Posted inଜାତୀୟ

୩ ଗୁଣା ବଢ଼ିଛି ଡିଜିଟାଲ ଆରେଷ୍ଟ

ନୂଆଦିଲ୍ଲୀ,୧୩ା୩ (ପି.ଟି./ଏଜେନ୍ସି)ସମୟକ୍ରମେ ଅପରାଧର ପରିଭାଷା ବଦଳିବାରେ ଲାଗିଛି। ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ସମ୍ପ୍ରତି ସ୍କୁଲ ପିଲାଙ୍କଠାରୁ ନେଇ ଗୃହିଣୀ, ସରକାରୀ ଚାକିରିଆ ଓ ବ୍ୟବସାୟୀମାନେ ମୋବାଇଲ ଫୋନ୍‌ ଓ ଇଣ୍ଟରନେଟ୍‌ ଉପରେ ଏଭଳି ନିର୍ଭରଶୀଳ ହୋଇଗଲେଣି, ଯେମିତି ଏହାକୁ ବାଦ୍‌ଦେଲେ ଜୀବନଚର୍ଯ୍ୟା ନିରର୍ଥକ ହୋଇଯିବ। ଅନ୍‌ଲାଇନ୍‌ ଉପକରଣ ଓ ସେବା ଉପରେ କ୍ରମବର୍ଦ୍ଧିଷ୍ଣୁ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ସାଇବର ଅପରାଧୀମାନେ ଏହାକୁ ଲୁଟ୍‌ର ମାଧ୍ୟମ କରିଦେଇଛନ୍ତି। ସରକାରୀ ସ୍ତରରେ ସତର୍କତା ବୃଦ୍ଧି ସକାଶେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ୟୁଜର୍ସ ସେତେଟା ସଚେତନ ହୋଇପାରୁ ନାହାନ୍ତି। ପରିଣାମସ୍ବରୂପ ସାଇବର ଅପରାଧୀ ସେମାନଙ୍କୁ ନିଜ ଜାଲରେ ଫସାଇ ବିପୁଳ ଅର୍ଥ ଲୁଟ୍‌ କରିବାରେ ସକ୍ଷମ ହେଉଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ଏଭଳି ଅପରାଧ ମାମଲା ସଂଖ୍ୟା ୩ ଗୁଣା ବଢ଼ିଛି। ଏପରି କି ଲୁଟ୍‌ ଅର୍ଥର ପରିମାଣ ୨୧ ଗୁଣା ବୃଦ୍ଧି ପାଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ରାଜ୍ୟ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଏକ ପ୍ରଶ୍ନର ଉତ୍ତର ଦେଇ ନ୍ୟାଶନାଲ ସାଇବରକ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ (ଏନ୍‌ସିଆର୍‌ପି) ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟର ଅବତାରଣା କରିଛନ୍ତି। ସେ କହିଛନ୍ତି, ଗତ ୨ ବର୍ଷ ମଧ୍ୟରେ ସାଇବର ଅପରାଧ ୩ ଗୁଣା ବଢ଼ିଛି। ୨୦୨୨ରେ ଏଭଳି ୩୯,୯୨୫ ମାମଲା ରୁଜୁ ହୋଇଥିବାବେଳେ ୯୧.୧୪ କୋଟି ଟଙ୍କା ଠକେଇ ହୋଇଥିଲା। ୨୦୨୪ରେ ଏହା ୧,୨୩,୬୭୨କୁ ବୃଦ୍ଧି ପାଇଥିଲା। ଠକେଇ ଟଙ୍କାର ପରିମାଣ ୨୧ ଗୁଣ ବୃଦ୍ଧିପାଇ ୧୯,୩୫.୫୧ କୋଟିରେ ପହଞ୍ଚତ୍ଥିଲା। ୨୦୨୫ର ପ୍ରଥମ ୨ ମାସ ଭିତରେ ୧୭,୭୧୮ ମାମଲା ରୁଜୁ ହୋଇଥିବାବେଳେ ଫେବୃଆରୀ ୨୮ ସୁଦ୍ଧା ସାଇବର ଅପରାଧୀ ଲୋକଙ୍କଠାରୁ ୨୧୦.୨୧ କୋଟି ଟଙ୍କା ଲୁଟ୍‌ କରିଛନ୍ତି।

ଏହି ପୋର୍ଟାଲରେ ସାଇବରକ୍ରାଇମ୍‌ ଘଟଣାଗୁଡ଼ିକ ରିପୋର୍ଟ କରାଯାଉଛି। ସେଗୁଡ଼ିକୁ ମାମଲାରେ ପରବର୍ତ୍ତିତ କରି ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡ଼ିକ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବିଷୟ ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋ-ଅର୍ଡିନେଶନ୍‌ ସେଣ୍ଟର (୧୪ସି) ତତ୍ପରତା ସହ ୩,୯୬୨ ସ୍କାଇପ୍‌ ଆଇଡି ଏବଂ ୮୩,୬୮୮ ହ୍ବାଟ୍ସଆପ୍‌ ଆକାଉଣ୍ଟ ଚିହ୍ନଟ କରି ସେଗୁଡ଼ିକୁ ବ୍ଲକ୍‌ କରିଛି। ଏହି ଆଇଡି ଏବଂ ଆକାଉଣ୍ଟଗୁଡ଼ିକୁ ଡିଜିଟାଲ ଆରେଷ୍ଟ ପାଇଁ ବ୍ୟବହାର କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଅଦ୍ୟାବଧି ୧୩.୩୬ ଲକ୍ଷ ଅଭିଯୋଗ ଉପରେ ୪,୩୮୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇ ଅଣାଯାଇପାରିଛି। ଅନ୍‌ଲାଇନ୍‌ ସାଇବର ଅଭିଯୋଗ ଦାଖଲ ପାଇଁ ଟୋଲ୍‌-ଫ୍ରି ହେଲ୍ପଲାଇନ୍‌ ନମ୍ବର ୧୯୩୦ ଜାରି କରାଯାଇଛି। ଅନ୍‌ଲାଇନ୍‌ ଠକେଇର ଶିକାର ହେଉଥିବା ଲୋକେ ଏଥିରେ ନିଜ ଅଭିଯୋଗ ଦାଖଲ କରିପାରିବେ ବୋଲି ଉଚ୍ଚ ସଦନରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଡିଜିଟାଲ ଆରେଷ୍ଟ: ଏକ ଚ୍ୟାଲେଞ୍ଜ
ବାସ୍ତବରେ ‘ଡିଜିଟାଲ ଆରେଷ୍ଟ’ ବୋଲି କିଛି ନାହିଁ। ଲୋକଙ୍କୁ ଲୁଟିବା ପାଇଁ ଏହା ଏକ ମନଗଢ଼ା ଶବ୍ଦ। ସାଇବର ଅପରାଧୀମାନେ ଲୋକଙ୍କ ଦୁର୍ବଳତା, ବ୍ୟକ୍ତିଗତ ଡେଟା, ଅନ୍ତରଙ୍ଗ ବିଷୟ କିମ୍ବା ଏପରି କୌଣସି ସୂଚନା ହାତେଇବାରେ ସକ୍ଷମ ହେଲେ ତାହାକୁ ବ୍ୟବହାର କରି ଶିକାର ଯୋଜନା କରିଥାଆନ୍ତି। ସେମାନେ ଫୋନ୍‌ କଲ୍‌ କରି ‘ତୁମ ପିଲା ବଳାତ୍କାର କରିଛି, ତାକୁ ଆମେ ଆରେଷ୍ଟ କରିଛୁ। ଏତିକି ଲକ୍ଷ ଟଙ୍କା ଦେଲେ କୋର୍ଟ ଚାଲାଣ ନ କରି ଛାଡ଼ିଦେବୁ’ କହି ରାନ୍‌ସମ୍‌ ଦାବି କରନ୍ତି। ଘର ଲୋକେ ଭୟ ଓ ଲଜ୍ଜାରେ ଅନ୍‌ଲାଇନ୍‌ରେ ଟଙ୍କା ପଇଠ କରିବାକୁ ବାଧ୍ୟ ହୁଅନ୍ତି। ଏପରି କି କ୍ଲୋନ୍‌ କରାଯାଇଥିବା ପିଲାର ଭଏସ୍‌ ମଧ୍ୟ ଶୁଣାଇଥାନ୍ତି। ପରେ ପିଲା ଘରକୁ ଫେରିଲେ ସେମାନେ ଜାଣିପାରନ୍ତି ଯେ, ଏହା ‘ଡିଜିଟାଲ ଆରେଷ୍ଟ’ ଥିଲା। ମିଛଟାରେ ସେମାନେ ଠକେଇରେ ପଡ଼ିଲେ। ସାଇବର ଅପରାଧୀଙ୍କ ଦ୍ୱାରା ପ୍ରଯୁକ୍ତି ଓ କାରିଗରି ବିଜ୍ଞାନ ଅଗ୍ରଗତିର ଦୁରୁପଯୋଗ କିଭଳି ଭାବେ କରାଯାଉଛି, ଏହା ହେଉଛି ତା’ର ଏକ ନମୁନା। ଏଭଳି ଅନେକ ଦୃଷ୍ଟାନ୍ତ ରହିଛି, ଯେଉଁଠି ଫ୍ରଡ୍‌ଷ୍ଟରମାନେ ବୋମାଇଲ ଫୋନ୍‌ ବିଶେଷକରି ଭିଡିଓ କଲିଂ ଜରିଆରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବିପୁଳ ଅର୍ଥ ଲୁଟିବାରେ ସଫଳ ହେଉଛନ୍ତି। ଏଭଳି ଠକଙ୍କ ଜାଲରେ ନ ପଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକାଧିକ ଥର ସତର୍କ କରାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଏ ଦିଗରେ ଅନେକ ପଦକ୍ଷେପ ନେଇଛି। ତଥାପି ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡ଼ିକ ପାଇଁ ଏହା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri