ସାଇବର ଠକେଇ ରୋକିବ ‘ଡିଜିଟା’

ଭୁବନେଶ୍ୱର,୧।୪(ଅନୁରାଧା ମହାରଣା): ଆର୍ଥିକ କାରବାରରେ ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି। ‘ଡିଜିଟା’ ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନରେ ରୋକ ଲଗାଇବାରେ ସହାୟକ ହେବ। ଏହା ନକଲି ଆପ୍‌ଗୁଡ଼ିକୁ ଚିହ୍ନଟ କରି ଡିଜିଟାଲ ଠକେଇରୁ ସୁରକ୍ଷା ଦେବ।

ସୂଚନା ଅନୁଯାୟୀ, ‘ଡିଜିଟା’ ଡିଜିଟାଲ ଦୁନିଆରେ ବେଆଇନ ଆପ୍‌ଗୁଡ଼ିକୁ ଯାଞ୍ଚ କରିବ। ଯଦି କମ୍ପାନୀଗୁଡିକ ଆର୍ଥିକ କ୍ଷେତ୍ରରେ କାମ କରିବାକୁ ଚାହାନ୍ତି ତେବେ ସେମାନଙ୍କୁ ‘ଡିଜିଟା’ ଦ୍ୱାରା ସେମାନଙ୍କର ଆପ ଯାଞ୍ଚ କରିବାକୁ ପଡିବ। ଏହି ଏଜେନ୍ସି ଆପ ପରୀକ୍ଷା କରିବା ପରେ ଆରବିଆଇକୁ ଏକ ରିପୋର୍ଟ ଦେବ। ‘ଡିଜିଟା’ ଗ୍ରାହକମାନଙ୍କୁ ଠିକ୍‌ ଆପ ଚିହ୍ନଟ କରିବାରେ ସାହାଯ୍ୟ କରିବ। ‘ଡିଜିଟା’ ଯାଞ୍ଚ ମାଧ୍ୟମରେ ଡିଜିଟାଲ ପ୍ଲାଟଫର୍ମରେ ଠିକ୍‌ ଏବଂ ନକଲି ଆପଗୁଡ଼ିକୁ ଚିହ୍ନିବା ଅତି ସହଜ ହେବ। ଗତ କିଛି ବର୍ଷ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଡିଜିଟାଲ ଋଣ ଦେଣନେଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ମାତ୍ର ଏହି କାରଣରୁ, ଡିଜିଟାଲ ଠକେଇ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଏହିପରି ନକଲି ଋଣ ଆପରେ ଲୋକମାନେ ଫସିଯାଉଛନ୍ତି। ‘ଡିଜିଟା’ ଦ୍ୱାରା ଅନୁମୋଦିତ ହୋଇନଥିବା ଆପ୍‌ଗୁଡ଼ିକ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ ନାହିଁ। ଆଇଟି ମନ୍ତ୍ରଣାଳୟକୁ ଆରବିଆଇ ୪୪୨ ଡିଜିଟାଲ ଲ୍ୟାଣ୍ଡିଂ ଆପ ତାଲିକା ଦେଇଛି। ସେପ୍ଟେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ, ଗୁଗୁଲ ଏହାର ପ୍ଲେଷ୍ଟୋରରୁ ପ୍ରାୟ ୨୨୦୦ ଡିଜିଟାଲ ଲ୍ୟାଣ୍ଡିଂ ଆପ୍‌ ଅପସାରଣ କରିଛି। ଆରବିଆଇ ଦ୍ୱାରା ଅନୁମୋଦିତ ଆପଗୁଡ଼ିକୁ ହିଁ ଗୁଗୁଲ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri