ଡିଜିଟାଲ କ୍ୟାମ୍ପେନିଂରେ ବଢୁଛି ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର,୧୭।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ରାଜ୍ୟବ୍ୟାପୀ କଡ଼ା ଟକ୍କର ଦେଖିବାକୁ ମିଳୁଛି। କେବଳ ନିର୍ବାଚନମଣ୍ଡଳୀ ଭିତରେ କିମ୍ବା ପ୍ରଚାର ମଇଦାନରେ ଉଭୟ ଦଳଙ୍କ ମଧ୍ୟରେ ସମାଲୋଚନା, ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏହି ଲଢ଼େଇ ସୀମିତ ନାହିଁ। ଏଥର ନିର୍ବାଚନରେ ଅଧିକ ଚର୍ଚ୍ଚାର ମାଧ୍ୟମ ପାଲଟିଛି ଡିଜିଟାଲ କ୍ୟାମ୍ପେନିଂ। ଏହାରି ମାଧ୍ୟମରେ ବିଜେଡି ଓ ଭାଜପା ନେତାମାନେ ପରସ୍ପର ପ୍ରତି ସମାଲୋଚନା କରିବାର ସୀମା ଲଙ୍ଘିସାରିଲେଣି। ମିଳିଥିବା ସୂଚନା ମୁତାବକ, ଡିଜିଟାଲ କ୍ୟାମ୍ପେନିଂ ପାଇଁ ଉଭୟ ଦଳ ରାଜ୍ୟ ବାହାରୁ ବଡ଼ ବଡ଼ କମ୍ପାନୀଙ୍କୁ ଅନେକ ଶହ କୋଟି ଟଙ୍କା ଦେଇଛନ୍ତି। ବିଜେଡି ଏବଂ ଭାଜପା ଯେଉଁ ଦୁଇଟି କମ୍ପାନୀଙ୍କୁ ନିଜର ଡିଜିଟାଲ କ୍ୟାମ୍ପେନ ଦାୟିତ୍ୱ ଦେଇଛନ୍ତି, ଭିନ୍ନ ସ୍ଥାନରେ ଉଭୟ କମ୍ପାନୀ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟତଃ ଏବେ ସାମାଜିକ ଗଣମାଧ୍ୟମ ଯେପରିକି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଏବଂ ଏକ୍ସରେ ଭିନ୍ନ ଭିନ୍ନ ଆକାଉଣ୍ଟ ଜରିଆରେ କେତେକ ନୂଆ ପୋଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ ତ ଆଉ କେତେବେଳେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଅବିକଳ ଚିତ୍ର ଭଳି କାର୍ଟୁନ ପ୍ରସ୍ତୁତକରି ସେମାନଙ୍କ ବିରୋଧରେ କ୍ୟାମ୍ପେନ କରାଯାଉଛି। ନଜରକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି, ବିଜେଡି ନେତା ପାଣ୍ଡିଆନ୍‌ଙ୍କ ଏକ କାର୍ଟୁନ ସମ୍ବଳିତ ଭିଡିଓ ପ୍ରସ୍ତୁତ କରାଯାଇଛି। ସେହି ଭିଡିଓରେ ପାଣ୍ଡିଆନ୍‌ଙ୍କ ନକଲର ଏକ କାର୍ଟୁନ ହେଲିକପ୍ଟରରେ ଉଡ଼ି ଆସି ଶ୍ରୀମନ୍ଦିର ଭିତରେ ପଶୁଛି। ଆଉ ରତ୍ନଭଣ୍ଡାରର ସୁନାଗହଣା ଆଣି ଏକ ଗାଡ଼ିରେ ରଖି ନେଇପଳାଉଛି। ସେହି ଗାଡ଼ିରେ କରପସନ୍‌ ଗାଡ଼ି ବୋଲି ଉଲ୍ଲେଖ ଅଛି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଫଟୋ ସମ୍ବଳିତ ଭିଡିଓ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏକ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଛି। ସେଥିରେ ଭିଡିଓ ଜରିଆରେ ଜଣେ ଧର୍ମେନ୍ଦ୍ରଙ୍କ ବିରୋଧରେ କହୁଛନ୍ତି, ଇଏ ସେହି କେନ୍ଦ୍ରମନ୍ତ୍ରୀ ଯିଏ ନିଜ ବାପାଙ୍କୁ ଘରେ ତାଲା ପକାଇ ରାଜନୀତିରେ ଉପରକୁ ଉଠିଛନ୍ତି। ଅନ୍ୟ ରାଜ୍ୟରୁ ରାଜ୍ୟ ସଭାକୁ ଯାଇଛନ୍ତି। ଏଭଳି ତାଙ୍କ ବିରୋଧରେ ଅନେକ କଥା ଶୁଣିବାକୁ ମିଳୁଥିବା ଉକ୍ତ ଭିଡିଓର ମଧ୍ୟ ବହୁଳ ପ୍ରଚାର ହେଉଛି। କେବଳ ଏହି ଦୁଇଟି ଭିଡିଓ ନୁହେଁ, ଏଭଳି ମାଳମାଳ ଭିଡିଓ ପରସ୍ପର ବିରୋଧରେ ପ୍ରସ୍ତୁତ କରାଯାଇ ପ୍ରଚାର ଚାଲିଛି। ସେହିପରି ଚଳିତ ନିର୍ବାଚନରେ ଉଭୟ ଦଳ ଡିଜିଟାଲ କ୍ୟାମ୍ପେନିଂ ଉପରେ ମାତ୍ରାଧିକ ନିର୍ଭରଶୀଳ ଥିବା ଭଳି ମନେହେଉଛି। ବିଜେଡି ଏବଂ ଭାଜପା ନିଜର ଇସ୍ତାହାର ସମ୍ପର୍କରେ ମଧ୍ୟ ଡିଜିଟାଲ ଦୁନିଆରେ ବ୍ୟାପକ ପ୍ରଚାର ଚଳାଇଛନ୍ତି।
ଆଉ ଏକ ନୂଆ କଥା ଦେଖିବାକୁ ମିଳିଛି, ବିଭିନ୍ନ ନେତାଙ୍କ ଚରିତ୍ରକୁ ଦର୍ଶାଇ ଛୋଟ ଛୋଟ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏକ ଭିଡିଓ ଭାଜପା ତା’ର ଆଇଡିରୁ ସିଧାସଳଖ ପ୍ରଚାର କରୁଛି ଯେଉଁଥିରେ ପାଣ୍ଡିଆନ୍‌ଙ୍କ ବେଶରେ ଜଣେ ବିଜେଡି ଯୁବବର୍ଗଙ୍କ ନିଯୁକ୍ତି ବିଷୟରେ କହୁଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ବାଡ଼ୋଉଛି ଏବଂ ସେ ତା’ପରେ କହୁଛନ୍ତି ଓଡ଼ିଶାରେ ୩୦ ଲକ୍ଷ ବେକାର ଅଛନ୍ତି। ସେହିପରି ଭୁବନେଶ୍ୱରର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଚରିତ୍ରରେ ଜଣେ ଅଭିନୟକରି ଏଥର ଭାଜପାକୁ ଭୋଟ ଦେବାକୁ କହୁଥିବା ବେଳେ ନିକଟରେ ବିଜେଡି ନେତ୍ରୀଙ୍କ ଚରିତ୍ରରେ ଅଭିନୟ କରୁଥିବା ଅନ୍ୟ ଜଣେ ମହିଳା ପୁଣି ପ୍ରତି ଆକ୍ଷେପ କରୁଛନ୍ତି। ଏ ସମ୍ପର୍କିତ ପୋଷ୍ଟଟି ‘ଆମ ଚିହ୍ନ ଶଙ୍ଖ ଚିହ୍ନ’ ଆକାଉଣ୍ଟରୁ ପୋଷ୍ଟ କରାଯାଉଛି। ସେହିପରି ଉକ୍ତ ଆକାଉଣ୍ଟରୁ ଭାଜପା ପକ୍ଷରୁ ଯେଉଁସବୁ ଗ୍ୟାରେଣ୍ଟି ଦିଆଯାଇଛି ତାକୁ କାଉଣ୍ଟର କରିବା ଭଳି ଭିନ୍ନ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଛି। ସେହିପରି ମହିଳାମାନଙ୍କୁ ଯେଉଁସବୁ ଋଣ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ତା’ର ମଧ୍ୟ ଭିଡିଓ ପ୍ରସ୍ତୁତକରି ପ୍ରଚାର ଚାଲିଛି।
ପ୍ରାର୍ଥୀମାନଙ୍କ ଡିଜିଟାଲ ପ୍ରଚାର ଲାଗି ସେମାନଙ୍କ ନିକଟରେ ବାହାର ରାଜ୍ୟରୁ ପ୍ରଶିକ୍ଷିତ ପିଲାମାନଙ୍କୁ ଦଳ ପକ୍ଷରୁ ଭାଜପା ନିଯୁକ୍ତ କରିଛି। ସେମାନେ ପ୍ରାର୍ଥୀ କେଉଁ ପ୍ରସଙ୍ଗରେ ଭାଷଣ ଦେବେ, ତାଙ୍କର କେଉଁ ଫଟୋ ପୋଷ୍ଟ ହେବ, ତାଙ୍କ ବିରୋଧରେ ଥିବା ପ୍ରାର୍ଥୀମାନଙ୍କ ବିରୋଧରେ କି ପ୍ରକାର ପ୍ରଚାର କରାଯିବ, କେଉଁଠି ପୋଷ୍ଟର ଲାଗିବ ସେସବୁ କାର୍ଯ୍ୟ ସେମାନେ ତୁଲାଉଛନ୍ତି। ଏଥିଲାଗି ଉଭୟ ଦଳ ପ୍ରାୟ ୪୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରୁଥିବା ନେଇ ଚର୍ଚ୍ଚା ହେଉଛି। କୌଣସି ବ୍ୟକ୍ତି ନିଜର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ କିମ୍ବା ଏକ୍ସ ଆକାଉଣ୍ଟ ଖୋଲିବା ମାତ୍ରେ ଏହିଭଳି ଅନେକ ପ୍ରକାର ଭିଡିଓ ଆପେ ଆପେ ଚାଲିଆସୁଛି। ୟୁଟ୍ୟୁବ୍‌ରେ ବି କୌଣସି ଭିଡିଓ ଦେଖିବା ସମୟରେ ବିଜେଡି କିମ୍ବା ଭାଜପାର ପ୍ରଚାର ସମ୍ବନ୍ଧୀୟ ଭିଡିଓ ଆପେ ଆସିଯାଉଛି। କହିବାକୁ ଗଲେ ଏଥର ନିର୍ବାଚନରେ ଡିଜିଟାଲ କ୍ୟାମ୍ପେନିଂ ପ୍ରଚାରର ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri