ଡିଜିଟାଇଜେଶନ ହୋଇପାରୁନି ପାକ୍ସ

କଟକ ଅଫିସ, ୨।୧୦: କୃଷକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟରେ କୋ-ଅପରେଟିଭ ସୋସାଇଟି କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ମୋଟ୍‌ ୨୭୧୦ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ରହିଛି। ହେଲେ ବିଭିନ୍ନ ସମୟରେ ପାକ୍ସଗୁଡ଼ିକରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। କେଉଁଠି ଭୂତଚାଷୀଙ୍କ ନଁାରେ କୃଷିଋଣ ଉଠାଣ ହେଉଛି ତ, କେତେବେଳେ ଶିଳ୍ପପତି ମିଛ ଚାଷୀ ପରିଚୟପତ୍ର ଦେଇ କୃଷିଋଣ ଉଠାଇ ଲାଭବାନ୍‌ ହେଉଥିବା ଖବର ମିଳୁଛି। ତେଣୁ ଏହିସବୁ ଦୁର୍ନୀତିକୁ ରୋକିବା ସହ ପାକ୍ସଗୁଡ଼ିକର କାର୍ଯ୍ୟକୁ ସରଳୀକରଣ କରିବା ଲକ୍ଷ୍ୟରେ ସରକାର ୨୦୧୭ରେ କମ୍ପ୍ୟୁଟରୀକରଣ କରିବା ଆରମ୍ଭ କରିଛନ୍ତି। ଏପରି କି ୨୦୨୨ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସମସ୍ତ ପାକ୍ସକୁ ଡିଜିଟାଇଜେଶନ କରିବାକୁ ଲକ୍ଷ୍ୟ ରହିଥିଲା। ହେଲେ ରାଜ୍ୟରେ ଏଯାବତ୍‌ ୧୦%ରୁ କମ୍‌ ପାକ୍ସ କମ୍ପ୍ୟୁଟରୀକରଣ କରାଯାଇଥିତ୍ବା ଅନୁସନ୍ଧାନରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଅଧିକାଂଶ ପାକ୍ସରେ କୃଷକଙ୍କ ପରିବର୍ତ୍ତେ ରାଜନୈତିକ ନେତା ଓ କର୍ମୀମାନେ ସଦସ୍ୟ ରହୁଛନ୍ତି। ତେଣୁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବା ଭୟରେ ସମବାୟ ସମିତିଗୁଡିକୁ କମ୍ପ୍ୟୁଟରୀକରଣ କରାଯାଇପାରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି। ଏବେ ସମସ୍ତ ସିଡ୍ୟୁଲ ବ୍ୟାଙ୍କ ଓ ଅଣସିଡ୍ୟୁଲ ବ୍ୟାଙ୍କଗୁଡ଼ିକ କମ୍ପ୍ୟୁଟରୀକରଣ ହୋଇଥିବାରୁ ହିତାଧିକାରୀମାନେ ସମସ୍ତ ସୁବିଧା ପାଇପାରୁଛନ୍ତି। ହେଲେ ପ୍ୟାକ୍ସଗୁଡିକ କମ୍ପ୍ୟୁଟରୀକରଣ ହୋଇ ନ ପାରିବାରୁ କୃଷକମାନେ କେବଳ ନିଜ ଅଞ୍ଚଳର ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଣ ବ୍ୟତୀତ ଅନ୍ୟ ଅଞ୍ଚଳରେ ଦରକାରବେଳେ ସମ୍ପୃକ୍ତ ବ୍ୟାଙ୍କରୁ ଟଙ୍କା ଉଠାଣର ସୁଯୋଗ ପାଇପାରୁ ନାହାନ୍ତି। ରାଜ୍ୟର ସମସ୍ତ ୨୭୧୦ କାର୍ଯ୍ୟକ୍ଷମ ପାକ୍ସକୁ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା କମ୍ପ୍ୟୁଟରୀକରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ ଏପର୍ଯ୍ୟନ୍ତ ୨୦ ପ୍ରତିଶତ ପାକ୍ସରେ ମଧ୍ୟ କମ୍ପ୍ୟୁଟର ସଂଯୋଗୀକରଣ କାର୍ଯ୍ୟାରମ୍ଭ ହୋଇପାରି ନ ଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଅବିଭକ୍ତ କଟକ ଜିଲାରେ ୪୬୮ ପାକ୍ସ ରହିଥିବାବେଳେ ସେଥିରୁ ଯୋଜନା ଆରମ୍ଭର ୫ବର୍ଷ ମଧ୍ୟରେ ମାତ୍ର ୨୯ଟିରେ କମ୍ପ୍ୟୁଟରୀକରଣ ହୋଇଛି। ସେହିପରି ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୧୦ଟି ପାକ୍ସରେ କମ୍ପ୍ୟୁଟରୀକରଣ ହୋଇଥିବା ସୂଚନା ରହିଥିଲେ ହେଁ ସମ୍ପୃକ୍ତ ପାକ୍ସଗୁଡିକ ପୂର୍ଣ୍ଣାଙ୍ଗ କମ୍ପ୍ୟୁଟରୀକରଣ ହୋଇ ନ ଥିବା ଜଣାଯାଇଛି। ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସମସ୍ତ ପାକ୍ସକୁ କମ୍ପ୍ୟୁଟରୀକରଣ କରାଯିବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଖୁବ୍‌ ଶୀଘ୍ର କମ୍ପ୍ୟୁଟରୀକରଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମିଛ ଚାଷୀ ନାଁରେ କୃଷି ଋଣ ପ୍ରଦାନ ହେଉଥିବା ତଥ୍ୟ ଲୋକଲୋଚନକୁ ଆସିବା ଭୟରେ କମ୍ପ୍ୟୁଟରୀକରଣ କରାଯାଉ ନ ଥିବା କଥାକୁ ଅସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ସମବାୟ ମହାନିବନ୍ଧକ ଉଦ୍ଧବ ଚନ୍ଦ୍ର ମାଝୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ସୁଦ୍ଧା ସମସ୍ତ ପାକ୍ସରେ କମ୍ପ୍ୟୁଟରୀକରଣ କରାଯିବା ଲକ୍ଷ୍ୟ ରହିଥିଲା। ହେଲେ କେତେକ ପାକ୍ସରେ କର୍ମଚାରୀ ଅଭାବ ସମସ୍ୟା ରହିଥିବାରୁ ଡିଜିଟାଇଜେଶନ ପ୍ରକ୍ରିୟା ବିଳମ୍ବ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri