ଘନଉଛି ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ଆଇନମନ୍ତ୍ରୀ କହିଲେ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ, ହେଲେ…

ଭୁବନେଶ୍ୱର,୩ା୫: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏନେଇ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ। ଦାରୁ କିପରି ଗଲା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ। ଜଗନ୍ନାଥ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ ହେଲେ ଦାରୁ କିପରି ଦୀଘାରେ ପହଞ୍ଚିଲା ତାହାର ତଦନ୍ତ ନିଶ୍ଚିତ ହେବ।

ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ଆଇନମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି।

ଏପ୍ରିଲ ୩୦ରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ। ତେବେ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୁରୀରୁ ୭ରୁ ୮ଜଣ ଦଇତାପତି ସେବାୟତ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ। ସେମାନଙ୍କର ପୂଜାବିଧି କର୍ତ୍ତବ୍ୟ କିଛି ନ ଥିଲା। ବ୍ରହ୍ମ ସ୍ଥାପନ କେବଳ ଗୋଟିଏ ସ୍ଥାନରେ ଅର୍ଥାତ ଶ୍ରୀମନ୍ଦିରରେ ହୁଏ, ଯାହା ନବକଳେବର ସମୟରେ ପରିବର୍ତ୍ତନ କରାଯାଇଥାଏ। ଅନ୍ୟ କୌଣସି ସ୍ଥାନରେ ବ୍ରହ୍ମ ଆସିପାରିବ ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଏହା ହେଉଛି ଓଡ଼ିଆ ଜାତି ଓ ମହାପ୍ରଭୁଙ୍କ ସ୍ବାଭିମାନର ପ୍ରଶ୍ନ। ଏହି ସ୍ବାଭିମାନକୁ ସର୍ବଦା ଚ୍ୟାଲେଞ୍ଜ କରିବା ଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

ଅତୀତରେ ରସଗୋଲା ଘଟଣା ହେଉ କି ବର୍ତ୍ତମାନର ଜଗନ୍ନାଥ ଧାମ ପ୍ରସଙ୍ଗ ହେଉ, ସବୁକ୍ଷେତ୍ରରେ ଓଡ଼ିଶାର ମାନ ଅଭିମାନ କ୍ଷୁଣ୍ଣ ହେବା ନେଇ ଅପଚେଷ୍ଟା କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ମନ୍ଦିର ରହିଛି ଏବଂ ଆହୁରି ମନ୍ଦିର ହେବାର ଆବଶ୍ୟକତା ଅଛି। ମାତ୍ର ପଶ୍ଚିମବଙ୍ଗରେ ଓଡ଼ିଆ ଜାତିକୁ ତଳକୁ ନେବା ପାଇଁ ପ୍ରତ୍ୟେକ ପର୍ବକୁ ତାଙ୍କର କରିବାକୁ ଅପଚେଷ୍ଟା କରାଯାଉଛି। ପୁରୀ ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ବିରୋଧ କରାଯାଇଥିଲା। ତେଣୁ ସେ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଛନ୍ତି। ତାଙ୍କର ଏହି ଗର୍ବ ଓ ଅହଂକାରର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ। ସେହିପରି ପୁରୀ ସେବାୟତ ସେହି କାର୍ଯ୍ୟରେ ଯୋଗଦେବା ନେଇ ନିଜକୁ ପ୍ରଶ୍ନ ପଚାରିବାର ଥିଲା। ସେହିପରି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଏଭଳି କାର୍ଯ୍ୟ ନିମନ୍ତେ ଜଗନ୍ନାଥ ସଂସ୍କୃତିର ହାନି ହେଉଛି। ନିଯୋଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା କି କୌଣସି ସ୍ଥାନରେ ସୂପକାର ରୋଷେଇ କରିବେ ନାହିଁ। ତେବେ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ରୋଷେଇ ପାଇଁ କେତେଜଣ ସୂପକାର ଯାଉଥିବା ଖବର ମିଳିଥିଲା। ଫଳରେ ନିଯୋଗ ପକ୍ଷରୁ ବିରୋଧ କରାଯାଇ ନୋଟିସ୍‌ କରାଯାଇଥିଲା। ତେଣୁ କୌଣସି ସୂପକାର ବା କର୍ମଚାରୀ ସେଥିରେ ଯୋଗଦାନ କରିନାହାନ୍ତି। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଶ୍ରୀକ୍ଷେତ୍ର ଛଡ଼ା ଅନ୍ୟ କେଉଁଠୁ ବହ୍ମ ଆସିଲା ବୋଲି ମହାସୁଆର ପ୍ରଶ୍ନ କରିଛନ୍ତି। ସେହିପରି ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ଦୀଘା କେବେ ଧାମ ହୋଇପାରିବ ନାହିଁ, ଦୀଘା ଗୋଟିଏ ମନ୍ଦିର ଓ ପର୍ଯ୍ୟଟନସ୍ଥଳନୀ। ଯେଉଁମାନେ ସେଠାକୁ ଯାଇଥିଲେ, ସେମାନେ ତାଙ୍କର ବଡ଼ିମା ଦେଖାଇବା ପାଇଁ ଯାଇଥିଲେ। ବେପାର ଉଦେଶ୍ୟରେ ଯାଇଛନ୍ତି। ମମତା ବାନାର୍ଜୀ ବ୍ୟବସାୟ କରିବା ପାଇଁ ମନ୍ଦିର ନିର୍ମାଣ କରିଛନ୍ତି। ବ୍ରହ୍ମ ସଂସ୍ଥାପନ ଓ ଘଟ ପରିବର୍ତ୍ତନ ଆଦି କେବଳ ଶ୍ରୀମନ୍ଦିରରେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri