱାଲେ କି (୧୯୮୪), ୟାର ବିନା ଚୈନ୍‌ କାହାଁ ରେ – ସାହେବ (୧୯୮୫), ଦିଲ ମେଁ ହୋ ତୁମ – ସତ୍ୟମେବ ଜୟତେ (୧୯୮୭), ତମା ତମା ଲୋଗେ – ଥାନେଦାର (୧୯୯୦), ଓହ ଲା ଲା – ଦାର୍ଟି ପିକଚର (୨୦୧୨), ତୁନେ ମାରି ଏଣ୍ଟ୍ରିୟାଁ – ଗୁଣ୍ଡେ (୨୦୧୪), ତମା ତମା ଏଗେନ୍‌ – ବଦ୍ରିନାଥ କି ଦୁଲହାନିଆ (୨୦୧୭) ଆଦି ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri