Posted inUncategorized

ଡିଜିଟାଲ ଅଧିକାର

ମାଗ୍ରେଥ ଭେଷ୍ଟାଗର୍‌

ବ୍ୟବସାୟ, ପଢ଼ା, କିଣାବିକା, ସମ୍ପର୍କ ରକ୍ଷା କରିବା, ସାଥୀ ପାଇବା କିମ୍ବା ପରିବାର ଓ ବନ୍ଧୁଙ୍କୁ ସାହାଯ୍ୟ ଯୋଗାଇବା କ୍ଷେତ୍ରରେ ଇଣ୍ଟର୍‌ନେଟର ଗୁରୁତ୍ୱ ଦର୍ଶାଇବାକୁ ମହାମାରୀର ଆବଶ୍ୟକତା ନ ଥିଲା। ମହାମାରୀ ପୂର୍ବରୁ ଇଣ୍ଟର୍‌ନେଟ ସହ ଆମେ ଅଭ୍ୟସ୍ତ ଥିଲୁ। କିନ୍ତୁ ମହାମାରୀ ଆମକୁ କେବଳ ଏତିକି ସ୍ମରଣ କରିଦେଲା ଯେ, ଅନ୍‌ଲାଇନ ବ୍ୟବହାରରେ ବିକାଶ ପାଇଁ ଆମେ କାମ କରିବା ଦରକାର। ଏଣୁ ଏହାର ଗୁରୁତ୍ୱ ବୁଝି ଏହା ଉପରେ କାମ କରିବାକୁ ହେବ। ଆମେ ଡିଜିଟାଲ ବିଶ୍ୱର ପରିଚାଳନା କିପରି କରିବା ତାହା ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ପ୍ରଥମ କରି ଡିଜିଟାଲ ବିଶ୍ୱ ମୁହଁା ହେଉଛନ୍ତି ସେମାନେ ଜାଣିିବା ଦରକାର ଡିଜିଟାଲ ବିଶ୍ୱରୁ ଆମେ କ’ଣ ହାସଲ କରିବାକୁ ଚାହଁୁ । ଏହା ଜାଣିଲେ ଡିଜିଟାଲ ବିଶ୍ୱ ପରିଚାଳନାରେ ସହାୟକ ହୋଇପାରିବ। ଦୃଷ୍ଟାନ୍ତସ୍ବରୂପ, ଆମେ ଚାହଁୁ ଲୋକମାନେ କେମିତି ଶସ୍ତାରେ ନେଟ୍‌ଓ୍ବର୍କ ଓ ପ୍ରଯୁକ୍ତି ଉପଯୋଗର କୌଶଳ ପାଆନ୍ତୁ। କେଉଁ ଡାଟା କେତେବେଳେ କାହା ସହ ଶେୟାର କରାଯିବ ତାହା ଚୟନ କରିବା ଏବଂ ଆମ ଟାବଲେଟ ଓ ଭିଡିଓର ପ୍ରବାହର କାର୍ବନ ନିର୍ଗମନ ସମ୍ପର୍କରେ ଜଣାଇବାକୁ ଚାହଁୁ। ଅପ୍‌ଲାଇନରେ ଯେଭଳି ସୁରକ୍ଷିତ ରହିଛୁ ଅନ୍‌ଲାଇନ୍‌ରେ ତା’ଠାରୁ ବେଶି ସୁରକ୍ଷିତ ରହିବାକୁ ଚାହଁୁ।
ୟୁରୋପ ଏବଂ ଅବଶିଷ୍ଟ ବିଶ୍ୱର ସମସ୍ତେ ଏସବୁ ମୌଳିକ ସିଦ୍ଧାନ୍ତ ଉପରେ ଭରସା କରିବା ଉଚିତ। ପ୍ରତ୍ୟେକେ ଜାଣିବା ଆବଶ୍ୟକ ଯେ, ଏହି ଅଧିକାରଗୁଡ଼ିକ ରହିଛି ଏବଂ ଏହା ବଳରେ ଡିଜିଟାଲ କ୍ଷତିରୁ ସୁରକ୍ଷିତ ରହିହେବ। ୟୁରୋପିଆନ କମିଶନ ଡିଜିଟାଲ ଅଧିକାର ଏବଂ ସିଦ୍ଧାନ୍ତ ଗୁଡ଼ିକର ଏକ ସାଧାରଣ ଢାଞ୍ଚା ସ୍ଥିର କରି ଏହାକୁ ପ୍ରୋତ୍ସାହିତ କରୁ ବୋଲି ୟୁରୋପୀୟ ସରକାରଗୁଡ଼ିକ ଏବଂ ୟୁରୋପିଆନ ପାର୍ଲାମେଣ୍ଟ ସଦସ୍ୟମାନଙ୍କ ସମେତ ୟୁରୋପୀୟ ସଂଘ(ଇୟୁ) ଅନ୍ତର୍ଗତ ସମସ୍ତ ୨୭ଟି ଦେଶର ୮୨ ପ୍ରତିଶତ ଲୋକ ଚାହାନ୍ତି। ଗତ ମାସରେ କମିଶନଙ୍କ ଡିଜିଟାଲ ଅଧିକାର ଏବଂ ସିଦ୍ଧାନ୍ତଗୁଡ଼ିକର ପ୍ରସ୍ତାବିତ ଘୋଷଣାପତ୍ର ପ୍ରକାଶ ପାଇଥିଲା। ଏହା ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି। ଡିଜିଟାଲ ସିଦ୍ଧାନ୍ତଗୁଡ଼ିକ ମାନବ କୈନ୍ଦ୍ରିକ ହେବା ଉଚିତ ଏବଂ କେହି ଯେମିତି ପଛରେ ରହି ନ ଯାଆନ୍ତି ତାହାକୁ ଲକ୍ଷ୍ୟ କରି ଏହାକୁ ଡିଜାଇନ କରାଯାଇଛି। ଯେଉଁ ସମୟରେ ଡିଜିଟାଲ ପ୍ରଯୁକ୍ତି ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ ସମୟରେ ଆମେ ସୁରକ୍ଷିତ ଉପକରଣ ଚାହଁୁ, ଯାହା ସମସ୍ତଙ୍କ ପାଇଁ କାମ କରିବ ଓ ଆମ ଅଧିକାରକୁ ଗୁରୁତ୍ୱ ଦେବ।
ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଅଧିକାର ଓ ସିଦ୍ଧାନ୍ତଗୁଡ଼ିକୁ ୬ଟି ଅଧ୍ୟାୟ ବା ଭାଗରେ ବର୍ଗୀକୃତ କରାଯାଇଛି। ପ୍ରଥମରେ, ଡିଜିଟାଲ ପରିବର୍ତ୍ତନ ଧାରାରେ ଲୋକମାନଙ୍କ ସେବା କରିବା ପ୍ରଯୁକ୍ତିର ମହତ ଲକ୍ଷ୍ୟ ହେବା ଉଚିତ। ଆମେ ସୁରକ୍ଷିତ ଏବଂ ଆମ ମୌଳିକ ଅଧିକାରଗୁଡ଼ିକର ସମ୍ମାନ ରହିବ ବୋଲି ଜାଣିବା ପରେ ହିଁ ଆମ ଆକାଂକ୍ଷାକୁ ଆଗକୁ ବଢ଼ାଇବା ପାଇଁ ସକ୍ଷମ ହୋଇପାରିବା। ଦ୍ୱିତୀୟତଃ,ସାମାଜିକ ଏକତା। ଡିଜିଟାଲ ବିଶ୍ୱରୁ ଲାଭ ପାଇପାରିବେ ବୋଲି ସମସ୍ତେ ଅନୁଭବ କରିବା ଦରକାର। ସେଥିପାଇଁ ଆମ ପ୍ରସ୍ତାବିତ ଢାଞ୍ଚା ଡିଜିଟାଲ ଶିକ୍ଷା, ଯୋଗାଯୋଗ ଏବଂ ଡିଜିଟାଲ ପବ୍ଲିକ୍‌ ସର୍ଭିସ ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛି। ୟୁରୋପୀୟ ସଂଘର ସମସ୍ତ ଦେଶରେ ସହଜ ଓ ଶସ୍ତାରେ ଡିଜିଟାଲ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ। ତୃତୀୟ ଭାଗରେ ଚୟନର ସ୍ବାଧୀନତାକ୍‌ୁ ଗୁରୁତ୍ୱ ଦିଆଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତିଗୁଡ଼ିକ ଲୋକଙ୍କ ନିଷ୍ପତ୍ତିର ପୂର୍ବ ନିର୍ଦ୍ଧାରଣ କରିବା ଉଚିତ ନୁହେଁ ବୋଲି ଏଥିରେ ଦର୍ଶାଯାଇଛି। ସମସ୍ୟା ସମାଧାନ କରିବାର ନିୟମଗୁଡ଼ିକ ସ୍ବଚ୍ଛ ହେବା ଦରକାର ଏବଂ ଡାଟା ସାମ୍ପଲ ଯଥା ସମ୍ଭବ ନିଷ୍ପକ୍ଷ ହେବା ଉଚିତ। କେବଳ ଆମ ଅଧିକାର ଓ ବ୍ୟକ୍ତଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ଏହିସବୁ ସିଦ୍ଧାନ୍ତ ଦରକାର ତାହା ନୁହେଁ, ବରଂ ଆମ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ମଧ୍ୟ ଏହା ଆବଶ୍ୟକ।
ଚତୁର୍ଥରେ, ଡିଜିଟାଲ ସାର୍ବଜନୀନ କ୍ଷେତ୍ରରେ ଆମକୁ ବ୍ୟାପକ ଭାଗୀଦାରି ନିଶ୍ଚିତ କରିବାକୁ ହେବ। ବାକ୍‌ ସ୍ବାଧୀନତାର ସୁରକ୍ଷା ହେଉ ଅବା ଅବୈଧ ବିଷୟ କିମ୍ବା ଭୁଲ୍‌ତଥ୍ୟ ରୋକିବାକୁ ପଦକ୍ଷେପ ନେଲେ ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ଦର୍ଶାଯାଇଛି। ଗଣତାନ୍ତ୍ରିକ ବିତର୍କକୁ ପ୍ରୋତ୍ସାହିତ କରିବା ଲାଗି ସମସ୍ତଙ୍କ ପାଇଁ ଉପଯୋଗୀ ଅନ୍‌ଲାଇନ ପରିବେଶ ଦରକାର। ବିଭାଜନ ଏବଂ ଧ୍ରୁବୀକରଣକୁ ପ୍ରୋତ୍ସାହିତ କରି ଏହା ହାସଲ କରିବାକୁ ଚାହଁୁନାହଁୁ ବୋଲି ଉଲ୍ଲେଖ କରାଯାଇଛି। ଏହା ସହ ଲୋକମାନେ ଜାଣିଥିତ୍ବା ଭାଷାରେ ତଥ୍ୟର ବିଭିନ୍ନ ଉତ୍ସ ପାଇବା ଉଚିତ। ପଞ୍ଚମରେ ସୁରକ୍ଷା ଓ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ବ୍ୟକ୍ତି ସାଇବର ଆଟାକ୍‌ରୁ ସୁରକ୍ଷିତ ରହିବା ଲାଗି ଡିଜିଟାଲ ପ୍ରଯୁକ୍ତି, ଉପତ୍ାଦ ଏବଂ ସେବା ପାଇବା ଆବଶ୍ୟକ। ୟୁଜର୍‌ଙ୍କ ଗୋପନୀୟତା ରକ୍ଷା ପାଇଁ ଏଗୁଡ଼ିକର ଡିଜାଇନ ହେବା ଆବଶ୍ୟକ। ବିଶେଷକରି ଇଣ୍ଟର୍‌ନେଟ ଦ୍ୱାରା ହେଉଥିବା ଅପରାଧରୁ ପିଲାମାନଙ୍କୁ ରକ୍ଷା କରିବା ଦରକାର। ଶେଷ ତଥା ଷଷ୍ଠ ଅଧ୍ୟାୟ ପରିବେଶଗତ ସମନ୍ବୟ ରକ୍ଷା କରିବା ଲାଗି ପ୍ରାକୃତିକ ସଂସାଧନର କ୍ଷୟ ରୋକିିବା ଉପରେ ପ୍ରାଥମିକତା ଦିଆଯାଇଛି। ପ୍ରଯୁକ୍ତିର କ’ଣ ପରିବେଶଗତ ପ୍ରଭାବ ରହିଛି ସେ ସମ୍ପର୍କିିତ ତଥ୍ୟ ୟୁଜରମାନେ ପାଇବା ଦରକାର। ଜଳବାୟୁ ଲକ୍ଷ୍ୟ ହାସଲ କରିବା ଭଳି ପ୍ରଯୁକ୍ତି ବିକାଶ କରିବା ସହ ତାହାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଭାଗ୍ୟବଶତଃ, କାର୍ବନ ନିର୍ଗମନ ହ୍ରାସ ପାଇଁ ଡିଜିଟାଲ ପ୍ରଯୁକ୍ତିଗୁଡ଼ିକର ଯଥେଷ୍ଟ କ୍ଷମତା ରହିଛି ଏବଂ ଏହା ଆମକୁ ସାହାଯ୍ୟ କରିବ। ନୂତନ ବିଜ୍‌ନେସ ମଡେଲ, ଅଧିକ ପ୍ରଭାବୀ ସେବା ,ଉତ୍ତମ ପରିଚାଳନା ଦ୍ୱାରା ଏହା ସମ୍ଭବ ହୋଇପାରିବ।
ସଂକ୍ଷେପରେ କହିବାକୁ ଗଲେ ୟୁରୋପୀୟଙ୍କ ଦୈନନ୍ଦିନ ଜୀବନରେ ଡିଜିଟାଲ ପ୍ରଯୁକ୍ତିର ଗୁରୁତ୍ୱକୁ ପ୍ରସ୍ତାବିତ ଘୋଷଣାପତ୍ର ଉପସ୍ଥାପନ କରିଛି। ସଶକ୍ତୀକରଣ, ଭାଗୀଦାରି, ତଥ୍ୟ ଉପଲବ୍ଧତା, ସଂସାଧନର ଉପଯୋଗ ଏବଂ ସୁରକ୍ଷା ଦିଗରେ ଏହାର ମହତ୍ତ୍ୱ ରହିଛି। ଲୋକଙ୍କୁ ବିଭାଜିତ କରିବା ପରିବର୍ତ୍ତେ ଯୋଡିବା ଭଳି ପ୍ରଯୁକ୍ତିର ଉପଯୋଗରେ ଏହା ସମ୍ଭବ ହେବ ବୋଲି ପ୍ରକାଶ କରିଛି। ଏସବୁ ଅଧିକାର ଓ ସିଦ୍ଧାନ୍ତର ସଞ୍ଚାଳନ କରି ଡିଜିଟାଲ ପରିବର୍ତ୍ତନ ପାଇଁ ଏକ ସ୍ପଷ୍ଟ ନିର୍ଦ୍ଦେଶ ଏବଂ ନକ୍ସା ଉପସ୍ଥାପନ କରାଯାଇଛି। ନୂଆ ପ୍ରଯୁକ୍ତିରେ କାମ କରୁଥିବା ବିଜ୍‌ନେସ୍‌ ଏବଂ ନୂଆ ଯୋଜନା ବିକାଶ କରୁଥିବା ନୀତିନିର୍ଦ୍ଧାରକଙ୍କ ପାଇଁ ଏହା ହିଁ ପ୍ରଥମ ସୋପାନ। ଡିଜିଟାଲ ସିଦ୍ଧାନ୍ତଗୁଡ଼ିକ ସହ ଆମେ ମଧ୍ୟ ଏକ ୟୁରୋପୀୟ ମାନକ ସ୍ଥିର କରିଛୁ। ଡାଟା ସୁରକ୍ଷା ଓ ଉପଭୋକ୍ତା ଅଧିକାର କ୍ଷେତ୍ରରେ ଆମେ ଯାହା କରିଥିତ୍ଲୁ ସେଭଳି ସମାନ ଦୃଷ୍ଟିକୋଣକୁ ଉକ୍ତ ମାନକ ସାରା ବିଶ୍ୱରେ ପ୍ରଚାର କରିବ ବୋଲି ଆଶାକରୁଛୁ।
ୟୁରୋପୀୟ ପାର୍ଲାମେଣ୍ଟର ପ୍ରେସିଡେଣ୍ଟମାନେ, ୟୁରୋପିଆନ କାଉନ୍‌ସିଲ ଏବଂ ୟୁରୋପିଆନ କମିଶନଙ୍କ ଦ୍ୱାରା ଉକ୍ତ ଘୋଷଣାପତ୍ର ସ୍ବାକ୍ଷରିତ ହେବ ବୋଲି ଆମେ ଆଶାକରୁ। ଇୟୁର ୨୦୩୦ ଡିଜିଟାଲ ଲକ୍ଷ୍ୟର ଅଗ୍ରଗତିକୁ ନେଇ ଆୟୋଜିତ ବାର୍ଷିକ ସମୀକ୍ଷାରେ ଏହାକୁ ସାମିଲ କରିବା ସକାଶେ ବିଚାର କରାଯାଉଛି। ଏହା ସହ ଆମେ ପ୍ରତିବର୍ଷ ଡିଜିଟାଲ ପ୍ରଯୁକ୍ତିକୁ ନେଇ ୟୁରୋପୀୟମାନଙ୍କର ରହିଥିବା ସମସ୍ୟା ଉପରେ ସେମାନଙ୍କ ସହ ପରାମର୍ଶ କରିବୁ। ତେବେ କିଛି ମାସ ପୂର୍ବରୁ ୟୁରୋପୀୟଙ୍କ ଉପରେ ଏକ ସର୍ଭେ କରାଯାଇଥିତ୍ଲା। ପ୍ରତି ୧୦ଜଣରେ ୮ ଜଣ କହିଥିଲେ ଯେ, ଡିଜିଟାଲ ଉପକରଣ ଯେତିକି ଉପକାର କରିବ ସେତିକି କ୍ଷତି ପହଞ୍ଚାଇବ। ଏଥିରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତ ସେମାନଙ୍କ ମୌଳିକ ଅଧିକାରଗୁଡ଼ିକ ସମ୍ପର୍କରେ ସଚେତନ ନ ଥିଲେ। ଲୋକଙ୍କ ସହ ପରାମର୍ଶ କରିବା ପରେ ଆମେ ଚିନ୍ତାରେ ପଡ଼ିଯାଇଛୁ। ସମାଜକୁ ଅଧିତ୍କ ଡିଜିଟାଇଜେଶନ କରିବାକୁ ହେଲେ ଆମକୁ ସଚେତନତା ବଢ଼ାଇବାକୁ ପଡ଼ିବ ଏବଂ ଅନ୍‌ଲାଇନ ଅଧିକାରଗୁଡ଼ିକୁ ନିଶ୍ଚିତ କରିବାକୁ ହେବ।

ଏକ୍‌ଜିକ୍ୟୁଟିଭ୍‌ ଭାଇସ ପ୍ରେସିଡେଣ୍ଟ, ୟୁରୋପିଆନ କମିଶନ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri