ଅପ୍‌ଷ୍ଟକ୍ସର ନୂତନ ଅଭିଯାନ

ଭୁବନେଶ୍ୱର,୧।୪: ଅପ୍‌ଷ୍ଟକ୍ସର ନୂତନ ଅଭିଯାନ ‘କଟ୍‌ ଦି କିଟ୍‌ କିଟ୍‌, ଗେଟ୍‌ ଦି ମାର୍କେଟ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ଅଭିଯାନ ଜରିଆରେ ବ୍ରାଣ୍ଡ୍‌ ବଜାରର କୋଳାହଳ ଓ ଅତ୍ୟଧିକ ସୂଚନାରୁ ଆଗକୁ ବଢ଼ି ଠିକ୍‌ ନିବେଶ ଲାଗି ଖୁଚୁରା ନିବେଶକମାନଙ୍କୁ ସାହାଯ୍ୟ କରିବା ଲାଗି ଅପଷ୍ଟକ୍ସ ଲକ୍ଷ୍ୟ ରଖିଛି। ଏପରିକି ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ମିସ୍‌ ସେଲିଂ, ବିଭ୍ରାନ୍ତିକର ପରାମର୍ଶ, ଅତ୍ୟଧିକ ସୂଚନା ଏବଂ ଜଟିଳ ଶବ୍ଦ ନିବେଶ ସଫଳତା ପଥରେ ଏକ କଣ୍ଟା ଭଳି ଛିଡାହୋଇଛି, ସେଥିପାଇଁ ଅନେକ ସମୟରେ ଏଭଳି ନିଷ୍ପତ୍ତିି ନେବାକୁ ପଡ଼ିଥାଏ, ଯାହା ଲୋକଙ୍କ ଆର୍ଥିକ ଲକ୍ଷ୍ୟ ସହ ସମନ୍ବିତ ହୋଇପାରିନଥାଏ।

ସେହିଭଳି ଆଶାୟୀ ଗ୍ରାହକମାନେ ପ୍ରାୟତଃ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ସମୟରେ ଅତ୍ୟାବଶ୍ୟକ ବିପଦ ଏବଂ ଖର୍ଚ୍ଚ ଅପେକ୍ଷା ରିଟର୍ନକୁ ପ୍ରାଥମିକତା ଦିଅନ୍ତି, ଉପଯୁକ୍ତ ମୂଲ୍ୟାୟନ ନକରି ସେମାନେ ୧କୋଟି ଟଙ୍କାର ଟର୍ମ ଇନସ୍ୟୁରାନ୍ସ ପ୍ଲାନ୍‌ ବାଛନ୍ତି। ଏଭଳି ଅଭ୍ୟାସ ଯୋଗୁ ନିବେଶକମାନଙ୍କ ମଧ୍ୟରେ ଅସନ୍ତୁଷ୍ଟତା ଦେଖାଦେଇଥାଏ। ଏହି ଆହ୍ବାନଗୁଡ଼ିକୁ ସ୍ବୀକାର କରି ଅପ୍‌ଷ୍ଟକ୍ସ ଏହାର ଗ୍ରାହକମାନଙ୍କ ପାଇଁ ପଦକ୍ଷେପ ନେଇଛି। କମ୍ପାନୀ ବଜାରର କିଟ୍‌-କିଟ୍‌ (ଶବ୍ଦ) ହ୍ରାସ କରିବାକୁ ଚାହୁଁଛି ଏବଂ ଗ୍ରାହକଙ୍କ ପାଇଁ ଉପଯୁକ୍ତ ଉପକରଣରେ ନିବେଶ କରି ସମ୍ପତ୍ତି ସୃଷ୍ଟି ପାଇଁ ଉତ୍ସାହିତ କରିବାକୁ ଚାହୁଁଛି। ନିବେଶକମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଅପ୍‌ଷ୍ଟକ୍ସ ପକ୍ଷରୁ ‘କଟ୍‌ ଦ କିଟ୍‌ କିଟ୍‌, ଗେଟ୍‌ ଇନ୍‌ ଦି ମାର୍କେଟ’କୁ ନେଇ ଏକ ଭିଡିଓ ଶୁଭାରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri