Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ ସହଯୋଗୀ କମ୍ପାନୀ ରିଲାଏନ୍‌ସ ଡିଜିଟାଲ୍‌ ପକ୍ଷରୁ ଚଳିତ ନବ ବର୍ଷ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ ସେଲ୍‌ ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ ତା’ର ଗ୍ରାହକଙ୍କର ଟେକ୍‌ ଉପତ୍ାଦକୁ ଅପଗ୍ରେଡ୍‌ କରିବାର ଏକ ନୂତନ ସୁଯୋଗ ନେଇ ଆସିଛି।

ବିଶେଷକରି ଗ୍ରାହକ ଇଲେକ୍‌ଟ୍ରୋନିକ୍‌ସ ଉତ୍ପାଦ ଉପରେ ଅତୁଳନୀୟ ଅଫର ଓ ରିହାତି ଲାଭ କରନ୍ତୁ ଏବଂ କେବଳ ଏତିକି ନୁହେଁ, ଦେଶରେ ପ୍ରଚଳିତ ସମସ୍ତ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ଼ରେ ୨୦,୦୦୦ଟଙ୍କା ପର୍ଯ୍ୟନ୍ତ ଇନ୍‌ଷ୍ଟାଟ ଡିସ୍‌କାଉଣ୍ଟ ସୁବିଧାକୁ କେବଳ ରିଲାଏନ୍‌ସ ଡିଜିଟାଲ, ମାଇଁ ଜିଓ ଷ୍ଟୋରରେ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଉପଭୋଗ କରନ୍ତୁ। ସେହିଭଳି ଚଳିତ ବର୍ଷର ଡିଜିଟାଲ୍‌ ଇଣ୍ଡିଆ ସେଲ୍‌ ଅନୁଭୂତି ଆହୁରି ଅଧିକ ରିୱାର୍ଡିଂ ପ୍ରଦାନ ସହ ଏଥିରେ ସହଜିଆ ଫାଇନାନ୍ସିଂ ଓ ଇଏମ୍‌ଇଆଇର ବିକଳ୍ପ ସୁବିଧା ରହିଛି। ଅପରପକ୍ଷରେ ଉକ୍ତ ଅଫରଗୁଡ଼ିକ ବ୍ୟତୀତ ରିଲାଏନ୍‌ସ ଡିଜିଟାଲର ସମସ୍ତ ଇଲେକ୍‌ଟ୍ରୋନିକ୍‌ସ ବର୍ଗ ଯଥା ଟିଭି, ସ୍ମାର୍ଟଫୋନ୍‌, ଲାପଟପ୍‌, ରେଫ୍ରିଜରେଟର, ଅଡିଓ ଡିଭାଇସ୍‌, ସ୍ମଲ୍‌ ଡୋମେଷ୍ଟିକ୍‌ ଡିଭାଇସ୍‌ ଓ ଆହୁରି ଅନେକ ଉପରେ ଆକର୍ଷଣୀୟ ଅଫର ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି।

 

Share