ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ ଅଧିକ ଖାଇବା, ଖାଇବାକୁ ଇଚ୍ଛା ନ ଥାଇ ଖାଇବା, ଖାଇବାରେ ଅନିୟମିତତା, ଅଧିକ ସମୟ ଉପବାସ ରହିବା କିମ୍ବା ତେଲମସଲାଯୁକ୍ତ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଜଣେ ବ୍ୟକ୍ତି ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏଭଳି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଅନୁସରଣ କଲେ ଏଥିରୁ କେତେକାଂଶରେ ଉପଶମ ମିଳିଥାଏ। ଖାଇ ସାରିବା ପରେ ଏକ ଚାମଚ ଅଦା ରସରେ ଲେମ୍ବୁ ଏବଂ ଅଳ୍ପ ମହୁ ମିଶାଇ ଏହି ମିଶ୍ରଣକୁ ଖାଆନ୍ତୁ। ପ୍ରତିଦିନ କିଛି ପରିମାଣରେ ନିମ୍ବ ରସ ସେବନ କରନ୍ତୁ। ଏହାଦ୍ୱାରା ପାଚନ କ୍ରିୟା ଆହୁରି ଦୃଢ଼ ହୋଇଥାଏ। ରାତିରେ ଶୋଇବାକୁ ଯିବାର ଅତିକମ୍‌ରେ ଦୁଇ ଘଣ୍ଟା ପୂର୍ବରୁ ରାତ୍ରଭୋଜନ ଶେଷ କରନ୍ତୁ। ଏହାଦ୍ୱାରା ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ। ରାତିରେ ସବୁବେଳେ ହାଲୁକା ଏବଂ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଖାଇବା ପରେ ଅଳ୍ପ ପାନ ମଧୁରୀ ଚୋବାଇ ଖାଆନ୍ତୁ। ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ସବୁଠରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଠିକ୍‌ ସମୟରେ ଖାଆନ୍ତୁ ଏବଂ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଖାଦ୍ୟ ଖାଇବାର ଅଧ ଘଣ୍ଟାଏ ପରେ ପାଣି ପିଅନ୍ତୁ। ଖାଦ୍ୟ ଖାଉଥିବା ବେଳେ ବାରମ୍ବାର ପାଣି ପିଇଲେ ତାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ କରା ନ ଯିବାରୁ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ.ସନ୍ତୋଷ ରେଡ୍ଡୀ(୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ…

ଠିକାଦାରଙ୍କ ମନମାନି: ଜଙ୍ଗଲ କାଟି ରାସ୍ତା ତିଆରି, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ମହାକାଳପଡ଼ା,୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁରକ୍ଷା ପାଇଁ ତଟ ବନ୍ଧ ବିଭାଗ ପକ୍ଷରୁ ଖରିନାସୀ- ବାରନମ୍ବର ଘେରିବନ୍ଧ ପ୍ରଶସ୍ତୀକରଣରେ ଉଚ୍ଚ,…

୨୦୨୬ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ! ପ୍ରଥମ ମ୍ୟାଚ ପରେ ୱେଷ୍ଟଇଣ୍ଡିଜ ନମ୍ବର ୧, ଭାରତର ସ୍ଥାନ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପ ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନ କୌଣସି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିନଥିଲେ ମଧ୍ୟ, ସହଯୋଗୀ…

ଟି-୨୦ ବିଶ୍ୱକପ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍କୋର, ଜାଣନ୍ତୁ କେତେ ଥିଲା ସ୍କୋର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପର ଇତିହାସ ରୋମାଞ୍ଚକର ପ୍ରତିଯୋଗିତା, ହାଇ ସ୍କୋର ଏବଂ ଶେଷ ଓଭର ପର୍ଯ୍ୟନ୍ତ ଲମ୍ବିଥିବା ମ୍ୟାଚ ପାଇଁ ଜଣାଶୁଣା। ତଥାପି, ଏହି…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ତୁରେକେଲା ଥାନା ପଣ୍ଡରେନ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜା ନାତିଙ୍କ ସହ ଆଉ ୨ ଜଣଙ୍କ ମୃତ୍ୟୁ…

ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି।…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି…

ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri