ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ : ପ୍ରଥମେ ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗାଲୁରୁ-ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧।୧୨ : ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ର ଏକ ଟ୍ରାଏଲ ରନ ଆରମ୍ଭ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ ଅନୁସାରେ ଏଥିପାଇଁ ୮ ଟି ବ୍ୟାଙ୍କ ଚୟନ କରାଯାଇଛି।

କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ଏବଂ ଆଇଡିଏଫସି ବ୍ୟାଙ୍କ ସହିତ ପରୀକ୍ଷା ମୂଳରେ ଭାବେ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ ଆରମ୍ଭ ହୋଇଛି। ପରେ ବ୍ୟାଙ୍କ ଅଫ ବରୋଦା, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ୟୁନିଅନ ବ୍ୟାଙ୍କ ଏହା ଆରମ୍ଭ ହେବ। ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ ପ୍ରଥମେ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଆଦି ୪ ସହରରେ ଆରମ୍ଭ ହୋଇଛି।

 

ପରେ ଏହାକୁ ଅହମଦାବାଦ, ଗାଙ୍ଗଟୋକ, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଏବଂ ଶିମଲା ପର୍ଯ୍ୟନ୍ତ ବିସ୍ତାର କରାଯିବ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ଦିଆଯାଇଥିବା ୧୦୦, ୨୦୦ ଟଙ୍କା ନୋଟ ଏବଂ ମୁଦ୍ରା ବ୍ୟବହାର କରାଯାଇଛି। ଏହାର ଡିଜିଟାଲ ଫର୍ମକୁ ଡିଜିଟାଲ ଟଙ୍କା କୁହାଯିବ। ବୈଷୟିକ ଭାଷାରେ ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ମଧ୍ୟ କୁହାଯାଇପାରେ। ଏହା ଟଙ୍କାର ଇଲେକ୍ଟ୍ରୋନିକ ଫର୍ମ ର୍‌, ଯାହାକୁ ସ୍ପର୍ଶ ନକରି ବ୍ୟବହାର କରିହେବ। ଅର୍ଥାତ୍‌ ଏହା ଯୋଗାଯୋଗ ବିହୀନ କାରବାର।

ସରକାର ୨୦୨୨ବଜେଟରେ ଏହା ଘୋଷଣା କରିଥିଲେ। ଆରବିଆଇ କହିଛି, ଇଲେକ୍ଟ୍ରୋନିକ ଟଙ୍କା ଏକ ଡିଜିଟାଲ ଟୋକନ ଆକାରରେ ହେବ ଯାହା ଏକ ଆଇନଗତ ଟେଣ୍ଡରର ପ୍ରତିନିଧିତ୍ୱ କରିବ। ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ ଟଙ୍କା ବଣ୍ଟନ କରାଯିବ ଏବଂ ପାଇଲଟ ପରୀକ୍ଷାରେ ଭାଗ ନେଉଥିବା ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ଡିଜିଟାଲ ୱାଲେଟ ମାଧ୍ୟମରେ ଉପଭୋକ୍ତାମାନେ ଇ-ଟଙ୍କାରେ କାରବାର କରିପାରିବେ। ଏହି କାରବାରଗୁଡ଼ିକ ଉଭୟ ପି୨ପି( ପିଟୁପି) ଏବଂ ପି୨ଏମ(ପିଟୁଏମ୍‌) କରାଯାଇପାରିବ। ଆରବିଆଇ କହିଛି ଯେ ଏହି ଡିଜିଟାଲ ଟଙ୍କାରେ ପାରମ୍ପାରିକ ନଗଦ ମୁଦ୍ରା ପରି ଧାରକଙ୍କୁ ବିଶ୍ୱାସ, ସୁରକ୍ଷା ଏବଂ ଚୂଡ଼ାନ୍ତ ସମାଧାନର ସୁବିଧା ଦିଆଯିବ। ଆରବିଆଇ କହିଛି ଯେ ନଗଦ ଟଙ୍କା ଭଳି ଡିଜିଟାଲ ଟଙ୍କା ଧାରକ କୌଣସି ପ୍ରକାର ସୁଧ ପାଇବେ ନାହିଁ ଏବଂ ଏହାକୁ ବ୍ୟାଙ୍କରେ ଜମା ପାଇଁ ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri